ମାତ୍ର ୯୯୯ଟଙ୍କାରେ କରନ୍ତୁ ବିମାନ ଯାତ୍ରା, ସୁଯୋଗ ଦେଉଛି ଏହି କମ୍ପାନୀ

ଯଦି ଆପଣ କୁଆଡ଼େ ବୁଲି ଯିବାର ପ୍ଲାନ କରୁଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ସୁବର୍ଣ୍ଣ ସୁଯୋଗ। ଏବେ କେବଳ ରେଳର ଟିକେଟର ମୂଲ୍ୟରେ କରିପାରିବେ ବିମାନଯାତ୍ରା। ଦେଶର ବଡ଼ ବିମାନ କମ୍ପାନି ଇଣ୍ଡିଗୋ ଆପଣଙ୍କ ପାଇଁ ଆଣିଛି ଧମଦାର ଅଫର।

ଇଣ୍ଡିଗୋ ଏହାର ୧୦ଲକ୍ଷ ସିଟ ପାଇଁ ଏବେ ସେଲ ଆରମ୍ଭ କରିଛି। କମ୍ପାନୀ ନିକଟରେ ଏହା ବିଷୟରେ ଘୋଷଣା କରିଛି। ତେବେ ଅଫରଟି ବହୁ ସୀମିତ ସମୟ ପାଇଁ ରହିଛି। କମ୍ପାନୀ ଅନୁଯାୟୀ , ଏହି ଅଫରରେ ଟିକେଟ ମୂଲ୍ୟ ମାତ୍ର ୯୯୯ଟଙ୍କା ରହିବ। ଏଥିରେ ଗ୍ରାହକ ତାଙ୍କ ସୀମା ଅନ୍ତର୍ଗତ ଯେଉଁଆଡ଼େ ମଧ୍ୟ ଯାତ୍ରା କରିପାରିବେ।

indigo

ଏଥିସହ କମ୍ପାନୀ ଅନୁଯାୟୀ, ଯେଉଁ ଗ୍ରାହକମାନେ ମୋବିୱିକି ଦ୍ବାରା ଟଙ୍କା ଦେଲେ ୨୦ ପ୍ରତିଶତ କ୍ୟାସବ୍ୟାକର ଅଫର ରହିଛି। ତେବେ ଏହି କ୍ୟାସବ୍ୟାକରେ ସର୍ବାଧିକ ୬୦୦ଟଙ୍କା ପର୍ୟ୍ୟନ୍ତ କ୍ୟାସବ୍ୟାକ୍ ଗ୍ରାହକ ପାଇ ପାରିବେ। ଭାରତରେ ଏହି ସେଲ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଏବଂ ଆସନ୍ତା ୬ ତାରିଖ ପର୍ୟ୍ୟନ୍ତ ରହିବ। ଯଦି ଆପଣ ଏହି ଅଫର ଫାଇଦା ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୧୮ ସେପ୍ଟେମ୍ବର ୨୦୧୮ ରୁ ୩୦ ମାର୍ଚ୍ଚ ୩୦ ମାର୍ଚ୍ଚ ୨୦୧୯ ମଧ୍ୟରେ ଯାତ୍ରାର ତାରିଖ ବୁକ୍ କରିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.