ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି BMW ର ଏକ ଜବରଦସ୍ତ ବାଇକ୍, ରହିଛି ବଢ଼ିଆ ଫିଚର୍ସ

BMW Motorrad ର ଲେଜେଣ୍ଡାରୀ ଟୁରିଂ ସିରିଜ୍ ଖୁବ୍ ଶୀଘ୍ର ଏକ ନୂଆ ଧମାକା ସୃଷ୍ଟି କରିବାକୁ ଯାଉଛି । ଜର୍ମାନ ଅଟୋ ଜାଏଣ୍ଟ BMW ଏପ୍ରିଲ୍ ୨୯, ୨୦୨୫ରେ ବିଶ୍ବ ସ୍ତରରେ ଏହାର ନୂଆ R 1300 RT କୁ ଉନ୍ମୋଚନ କରିବାକୁ ଯାଉଛି । ଏହି ବାଇକ୍ ପୂର୍ବରୁ ଥିବା R 1250 RT ର ଜାଗା ନେବ ଏବଂ ଏକ ନୂଆ ଉପାୟରେ ଟୁରିଂ ଏକ୍ସେପେରିୟନ୍ସକୁ ରିଡିାଇନ୍ କରିବ ।
ଏଥି ସହ ଜାଣିରଖନ୍ତୁ ଯେ ଏହି ନୂଆ ଟୁରର୍ ବାଇକକୁ ଲଙ୍ଗ ରାଇଡ୍ସକୁ ଧ୍ୟାନରେ ରଖି ସ୍ବତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି । ଯେଉଁଥିରେ ସ୍ପୋର୍ଟି ଷ୍ଟାଇଲିଂ, କମଫରଟେବଲ ଫିଚର୍ସ ଏବଂ ଏକ ଦମଦାର୍ ଇଞ୍ଜିନର କମ୍ପିନେସନ୍ ମିଳିବ ।
ଇଞ୍ଜିନ୍ ଏବଂ ପାୱାରଟ୍ରେନ୍ :
ନୂଆ BMW R 1300 RT ରେ ସେହି ସମାନ ଇଞ୍ଜିନ୍ ରହିବ, ଯାହା ନିକଟରେ R 1300 GS (1300cc ବକ୍ସର-ଟ୍ବିନ୍ ଇଞ୍ଜିନ୍)ରେ ପ୍ରଦାନ କରାଯାଇଥିଲା । ଏହି ଇଞ୍ଜିନ୍ ୭,୭୫୦rpm ରେ ୧୪୫bhp ର ମ୍ୟାକ୍ସିମମ୍ ପାୱାର ଏବଂ ୬,୫୦୦rpm ରେ ୧୪୯Nm ର ପିକ୍ ଟର୍କ ଜେନେରେଯ୍ କରିଥାଏ । ଏଥି ସହ ଇଞ୍ଜିନକୁ ୬-ସ୍ପିଡ୍ ଗିୟରବକ୍ସରେ ଆଡ୍ କରାଯାଇଛି । କିଛି ରିପୋର୍ଟ ଅନୁସାରେ BMW ଏହି ମଡେଲରେ ଅଟୋମେଟିକ୍ ଟ୍ରାନ୍ସମିସନ୍ ଉପରେ ମଧ୍ୟ କାମ କରୁଛି, ଯାହା ରାଇଡିଂ ଏବଂ ଅଧିକ ରିଲାକ୍ସିଂ କରିପାରିବ । ଏହି ପାୱାରଟ୍ରେନ୍ R 1300 RT କୁ ଲଙ୍ଗ ଡିସଟାନ୍ସ ଟୁରିଙ୍ଗରେ ପରଫେକ୍ଟ ଚଏସ୍ କରିଥାଏ । ଯାହା ପାୱାର, ଷ୍ଟେବିଲିଟି ଏବଂ ଏଫିସିଏନ୍ସିର ଉନ୍ନତ ବାଲାନ୍ସ ମିଳିବ ।
ଡିଜାଇନ୍ ଏବଂ ଲୁକ୍ :
ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଫୁଲ୍ ଡିଜାଇନ୍ ସାମ୍ନାକୁ ଆସିନାହିଁ । କିନ୍ତୁ ସ୍ପାଏ ସଟ୍ ଏବଂ ଟିଜରରୁ ଅନେକ ଗୁରୁତ୍ବପୂର୍ଣ୍ଣ ଇନଫରମେସନ୍ ମିଳିଛି । ବାଇକରେ ଏକ ଭର୍ଟିକାଲ୍ ଷ୍ଟାକ୍ LED ହେଡଲାଇଟ୍ ସେଟଅପ୍ ଏବଂ DRL ଦିଆଯାଇଛି । ନୂଆ ମଡେଲ୍ ଟ୍ରାନ୍ସପରେଣ୍ଟ ଭାଇଜର ଏବଂ ବୁମେରାଂ ଭଳି ସେପର ଫେୟାରିଂ ସହିତ ଆସିବ । ଫେୟାରିଂ ନିଶ୍ଚିତ ଭାବରେ ଆଉଟଗୋଇଂ R 1250 RT ଠାରୁ ଭିନ୍ନ ହେବ । ଡିଜାଇନରେ ଏରୋଟାଇନାମିକ୍ସକୁ ବିଶେଷ ଧ୍ୟାନରେ ରଖାଯାଇଛି, ଯାହା ଦ୍ବାରା ହାଇ-ସ୍ପିହ୍ ଟୁରିଂ ସମୟରେ ସ୍ଥିରତା ଏବଂ କମଫର୍ଟ ପ୍ରଦାନ କରେ ।
ଟେକ୍ନୋଲୋଜି ଏବଂ ଫିଚର୍ସ :
BMW R 1300 RT କେବଳ ଏକ ପାୱାରଫୁଳ୍ ଇଞ୍ଜିନ ସହିତ ନୁହେଁ ବରଂ ଦମଦାର୍ ଫିଚର୍ସ ସହିତ ଆସିଥାଏ, ଯାହା ଏହାକୁ ଏକ ପ୍ରିମିୟମ୍ ଏବଂ ହାଇ-ଟେକ୍ ଟୁରିଂ ବାଇକ୍ କରିଥାଏ । ଏଥିରେ ଏକ ବଡ଼ TFT ଡିସପ୍ଲେ ଅଛି, ଯାହା ସ୍ମାର୍ଟଫୋନ୍ କନେକ୍ଟିଭିଟିକୁ ସପୋର୍ଟ କରେ । ଚଲାଇବା ଅଭିଜ୍ଞତାକୁ ଆହୁରି ଉନ୍ନତ କରିବା ପାଇଁ, ଏଥିରେ ରେନ୍, ରୋଡ୍ ଏବଂ ଡାଇନାମିକ୍ ଭଳି ଏକାଧିକ ରାଇଡିଂ ମୋଡ୍ ସାମିଲ୍ କରାଯାଇଛି । ସେଫ୍ଟି ଦୃଷ୍ଟିରୁ, ଏଥିରେ ଟ୍ରାକ୍ସନ୍ କଣ୍ଟ୍ରୋଲ ଏବଂ ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ୍ (ABS) ସୁବିଧା ଅଛି । କିଛି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏଥିରେ ରିମୋଟ୍ କିଲେସ୍ ଏଣ୍ଟ୍ରି ଏବଂ ହିଟେଡ୍ ସିଟ୍ ଭଳି ଲଗଜରୀ ଫିଚର୍ସ ମଧ୍ୟ ପ୍ରଦାନ କରାଯାଇପାରିବ ।
ପ୍ରାଇସ୍ ଏବଂ ଲଞ୍ଚ ଡେଟ୍ :
BMW ଏପର୍ଯ୍ୟନ୍ତ R 1300 RT ର ଅଫିସିଆଲି ପ୍ରାଇସ୍ ଘୋଷଣା କରିନାହିଁ, କିନ୍ତୁ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହାର ଏକ୍ସ-ଶୋରୁମ୍ ପ୍ରାଇସ୍ ଭାରତରେ ୨୫ ଲକ୍ଷ ଟଙ୍କାରୁ ଅଧିକ ହୋଇପାରେ । ଏହି ବାଇକ୍ ୨୯ ଏପ୍ରିଲ୍ ୨୦୨୫ରେ ବିଶ୍ୱ ସ୍ତରରେ ଲଞ୍ଚ ହେବ ଏବଂ ୨୦୨୫ ମଧ୍ୟଭାଗ କିମ୍ବା ଶେଷ ସୁଦ୍ଧା ଭାରତରେ ଏହା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ଏହାର ଦମଦାର୍ ପରଫରମାନ୍ସ, ଆଡଭାନ୍ସ ଫିଚର୍ସ ଏବଂ ଆକର୍ଷଣୀୟ ଡିଜାଇନ୍ ଯୋଗୁଁ ରାଇଡର୍ସଙ୍କୁ ଉନ୍ତ ଏକ୍ସପେରିୟନ୍ସ ମିଳିପାରିବ । ଏଥି ସହ ଏହି ବାଇକ୍ ସେହି ବାଇକ୍ ଲଭର୍ସଙ୍କ ପାଇଁ ଏକ ପରଫେକ୍ଟ ଚଏସ୍ ହୋଇପାରେ ଯେଉଁମାନେ ପାୱାର, ଷ୍ଟାଇଲ୍ ଏବଂ କମ୍ପର୍ଟ ଚାହାଁନ୍ତି ।
Also read : ଭାରତରେ ଲଞ୍ଚ ହେଲା BMW C 400 GT ସ୍କୁଟର, ପ୍ରାଇସ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ