କେବଳ ଦେଶରେ ନୁହେଁ ଆଜିକାଲି ସମଗ୍ର ବିଶ୍ୱରେ ଇଲେକ୍ଟ୍ରିକ୍ ଯାନର ଚାହିଦା ବୃଦ୍ଧି ଉପରେ ଧ୍ୟାନ ଦିଆଯାଉଛି । ସାରା ବିଶ୍ୱରେ ପେଟ୍ରୋଲ ଏବଂ ଡିଜେଲରେ ବହୁ ସଂଖ୍ୟକ କାର ଚାଲୁଛି । ଏଭଳି ପରିସ୍ଥିତିରେ ଲୋକଙ୍କୁ ଇଲେକ୍ଟ୍ରିକ୍ କାର ପ୍ରତି ଆକର୍ଷିତ କରାଇବା ଏକ ବଡ କାର୍ଯ୍ୟ । କିନ୍ତୁ ୟୁରୋପର ଏକ ଦେଶ ନରୱେ ଏହି କାର୍ଯ୍ୟକୁ ବାସ୍ତବ ରୂପ ଦେଇଛି । ନରୱେ ଦୁନିଆର ପ୍ରଥମ ଦେଶ ହୋଇଛି ଯେଉଁଠାରେ ଚଳିତ ବର୍ଷ ପେଟ୍ରୋଲ ଅପେକ୍ଷା ଅଧିକ ଇଲେକ୍ଟ୍ରିକ୍ ଯାନ ଅଧିକ ବିକ୍ରି ହୋଇଛି । ଦୁନିଆରେ ପ୍ରଥମ ଥର ପାଇଁ ଏଠାରେ ପେଟ୍ରୋଲ କାର ଅପେକ୍ଷା ଅଧିକ ଇଲେକ୍ଟ୍ରିକ୍ କାର ବିକ୍ରି ହୋଇଛି ।
ଏହା କରିବାରେ ନରୱେ ପ୍ରଥମ ଦେଶ ହୋଇପାରିଛି । ନରୱେ ରୋଡ୍ ଫେଡେରେସନ୍ (OFV) ନିକଟରେ ସୂଚନା ଜାରି କରି କହିଛି ଯେ ଦେଶରେ ବେସରକାରୀ କାରଗୁଡିକର ୨. ୮ ମିଲିୟନ ରେଜିଷ୍ଟ୍ରେସନ ହୋଇଛି, ସେଥିମଧ୍ୟରୁ ୭,୫୪,୩୦୩ ଟି ଇଲେକ୍ଟ୍ରିକ୍ ଯାନ ଏବଂ ୭,୫୩,୯୦୫ ପେଟ୍ରୋଲ ଚାଳିତ ଯାନ ପାଇଁ ପ୍ରସ୍ତୁତ କରାଯାଇଛି । ଏହି ରିପୋର୍ଟ ଅନୁଯାୟୀ, ପେଟ୍ରୋଲ ଭାରିଆଣ୍ଟ ତୁଳନାରେ ଇଲେକ୍ଟ୍ରିକ୍ ଯାନର ସଂଖ୍ୟା ଅଧିକ । ଏହି ସମୟରେ, ଏହି ଦୁଇଟି ଭାରିଆଣ୍ଟ ଅପେକ୍ଷା ଡିଜେଲ ଯାନ ପାଇଁ ଅଧିକ ରେଜିଷ୍ଟ୍ରେସନ କରାଯାଇଛି ।
AFP ସହ କଥାବାର୍ତ୍ତା କରି OFV ନିର୍ଦ୍ଦେଶକ Oyvind Solberg Thorsen କହିଛନ୍ତି ଯେ ନରୱେରେ ଏଭଳି ହେବା ଐତିହାସିକ ଅଟେ । ଆଗାମୀ ୧୦ ବର୍ଷରେ ନରୱେ ଏକ ନୂଆ ମାଇଲଷ୍ଟୋନ୍ ହାସଲ କରିବେ । ଥର୍ସେନ୍ ଆହୁରି ମଧ୍ୟ କହିଛନ୍ତି ଯେ ଯାତ୍ରୀବାହୀ ଯାନରେ ଇଲେକ୍ଟ୍ରିକ୍ କାର ସଂଖ୍ୟା ବୃଦ୍ଧି କରିବାରେ ନରୱେ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି । OFV ନିର୍ଦ୍ଦେଶକ କହିଛନ୍ତି ଯେ ଏହାକୁ ଡିଜେଲ ଚାଳିତ କାର ସହିତ ତୁଳନା କରି ୨୦୨୬ ସୁଦ୍ଧା ଦେଶରେ ଡିଜେଲ କାର ଅପେକ୍ଷା ଅଧିକ ଇଲେକ୍ଟ୍ରିକ୍ ଯାନ ରହିବ ।
ତେବେ କହିରଖୁଛୁ, ଏଭଳି ପରିସ୍ଥିତିରେ ବିଶ୍ୱରେ କୌଣସି ଦେଶ ନାହିଁ । ନରୱେ ଏକ ତୈଳ ଏବଂ ଗ୍ୟାସ ଉତ୍ପାଦନକାରୀ ଦେଶ । ୨୦୨୫ ବର୍ଷ ପର୍ଯ୍ୟନ୍ତ ଏହି ଦେଶ ନିଜ ପାଇଁ ଏକ ଲକ୍ଷ୍ୟ ସ୍ଥିର କରିଛି । ୨୦୨୫ ସୁଦ୍ଧା ଦେଶରେ କେବଳ ଜିରୋ ଏମିସନ୍ ଯାନ ବିକ୍ରୟ କରିବାକୁ ନରୱେ ଲକ୍ଷ୍ୟ ରଖିଛି, ଯାହା ୟୁରୋପୀୟ ୟୁନିଅନ୍ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟଠାରୁ ୧୦ ବର୍ଷ ଆଗରେ ଅଛି ।