ଏହି ସ୍କିମରେ ଆପଣ ପାଇପାରିବେ କମ ମୂଲ୍ୟରେ ଅଧିକ ପରିମାଣର ସୁନା !

ଗ୍ରାହକଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛନ୍ତି ସରକାର । ଗୋଲଡ ବଣ୍ଡର ଆଗାମୀ କିସ୍ତି ଆସନ୍ତା ଅକ୍ଟୋବର ୨୫ ତାରିଖଠାରୁ ଗ୍ରାହକଙ୍କ ପାଇଁ ଖୋଲିବ । ଏହି କିସ୍ତି ଅନୁଯାୟୀ ଆପଣ ଅକ୍ଟୋବର ୨୫ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ନିବେଶ କରିପାରିବେ । ଅର୍ଥ ମନ୍ତ୍ରାଳୟ ତରଫରୁ ଏହି ସୂଚନା ଜାରି ହୋଇଥିବା ଜଣାଯାଇଛି । ଗୁରୁବାର ଅର୍ଥ ମନ୍ତ୍ରଳୟ ତରଫରୁ ଜାରି ହୋଇଥିବା ବୟାନରେ କୁହାଯାଇଛିକି, ୨୦୨୧ -୨୨ ମସିହାର ସରକାରୀ ବଣ୍ଡର ନିୟମ ଅନୁଯାୟୀ ଏହି ବଣ୍ଡର ନିବେଶ ସୁଯୋଗ ଆସନ୍ତା କାଲି ଠାରୁ ଆରମ୍ଭ ହୋଇ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିବ । ଗୋଲ୍ଡ ବଣ୍ଡ ୨୦୨୧-୨୨ ର ସିରିଜ ଅନୁଯାୟୀ ଚଳିତ ବର୍ଷ ଅକ୍ଟୋବରରୁ ଆସନ୍ତା ବର୍ଷ ମାର୍ଚ୍ଚ ଭିତରେ ଚାରିଟି କିସ୍ତିରେ ବଣ୍ଡ ଜାରି କରାଯିବ । ଏହି ସିରିଜରେ ଚଳିତ ବର୍ଷ ମେ ମାସରୁ ସେପ୍ଟେମ୍ବର ଭିତରେ ମୋଟ ରୂପରେ ଗ୍ରାହକଙ୍କୁ ୬ଟି ଚରଣରେ କିସ୍ତି ଭରିବାକୁ ପଡିବ ।

ଅର୍ଥ ମନ୍ତ୍ରାଳୟରୁ ଜାରି ହୋଇଥିବା ବୟାନରେ ଜାରି କରାଯାଇଛିକି, ଆସନ୍ତା କିସ୍ତିର ଅବଧି ଅକ୍ଟୋବର ୨୫ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ବଣ୍ଡ ନଭେମ୍ବର ୨ରେ ଜାରି କରାଯିବ । ଏହି ବଣ୍ଡ ବ୍ୟାଙ୍କ, ସ୍ଟକ ହୋଲଡିଂଗ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ଼, କ୍ଲିୟରିଙ୍ଗ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ଼, ରେଜିଷ୍ଟାର ହୋଇଥିବା ଡାକଘର ସମେତ ମାନ୍ୟତା ପ୍ରାପ୍ତ ସେୟାର ବଜାର ଗୁଡିକ ଜରିଆରେ ବିକ୍ରି କରାଯିବ । ଏଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ଭାରତ ସରକାରଙ୍କ ତରଫରୁ ଜାରି କରାଯିବ । ଗୋଲ୍ଡ ବଣ୍ଡ ପାଇଁ ସୁନା ଦର, ସଦସ୍ୟତା ଅବଧି ପୂର୍ବ ସପ୍ତାହର ଶେଷ ତିନି କାର୍ଯ୍ୟ ଦିବସ ପାଇଁ 999 ଶୁଦ୍ଧତା ବିଶିଷ୍ଟ ସୁନା ବର୍ତ୍ତମାନର ମୂଲ୍ୟ ହିସାବରେ ରହିବ । ବଣ୍ଡର ଅବଧି ୮ ବର୍ଷ ପାଇଁ ଥିବା ବେଳେ ପଞ୍ଚମ ବର୍ଷ ପରେ ବାହାରକୁ ବାହାରିବା ପାଇଁ ବିକଳ୍ପ ମିଳିଯିବ ।

ମନ୍ତ୍ରାଳୟ ପକ୍ଷରୁ ଏହା ବି କୁହାଯାଇଛିକି- ଅନଲାଇନ ଆବେଦନ ପାଇଁ ନିବେଶକ ମାନଙ୍କୁ ଅନଲାଇନ ଆବେଦନ ଓ ଡିଜିଟାଲ ତାରିକରେ ଭରିବା ପାଇଁ ଗ୍ରାମ ପ୍ରତି ୫୦
ଟଙ୍କାର ରିହାତି ମିଳିବ । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଲୋନରେ ନିବେଶ କଲେ ଅତିରିକ୍ତ ସୁଧରୁ ବି ମୁକ୍ତି ମିଳିବ । ଗୋଲ୍ଡ ବଣ୍ଡ ଅନୁଯାୟୀ ଗ୍ରାହକଙ୍କୁ ଅତି କମରେ ଗୋଟେ ଗ୍ରାମ ସୁନା ପାଇଁ ନିବେଶ କରିବାକୁ ହେବ ।

Leave A Reply

Your email address will not be published.