ବ୍ୟବସାୟ ଓ ଅର୍ଥନୀତି

ବ୍ୟାଙ୍କ ଏଟିଏମ୍‌ରୁ ଯଦି ବାହାରୁଛି ଫଟା ନୋଟ୍‌, ତ ଜମାରୁ ବି ହୁଅନ୍ତୁ ନାହିଁ ବ୍ୟସ୍ତ, ଜାଣନ୍ତୁ କ’ଣ ରହିଛି ବଦଳାଇବାର ଉପାୟ

ଏଟିଏମ୍‌ରୁ ଟଙ୍କା ଉଠାଇବା ବେଳେ ଅନେକ ସମୟରେ ଆପଣଙ୍କ ହାତରେ ଫଟା ନୋଟ୍‌ ଆସି ଯାଇଥାଏ, ତ ଏଥିପାଇଁ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ। କିନ୍ତୁ ଏହି ନୋଟ୍‌କୁ ମାର୍କେଟରେ ଚଳାଇବା ବହୁତ ମୁସ୍କିଲ ହୋଇଥାଏ। ଯେତେବେଳେ ନୋଟ୍‌ ମାର୍କେଟରେ ଚାଲିପାରି ନ ଥାଏ, ତ ଏହାକୁ ବ୍ୟାଙ୍କକୁ ନେଇ ଯିବାକୁ ପଡ଼ିଥାଏ। କିନ୍ତୁ ଅନେକ ବାର ବ୍ୟାଙ୍କ ମଧ୍ୟ ଉକ୍ତ ଫଟା ନୋଟ୍‌ ନେବାକୁ ମନା କରି ଦେଇଥାଏ। ଯଦି ଆପଣଙ୍କ ସହିତ ବି ଏମିତି କେବେ ହୋଇଛି, ତ ଆଦୌ ବ୍ୟସ୍ତ ହେବାର ନାହିଁ। କାହିଁକିନା, ଏବେ ଆର୍‌ବିଆଇ ଲୋକଙ୍କ ସମସ୍ୟାକୁ ନଜରରେ ରଖି ଏହାର ସମାଧାନର ତରିକା ବାହାର କରିଛି।

ନିୟମ ମୁତାବକ, ଏଟିଏମ୍‌ରୁ ବାହାରୁଥିବା ଫଟା ନୋଟ୍‌କୁ ନେଇ ଆପଣ ସିଧା ବ୍ୟାଙ୍କକୁ ଯାଇପାରିବେ ଏବଂ ବ୍ୟାଙ୍କ କର୍ମଚାରୀଙ୍କୁ ଏହା କହିପାରିବେ କି, ଆପଣଙ୍କ ଏଟିଏମ୍‌ରୁ ଏହି ନୋଟ୍‌ ବାହାରିଛି, ଆପଣ ଏହାକୁ ଚେଞ୍ଜ କରି ଦିଅନ୍ତୁ। ଏହା ପରେ ବି ଯଦି ବ୍ୟାଙ୍କ ଆପଣଙ୍କ ନୋଟ୍‌ ନେଉନାହିଁ, ତ ଅନ୍ୟ ତରିକା ମଧ୍ୟ ଆପଣାଇ ପାରିବେ।

୧. ଆପଣଙ୍କୁ ଏକ ଫର୍ମ ଭରି ପୂରା ବିବରଣୀ ଦେବାକୁ ହେବ: ଯଦି ଆପଣଙ୍କୁ ଏଟିଏମ୍‌ରୁ ଫଟା ନୋଟ୍‌ ମିଳିଛି, ତ ଗ୍ରାହକଙ୍କୁ ବ୍ୟାଙ୍କରୁ ଏକ ଫର୍ମ ନେଇ ଏହାକୁ ପୂରଣ କରି ଜମା କରିବାକୁ ହେବ। ଫଟା ନୋଟ୍‌ ଏକ୍ସଚେଞ୍ଜ ପାଇଁ ଏହି ଫର୍ମ ଉଦ୍ଦିଷ୍ଟ। ଏଥିରେ ସମୟ, ତାରିଖ ଏବଂ କେଉଁ ଏଟିଏମ୍‌ରୁ ଫଟା ନୋଟ୍‌ ବାହାରିଛି, ତାହାର ବିବରଣୀ ଦେବାକୁ ହେବ। ଏଥିସହିତ ଆପଣଙ୍କୁ ଟଙ୍କା ଉଠାଣ ସ୍ଲିପ୍‌ ମଧ୍ୟ ଜମା କରିବାକୁ ହେବ। ଯଦି ଏଟିଏମ୍‌ରୁ ସ୍ଲିପ୍‌ ବାହାରିନାହିଁ, ତ ନିଜ ମୋବାଇଲ ମେସେଜକୁ ଆଟାଚ୍‌ କରିବାକୁ ହେବ।

୨. ବ୍ୟାଙ୍କ କରିପାରିବ ନାହିଁ ନିୟମ ଉଲ୍ଲଂଘନ: ଯଦି ଆପଣଙ୍କୁ ଏଟିଏମ୍‌ରୁ ଫଟା ନୋଟ୍‌ ମିଳିଛି, ତ ରିଜର୍ଭ ବ୍ୟାଙ୍କର ‘ଏକ୍ସଚେଞ୍ଜ କରେନ୍ସି ରୁଲ୍ସ ୨୦୧୭’ ଅନୁସାରେ ବ୍ୟାଙ୍କର ଏହା ଦାୟିତ୍ୱ ଯେ ସେ ଏହି ନୋଟ୍‌କୁ ବଦଳାଇ ଆଉ ଏକ ନୋଟ୍‌ ଦେବ। ଏଥିରେ ଅଧିକ ସମୟ ଲାଗି ନ ଥାଏ।

୩. ବ୍ୟାଙ୍କକୁ ଡ୍ୟାମେଜର ଭରଣା କରିବାକୁ ପଡ଼ିପାରେ: ଆର୍‌ବିଆଇ ନିୟମ ମୁତାବକ, କୌଣସି ବି ବ୍ୟାଙ୍କ ଏଟିଏମ୍‌ରୁ ବାହାରିଥିବା ଫଟା ନୋଟ୍‌ ନେବାକୁ ମନା କରିପାରିବେ ନାହିଁ। ଯଦି ବ୍ୟାଙ୍କ ଏହି ନିୟମକୁ ଉଲ୍ଲଂଘନ କରେ, ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ। ଏଥି ସହିତ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ବି ଲଗାଯାଇ ପାରେ।

Roshni

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

2 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

13 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

21 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

37 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

46 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

54 mins ago