ଲଞ୍ଚ ହୋଇଛି TVS ର ଏକ ଜବରଦସ୍ତ ବାଇକ୍, ଜାଣନ୍ତୁ ଫିଚର୍ସ ଏବଂ ପ୍ରାଇସର ଡିଟେଲ୍ସ

TVS ନିଜର ପପୁଲାର କମ୍ୟୁଟର୍ ବାଇକ୍ ସ୍ପୋର୍ଟର ଏକ ନୂତନ ଭାରିଆଣ୍ଟ ES+ ଲଞ୍ଚ କରିଛି । ଦିଲ୍ଲୀରେ ଏହାର ଏକ୍ସ-ସୋରୁମ୍ ପ୍ରାଇସ ୬୦,୮୮୧ ଟଙ୍କା ରଖାଯାଇଛି । ଏହି ନୂତନ ବାଇକ୍ର ସବୁଠାରୁ ଖାସ୍ କଥା ହେଉଛି ଏହାର ଜବରଦସ୍ତ ମାଇଲେଜ୍, ଯାହା କମ୍ପାନୀ ଅନୁଯାୟୀ ୬୫kmpl ରୁ ଅଧିକ । ପେଟ୍ରୋଲ ଦର ପକେଟ ଉପରେ ବୋଝ ସୃଷ୍ଟି କରୁଥିବା ସମୟରେ, ଏହି ବାଇକ୍ ଏକ ଜବରଦସ୍ତ ଅପ୍ସନ ଭାବରେ ସାମ୍ନାକୁ ଆସିଛି ।
TVS Sport ES+କୁ ସେହି ଗ୍ରାହକଙ୍କ ପାଇଁ ବେଷ୍ଟ ହୋଇପାରିବ, ଯେଉଁମାନେ କମ୍ ପ୍ରାଇସରେ ଦମଦାର୍ ମାଇଲେଜ୍ ଏବଂ ଷ୍ଟାଇଲ ଖୋଜୁଛନ୍ତି । ଏହା ବ୍ୟତୀତତ, ଏହି ବାଇକ୍ Hero Splendor କୁ କଡା ଟକ୍କର ମଧ୍ୟ ଦେଇପାରିବ ।
ଲୁକ୍ ଏବଂ ଡିଜାଇନ୍ :
TVS Sport ES+ କୁ ଏକ ନୂଆ ଡିଜାଇନ୍ ଅପଡେଯ୍ ଦିଆଯାଇଛି, ଯାହା ଭିଡ ଭିତରେ ମଧ୍ୟ ଅଲଗା ଦେଖାଯିବ । ଏଥିରେ ଗ୍ରେ-ରେଡ୍ ଏବଂ ବ୍ଲାକ୍-ନିୟନ ଭଳି କଟ୍ରାକ୍ଟିଭ୍ କଲର ଅପ୍ସନ ଦିଆଯାଇଛି । ଏହା ବ୍ୟତୀତ ଏଥିରେ ସ୍ପୋର୍ଟି ଆଲଇ ହୁଇଲରେ ପିନସ୍ଟ୍ରିପିଙ୍ଗ ଦିଆଯାଇଛି । କେବଳ ES+ଭାରିଆଣ୍ଟରେ କଳା ପିଲିଅନ୍ ଗ୍ରାବ୍ ରେଲ୍ ଏହାକୁ ଅନ୍ୟ ମଡେଲଗୁଡ଼ିକଠାରୁ ଭିନ୍ନ କରିଥାଏ । ଏହା ସହିତ, କଲର-କୋଡେଡ୍ ହେଡଲାଇଟ୍ କାଉଲ୍ ଏବଂ ମଡ୍ଗାର୍ଡ ଏହି ବାଇକ୍କୁ ଏକ ପ୍ରିମିୟମ୍ ଲୁକ୍ ଦେଇଛି । ଏହି ସମସ୍ତ ଉପାଦାନଗୁଡ଼ିକ TVS Sport ES+ କୁ ଏକ ଷ୍ଟାଇଲିସ୍ ଅପ୍ସନ କରିଥାଏ ।
ଇଞ୍ଜିନ୍ ଏବଂ ପରଫରମାନ୍ସ :
ଇଞ୍ଜିନ ଏବଂ ପରଫରମାନ୍ସ ବିଷୟରେ କହିବାକୁ ଗଲେ TVS Sport ES+ ରେ ୧୦୯.୭cc ର ସିଙ୍ଗଲ ସିଲିଣ୍ଡର, ଏୟର-କୁଲ୍ଡ, ଫ୍ୟୁଏଲ-ଇଞ୍ଜିକ୍ଟେଡ୍ ଇଞ୍ଜିନ୍ ଦିଆଯାଇଛି । ଯାହା ୮.୦୮bhp ର ପାୱାର ଏବଂ ୮.୭ Nm ର ଟର୍କ ଜେନେରେଟ୍ କରିଥାଏ । ଏଥି ସହ ଏଥିରେ ୪-ସ୍ପିଡ୍ ମାନୁଆଲ୍ ଗିୟରବକ୍ସ ମଧ୍ୟ ସାମିଲ ଅଛି । ଏହି ବାଇକ୍ ମ୍ୟାକ୍ସିମମ୍ ୯୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ ଦେଇପାରିବ ଏବଂ କମ୍ପାନୀ ଅନୁଯାୟୀ ଏହାର ମାଇଲେଜ୍ ୬୫ କିଲୋମିଟର ପ୍ରତି ଲିଟରରୁ ଅଧିକ ହେବ । ଏହା ସହିତ ଜାଣି ରଖନ୍ତୁ ଯେ ବାଇକର ଓଜନ ୧୨୨ କିଲୋଗ୍ରାମ ଏବଂ ଏହାର ଗ୍ରାଉଣ୍ଡ କ୍ଲିୟରାନ୍ସ ୧୭୫ ମିମି ହେବ । ଏଥିରେ ୧୦ ଲିଟରର ଫ୍ୟୁଏଲ୍ ଟ୍ୟାଙ୍କ୍ ଦିଆଯାଇଛି । ବ୍ରେକିଙ୍ଗ୍ ସିଷ୍ଟମ ରୂପରେ ଫ୍ରଣ୍ଟ ଏବଂ ରିୟରରେ ଡ୍ରମ ବ୍ରେକ୍ ମିଳିଥାଏ ।
ପ୍ରାଇମ୍ ଏବଂ ଭାରିଆଣ୍ଟ :
ଏଥି ସହ ପ୍ରାଇସ୍ ଏବଂ ଭାରିଆଣ୍ଟ ବିଷୟରେ କହିବାକୁ ଗଲେ TVS Sport ES+ କୁ ଦୁଇଟି ଉପଲବ୍ଧ ଭାରିଆଣ୍ଟ ମଧ୍ୟରେ ରଖାଯାଇଛି । Self Start Alloy Wheels ର ପ୍ରାଇସ ୫୯,୮୮୧ ଟଙ୍କା ଏବଂ Self Start ELS Alloy Wheels ର ପ୍ରାଇସ ୭୧,୭୮୫ ଟଙ୍କା ରହିଛି । ଏଥିରେ ES+ ଭାରିଆଣ୍ଟ ସେହି ଗ୍ରାହକଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ, ଯେଉଁମାନେ କମ୍ ପ୍ରାଇସରେ ଅଧିକ ଫିଚର୍ସ ଚାହୁଛନ୍ତି । ନିକଟରେ ଏହି ଭାରିଆଣ୍ଟ ପରଫରମାନ୍ସ, ଫିଚର୍ସ ଏବଂ ପ୍ରାଇସ୍ ହିସାବରେ ଜବରଦସ୍ତ ରହିଛି । ଯଦି ଆପଣ କମ୍ ପ୍ରାଇସରେ ଏକ ପାୱାରଫୁଲ୍ ବାଇକ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ବାଇକ୍ ବେଷ୍ଟ ଅପ୍ସନ ହୋଇପାରିବ ।
Also read : TVS ଲଞ୍ଚ କରିଛି Ronin ବାଇକ୍, ରହିଛି ଜବରଦସ୍ତ ପ୍ରାଇସ୍ ଏବଂ ଫିଚର୍ସ