କୋଟିପତି ହେବାକୁ ଚାହୁଁଛନ୍ତି ? ତେବେ ଆପଣାନ୍ତୁ ଧୀରୁଭାଇ ଅମ୍ବାନୀଙ୍କ ଏହି ୮ଟି କଥା

କୋଟିପତି ହେବାକୁ କାହାର ଇଛା ନାହିଁ । ଆପଣ ବି ନିଶ୍ଚୟ ଏହି ସ୍ବପ୍ନ ଦେଖୁଥିବେ । ଯଦି ହଁ ତେବେ ଆମେ ଆପଣଙ୍କୁ ଧିରୁଭାଇ ଅମ୍ବାନୀଙ୍କ ଦ୍ବାରା କୁହାଯାଇଥିବା ୮ ଟି କଥା କହିବୁ ଯାହା ଆପଣଙ୍କ ଏହି ସ୍ବପ୍ନକୁ ସାକାର କରିବାରେ ସାହାଯ୍ୟ କରିବ । ଏହା ସହ କୌଣସି ବ୍ୟକ୍ତିଙ୍କ ଜୀବନରେ ନିରାଶା ଥିଲେ ଭରିଦେବ ଆଶାର ଆଲୋକ ।

– ସୁଯୋଗ ଆପଣଙ୍କ ଚାରିପଟେ ଅଛି । କେବଳ ଏହାକୁ ଚିହ୍ନନ୍ତୁ ଏବଂ ଫାଇଦା ଉଠାନ୍ତୁ ।

– ଯଦି ଆପଣ ଦାରିଦ୍ର‌୍ୟରେ ଜନ୍ମ ହୋଇଛନ୍ତି ତେବେ ଏହା ଆପଣଙ୍କ ଭୁଲ୍ ନୁହେଁ । କିନ୍ତୁ ଯଦି ଦାରିଦ୍ର‌୍ୟରେ ମୃତ୍ୟୁ ବରଣ କରୁଛନ୍ତି ତେବେ ଏହାର ଆପଣଙ୍କ ଭୁଲ୍ ।

– ବଡ଼ ଚିନ୍ତା କର, ଅନ୍ୟମାନଙ୍କଠୁ ପ୍ରଥମେ ଚିନ୍ତା କର ଏବଂ ଶୀଘ୍ର ଚିନ୍ତା କର । କାରଣ ବିଚାର ଉପରେ କାହାର ଅଧିକାର ନାହିଁ ।

– ଯିଏ ସ୍ବପ୍ନ ଦେଖିବାର ସାହସ ରଖିଥାଏ ସେ ପୁରା ଦୁନିଆକୁ ଜିତିଥାଏ।

– ନିଜ ଲକ୍ଷ୍ୟର ଆନନ୍ଦ ପ୍ରତିକୂଳ ଏବଂ କଠିନ ସମୟରେ ଉଠାନ୍ତୁ । ଏବଂ ବିଷମତାକୁ ସୁଯୋଗରେ ପରିବର୍ତ୍ତନ କରିଦିଅନ୍ତୁ ।

– କୌଣସି କାର୍ଯ୍ୟରେ ଲାଭ ଉଠାଇବାକୁ ହେଲେ ଆପଣଙ୍କୁ ନିଜକୁ ଚେଷ୍ଟା କରିବାକୁ ପଡିବ । ଆପଣଙ୍କୁ ଲାଭ ଦେବା ପାଇଁ କେହି ନିମନ୍ତ୍ରଣ କରିବ ନାହିଁ ।

– ଯଦି ଆପଣ ନିଜେ ନିଜ ସ୍ବପ୍ନର ନିର୍ମାଣ କରିବେ ନାହିଁ ତେବେ ଅନ୍ୟ କେହି ଜଣେ ଆପଣଙ୍କ ବ୍ୟବହାର ତାର ସ୍ବପ୍ନ ପୁରା କରିବାରେ କରିଦେବ ।

– ଯଦି ଆପଣ ଦୃଢ ସଙ୍କଳ୍ପ ଏବଂ ପୂର୍ଣ୍ଣତାର ସହ କାମ କରୁଛନ୍ତି ତେବେ ସଫଳତା ଆପଣଙ୍କ ପିଛା କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.