8th Pay Commission କୁ ନେଇ ଆସିଲା ବଡ଼ ଅପଡେଟ୍, ୪୪% ବଢିବ ସରକାରୀ କର୍ମଚାରୀଙ୍କ ଦରମା

ପୁଣି ବଢିବ ସରକାରୀ କର୍ମଚାରୀଙ୍କ ଦରମା ।କେନ୍ଦ୍ର ସରକାରଙ୍କ ତରଫରୁ କର୍ମଚାରୀଙ୍କ ପାଇଁ ପୁଣି ଖୁସି ଖବର ମିଳିବାକୁ ଯାଉଛି । ଏନେଇ ଏକ ବଡ଼ ଅପଡେଟ୍ ଆସିଛି ।8th Pay Commission କୁ ନେଇ ଆସିଲା ସରକାରଙ୍କ ତରଫରୁ ବଡ ଅପଡେଟ ।  ୪୪% ବଢିବ ସରକାରୀ କର୍ମଚାରୀଙ୍କ ଦରମା।

8th Pay Commission କୁ ନେଇ ଆସିଲା ସରକାରଙ୍କ ତରଫରୁ ବଡ ଅପଡେଟ । ନୂଆ ବେତନ କମିଶନ ଲାଗୁ ହେବା ପରେ କର୍ମଚାରୀଙ୍କ ଦରମା ପୁଣି ଥରେ ବଢିବ। ଏନେଇ କଣ ରହିଛି ପୁରା ଖବର ଜାଣି ନିଅନ୍ତୁ..

ଗତ ୨୪ ତାରିଖରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା ଡିଏ କୁ ୪% ବୃଦ୍ଧି କରିଛନ୍ତି । ଏହାଫଳରେ କେନ୍ଦ୍ର କର୍ମଚାରୀଙ୍କ ମୋଟ ମହଙ୍ଗା ଭତ୍ତା ୩୮% ରୁ ବୃଦ୍ଧି ପାଇ ୪୨% ରେ ପହଞ୍ଚିଛି । ତେବେ ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ତରଫରୁ କର୍ମଚାରୀଙ୍କ ପାଇଁ ପୁଣି ଖୁସି ଖବର ମିଳିବାକୁ ଯାଉଛି । ଏନେଇ ଏକ ବଡ଼ ଅପଡେଟ୍ ଆସିଛି ।

ସୂଚନା ମୁତାବକ, ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନେ ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ପାଉଛନ୍ତି । ଏନେଇ କର୍ମଚାରୀମାନେ ବହୁବାର ଅଭିଯୋଗ କରିଆସୁଥିଲେ ବି ସେମାନଙ୍କୁ ଦାବି ମୁତାବକ ବେତନ ମିଳୁନାହିଁ । ଅର୍ଥାତ କେନ୍ଦ୍ର କର୍ମଚାରୀଙ୍କୁ ଯେତିକି ଦରମା ମିଳିବା କଥା ତା’ଠାରୁ କମ୍ ମିଳୁଛି । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି କର୍ମଚାରୀମାନେ ଅଷ୍ଟମ ବେତନ କମିଶନ ଦାବି କରୁଥିଲେ। ଯେଉଁଥିରେ ଖୁବ ଶୀଘ୍ର ମୋହର ଲାଗିବ। ଜାଣନ୍ତୁ ଏବେ ସରକାରଙ୍କ ସହ ଜଡିତ ଏହି ବଡ ଅପଡେଟ ..

ରିପୋର୍ଟ ମୁତାବକ, କେନ୍ଦ୍ର କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ବେତନ ସୀମା ୧୮ ହଜାର ରଖାଯାଇଛି । ଏହି ବେତନ ବୃଦ୍ଧିରେ ଫିଟମେଣ୍ଟ ଫ୍ୟାକ୍ଟରର ଏକ ପ୍ରମୁଖ ଭୂମିକା ରହିଛି । ଏବେ ଏହି ଫ୍ୟାକ୍ଟର ୨.୫୭ ଗୁଣା ରହିଥିବା ବେଳେ ସପ୍ତମ ବେତନ କମିଶନରେ ଏହାକୁ ୩.୬୮ ଗୁଣା ପର୍ଯ୍ୟନ୍ତ ରଖିବାକୁ ସୁପାରିଶ କରାଯାଇଛି । ଯଦି ଏହା ଉପରେ କେନ୍ଦ୍ର ସରକାର ସହମତି ପ୍ରକାଶ କରନ୍ତି ତେବେ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ବେତନ ୧୮ ହଜାରରୁ ବୃଦ୍ଧି ପାଇ ୨୬ ହଜାର ହୋଇଯିବ ।

ଚତୁର୍ଥ ବେତନ କମିଶନରେ କର୍ମଚାରୀଙ୍କ ଦରମା ୨୭.୬ ପ୍ରତିଶତ ବଢ଼ିଥିବା ବେଳେ ସର୍ବନିମ୍ନ ଦରମା ୭୫୦ ଟଙ୍କା ହୋଇଥିଲା । ସେହିପରି ପଞ୍ଚମ ବେତନ କମିଶନରେ ୩୧ ପ୍ରତିଶତ ଦରମା ବଢ଼ିଥିଲା ଓ ସର୍ବନିମ୍ନ ଦରମା ୨,୫୫୦ ଟଙ୍କା ହୋଇଥିଲା । ଷଷ୍ଠ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟର ୧.୮୬ ଗୁଣା ହୋଇଥିବା ବେଳେ ଦରମା ୫୪ ପ୍ରତିଶତ ବୃଦ୍ଧି ସହ ସର୍ବନିମ୍ନ ଦରମା ୭ ହଜାର ରହିଥିଲା । ସପ୍ତମ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟର ୨.୫୭ ଗୁଣା ରହିଥିବା ବେଳେ ଦରମା ୧୪.୨୯ ପ୍ରତିଶତ ବୃଦ୍ଧି ଓ ସର୍ବନିମ୍ନ ଦରମା ୧୮ ହଜାର ହୋଇଥିଲା । ତେଣୁ ଅଷ୍ଟମ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟର ୩.୬୮ ଗୁଣା ଯଦି ହୁଏ ତେବେ ଦରମା ୪୪.୪୪ ପ୍ରତିଶତ ବୃଦ୍ଧି ହେବା ସହ ସର୍ବନିମ୍ନ ଦରମା ୨୬ ହଜାର ହେବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.