ବ୍ୟବସାୟ ଓ ଅର୍ଥନୀତି

ରୋଗୀଙ୍କୁ ଲାଗି ପାରେ ଝଟକା: ପାରାସିଟାମଲ୍‌ ସହ ୮୦୦ ପ୍ରକାର ମେଡିସନର ବଢିବ ରେଟ୍

ନୂଆଦିଲ୍ଲୀ: ନିୟମିତ ରୋଗ ଉପଚାର ପାଇଁ ମେଡିସିନ ଖାଉଥିବା ରୋଗୀଙ୍କୁ ଲାଗିପାରେ ଝଟକା।  ଅତ୍ୟାବାଶ୍ୟକ ସାମଗ୍ରୀ ସହ ଅତ୍ୟାବଶ୍ୟକ ମେଡିସିନର ରେଟ ମଧ୍ୟ ବଢିବାକୁ ଯାଉଛି। ନ୍ୟାସନାଲ ଲିଷ୍ଟ ଅଫ୍ ଏସେନସିଆଲ ମେଡିସିନି (NLEM) ଅର୍ଥାତ ଅତ୍ୟାବଶ୍ୟକ ସୂଚୀରେ ଆସୁଥିବା ପାଖାପାଖି ୮୦୦ ପ୍ରକାର ମେଡିସିନର ରେଟ ୧୦.୭ ପ୍ରତିଶତ ବଢିବାକୁ ଯାଉଛି। ହୋଲସେଲ ରେଟ ବଢୁଥିବାରୁ ଏହି ରେଟ ବଢିବାକୁ  ଯାଉଛି ବୋଲି ସୁଚନା ମିଳିଛି।

ଏବେ ଜ୍ବର, ସଂକ୍ରମଣ ହ୍‌ଦରୋଗ, ଉଚ୍ଚରକ୍ତଚାପ, ଚର୍ମରୋଗ ଓ ଏନିମିଆର ଚିକିତ୍ସା ପାଇଁ ବ୍ୟବହ୍‌ତ ହେଉଥିବା ମେଡିସିନିର ରେଟ ଏବେ  ବଢିବାକୁ  ଯାଉଛି। ଏଥିରେ ପାରାସିଟାମଲ, ଫେନୋବାର୍ବିଟେନ, ଫିନାଇଟେନ ସୋଡିୟମ, ଏଜିଥ୍ରୋମାଇସିନ୍,ସିପ୍ରୋଫ୍ଲୋକ୍ସାସିନ୍ ହାଇଡ୍ରୋକ୍ଲୋରାଇଡ ଓ ମେଟ୍ରୋନିଡାଜୋଏ ଭଳି ଔଷଧ ସାମିଲ ଅଛି ।

ଭାରତର ଆବଶ୍ୟକ ଔଷଧର ମୂଲ୍ୟ  ଜାତୀୟ ତାଲିକାରେ ଆସୁଥିବା ଔଷଧର ବାର୍ଷିକ ବୃଦ୍ଧି ହୋଲସେଲ ମୂଲ୍ୟ ସୂଚକାଙ୍କ ଉପରେ ଆଧାରିତ । ଏହି ଅତ୍ୟାବଶ୍ୟକ ଔଷଧର ଖୁଚୁରା ବିକ୍ରି ବ୍ୟତିତ ସରକାରଙ୍କ ଅନେକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଓ ସରକାରୀ ହସ୍ପିଟାଲରେ ବ୍ୟବହାର କରଯାଇଥାଏ। ୧ ଏପ୍ରିଲ ୨୦୨୨ ଠାରୁ  ଏହି ଔଷଧର ମୂଲ୍ୟ ବଢି ମାର୍କେଟକୁ ଆସିଥିବାର ଦେଖିବାକୁ  ମିଳିବ। ଏହାପୂର୍ବରୁ ୭ ମାର୍ଚ୍ଚରେ ସରକାର କହିଥିଲେ ପୂର୍ବ ମାସ ଅର୍ଥାତ ଫେବ୍‌ଆରୀରେ ମହଙ୍ଗା ଦର ୧୩.୧୧ ପ୍ରତିଶତ ରହିଛ।

ଏହାପୂର୍ବରୁ ମାର୍ଚ୍ଚ ୭ ରେ ସରକାର କହିଥିଲେ ଯେ ଗତ ମାସରେ ଅର୍ଥାତ୍ ଫେବୃଆରୀରେ ହୋଲସେଲ ମୁଦ୍ରାସ୍ଫୀତି ହାର ୧୩.୧୧ ପ୍ରତିଶତ ରହିଥିଲା। ଏହିପରି  ଫେବୃଆରୀ ୨୦୨୨ରେ, କ୍ରମାଗତ ୧୧ ମାସ ପାଇଁ  ହୋଲସେଲ ଦର ଅଧିକ ମହଙ୍ଗା ହେଲା ।
ଜାନୁଆରୀରେ ହୋଲସେଲ ମୁଦ୍ରାସ୍ଫୀତି ହାର ୧୨.୯୬ ପ୍ରତିଶତରେ ପହଞ୍ଚିଛି। ଏହାପୂର୍ବରୁ, ଡିସେମ୍ବର ୨୦୨୧ରେ ଏହା ୧୩.୫୬ ପ୍ରତିଶତରେ ପହଞ୍ଚିଥିଲା।
ଗତ ବର୍ଷ ସରକାର ଦେଇଥିବା ବିବୃତ୍ତି ଅନୁଯାୟୀ,  ଖଣିଜ ତେଲ, ବେସିକ୍ ମେଟାଲ୍, କେମିକାଲ୍ ଏବଂ ରସାୟନିକ ଦ୍ରବ୍ୟର ମୂଲ୍ୟ, କ୍ରୁଡ୍ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍, ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ମୁଖ୍ୟତଃ ମୁଦ୍ରାସ୍ଫୀତି ହାର ଯୋଗୁଁ ହୋଇଥିଲା ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

16 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

35 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

43 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

59 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago