ମାତ୍ର ୭ଟଙ୍କାରେ ବିକ୍ରି ହେଉଛି ଫେସବୁକ୍ ଆକାଉଣ୍ଟ, ପୁଣି ୮୧,୦୦୦ ଗ୍ରାହକଙ୍କର ହେଲା ଡାଟା ଲିକ୍ : ରିପୋର୍ଟ

ନୂଆଦିଲ୍ଲୀ : ଡାଟା ଲିକକୁ ନେଇ ବହୁ ସମୟ ବିବାଦରେ ଫସି ରହିବା ପରେ ମଧ୍ୟ ଫେସବୁକ୍ ଉପରୁ ବିପଦ ଉଠିବାର ନାଁ ଧରୁନି। ନିକଟରେ ମିଳିଥିବା ବିବିସିର ଏକ ରିପୋର୍ଟ ଅନୁଯାୟୀ ,ପ୍ରାୟ ୮୧,୦୦୦ଗ୍ରାହକଙ୍କ ପ୍ରାଇଭେଟ ଆକାଉଣ୍ଟ ସହ ତାଙ୍କର ମେସେଜ ଆଦି ଲିକ୍ ହୋଇଛି। ଏଥି ସହ ତାଙ୍କ ଆକାଉଣ୍ଟକୁ ବିଜ୍ଞାପନ ପାଇଁ ମଧ୍ୟ ବ୍ଯବହାର କରାଯାଉଛି।
ଖାଲି ତାହା ନୁହଁ ଫେସବୁକ୍ ପ୍ରାଇଭେଟ ଆକାଉଣ୍ଟକୁ ମାତ୍ର ୦.୧୦ ଡ଼ଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୭.୨୯ ଟଙ୍କାରେ ବିକ୍ରି କରାଯାଉଛି। ତେବେ ଏହି ଘଟଣାକୁ ଫେସବୁକ୍ ଭିତ୍ତିହୀନ କହିଥିବା ବେଳେ କୌଣସି ପ୍ରକାରର ଡ଼ାଟା ବା ମେସେଜ୍ ଚୋରି ହୋଇନଥିବା ଦାବି କରିଛି। ତେବେ କମ୍ପାନି ଏହା ଉପରେ ସହମତି ଜଣାଇଛି, କିଛି ଫେସବୁକ୍ ଗ୍ରାହକଙ୍କ ବ୍ଯକ୍ତିଗତ ଡ଼ାଟା ଭାଇରସ ପାଇଁ ଏକ୍ସଣ୍ଟେସନ୍ ଜରୀଆରେ ହ୍ଯାକର୍ସଙ୍କ ନିକଟରେ ପହଞ୍ଚୁଛି।
ତେବେ ଏହି ଘଟଣାଟି ଚଳିତ ବର୍ଷ ସେପ୍ଟେମ୍ବରରେ ଜଣାପଡ଼ିଥିଲା। ଯେତେବେଳେ FBSaler ନାମକୁ ଏକ ୱେବସାଇଟ ଇଣ୍ଟରନେଟରେ ୧୨୦ ମିଲିୟନ (୧୨ କୋଟି) ଆକାଉଣ୍ଟ ବିକ୍ରି କରିବା କଥା ଲେଖିଥିଲେ। ଏହାପରେ ଯେତେବେଳେ ସାଇବର ସିକ୍ଯୁରୀଟି ଏହାର ଯାଞ୍ଚ କରିଥିଲେ ସେତେବେଳେ ପ୍ରାୟ ୮୧ହଜାର ଆକାଉଣ୍ଟକୁ ବିକ୍ରି କରାଯାଇଥିବା ଜଣାପଡ଼ିଥିଲା। ମିଳିଥିବା ସୂଚନା ମୁତାବକ, ଏଥିରେ ଖାଲି ଯେ ଗ୍ରାହକଙ୍କ ଆକାଉଣ୍ଟ ଚୋରି ହୋଇଛି ତାହା ନୁହଁ ଏଥିରେ ଥିବା ସମସ୍ତ ମେସେଜ୍, ଫଟୋ ଆଜି ମଧ୍ୟ ହୋଇଛି ଚୋରି। ତେବେ ଚୋରି ଆକାଉଣ୍ଟର ଅଧିକାଂଶ ଗ୍ରାହକ ୟୁକେ, ୟୁକ୍ରେନ୍, ଆମେରିକା, ବ୍ରାଜିଲର କିଛି ସହରର ଅଟନ୍ତି।
ବିବିସି ସହ ସାକ୍ଷାତକାର ସମୟରେ ଫେସବୁକ କର୍ମଚାରୀ ଗାୟ ରୋଜନ କହିଛନ୍ତି, ଏହି ଘଟଣା ସାମ୍ନାକୁ ଆସିବା ପରେ ବ୍ରାଉଜର ଏକ୍ସଣ୍ଟେସନର ନିର୍ମାତାଙ୍କ ସହ କଥାବାର୍ତ୍ତା କରାଯିବା ପରେ ଏହା ସୁନିଶ୍ଚିତ କରାଯାଇଛି କି କମ୍ପାନିର ଷ୍ଟୋରେଜରେ କୌଣସି ପ୍ରକାରର ମାଲୱାର ହୋଇନାହିଁ। ତାହା ସହ କମ୍ପାନିର ସୂଚନା ଅନୁଯାୟୀ, କୌଣସି ପ୍ରକାର ଡ଼ାଟା ଚୋରି ହୋଇନାହିଁ, ଏଣୁ ଏଥିରେ କମ୍ପାନି କୌଣସି ପ୍ରକାରର ଗ୍ରାହକଙ୍କୁ ସହାୟତା କରିପାରିବ ନାହିଁ। ତେବେ ଏବେ ଦେଖିବା ବାକି ରହିଲା ଏହି ଖବର ପରେ ଫେସବୁକର ଦୁନିଆରେ ଥିବା ଗ୍ରାହକଙ୍କ ନିକଟରୁ କେଉଁ ପ୍ରକାର ପ୍ରତିକ୍ରିୟା ଆସୁଛି।