ଆମ୍ବର ନାମ ‘ଶାହ ଆମ୍ବ’ । ଆଜ୍ଞା ହଁ ଉତ୍ତର ପ୍ରଦେଶର ମାଲିହାବାଦର ଆମ୍ବ ଚାଷୀ ହାଜି କାଲିମୁଲ୍ଲାହ ଏକ ନୂତନ ପ୍ରଜାତିର ଆମ୍ବ ବିକଶିତ କରିଛନ୍ତି। ଯାହାକୁ ସେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନାମରେ ନାମିତ କରିଛନ୍ତି। ଶାହଙ୍କ ବ୍ୟକ୍ତିତ୍ବରେ ଅନୁପ୍ରାଣିତ ହୋଇ ସେ ନୂତନ ପ୍ରଜାତିର ଆମ୍ବ ନାମକୁ ଏପରି ଭାବେ ନାମିତ କରିଛନ୍ତି।
କାଜିମୁଲ୍ଲାହ, ଆମ୍ବ ମଣିଷ ଭାବେ ପରିଚିତ। ୨୦୧୫ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ଏକ ଆମ୍ବର ନାମ ରଖିଥିଲେ। ସେ ୩୦୦ରୁ ଅଧିକ ପ୍ରଜାତିର ଆମ୍ବ ଫଳାଉଛନ୍ତି। ଏହି ‘ଶାହ ଆମ୍ବ’ଏବେ ଗଛରେ ଥିବାବେଳେ କିଛି ଦିନ ଭିତରେ ଏହା ପାଚିବ। ସବୁ ପ୍ରକାର ଆମ୍ବକୁ ବିଭିନ୍ନ ସେଲିବ୍ରିଟିଙ୍କ ନାମ ଅନୁସାରେ ନାମିତ କରିଛନ୍ତି। ଐଶ୍ବର୍ଯ୍ୟ ରାୟ ଓ ସଚିନ ତେନ୍ଦୁଲକର ନାମରେ ମଧ୍ୟ ସେ ଆମ୍ବର ନାମକରଣ କରିଛନ୍ତି।