୩୧ ମାର୍ଚ୍ଚ ସୁଦ୍ଧା କରାନ୍ତୁ ଆଧାର-ପାନ୍‌ ଲିଙ୍କ, ପରେ କଲେ ଦେବେ ୧୦୦୦ ଟଙ୍କା ଜରିମାନା

ଆପଣ ଆଧାର-ପାନ୍‌ ଲିଙ୍କ କରିଛନ୍ତି ତ ? ଯଦି କରିନାହାନ୍ତି ଆଜି ହିଁ ତୁରନ୍ତ କରିଦିଅନ୍ତୁ। ଆଧାର ଏବଂ ପାନ୍‌ ଲିଙ୍କ୍‌ ହେବା ନେଇ ଏପ୍ରିଲ ୧ ତାରିଖରୁ ଅନିବାର୍ଯ୍ୟ କରିଦିଆଯାଇଛି। ଯଦି ଆପଣଙ୍କ ଏପର୍ଯ୍ୟନ୍ତ କରିନାହାନ୍ତି, ତେବେ ଆସନ୍ତାକାଲି ମଧ୍ୟରେ କରିଦିଅନ୍ତୁ। ନଚେତ ଆପଣଙ୍କୁ ଜରିମାନା ଦେବାକୁ ପଡିପାରେ। ଏହାକୁ ନେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT) ଏକ ନୋଟିଫିକେସନ ଜାରି କରିଛି।

ପାନ୍‌ କାର୍ଡକୁ ଆଧାର ସହିତ ଲିଙ୍କ କରିବା ପାଇଁ ଶେଷ ତାରିଖ ୩୧ ମାର୍ଚ୍ଚ ରହିଛି। ନଚେତ ଆପଣ ଏହାର ଲିଙ୍କ ଆପଣ ଜରିମାନା ଦେଇ କରିପାରିବେ। ନୋଟିଫିକେସନ ମୁତାବକ, ୩୧ ମାର୍ଚ୍ଚ ପରେ ଆପଣ ୩ ମାସ ଭିତରେ ଆଧାର ପାନ୍‌ ଲିଙ୍କ କରିପାରିବେ କିନ୍ତୁ ଏଥିପାଇଁ ଆପଣଙ୍କୁ ୫୦୦ ଜରିମାନା ଦେବାକୁ ପଡିବ। ୩ ମାସରୁ ଅଧିକ ଦିନ ହୋଇଗଲେ ପରେ ଏହାକୁ ଲିଙ୍କ କରିବା ପାଇଁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିପାରେ।

କେମିତି କରିବେ ଆଧାର-ପାନ୍‌ ଲିଙ୍କ ?

– ପାନ୍‌ ଆଧାର ଲିଙ୍କ କରିବା ପାଇଁ ଇନକମ୍‌ ଟାକ୍ସର ଇ-ଫାଇଲିଂ େଓ୍ଵବସାଇଟ୍‌ ଉପରେ କ୍ଲିକ କରନ୍ତୁ।

– ସାଇଟ୍‌ରେ ଆପଣଙ୍କୁ ଲିଙ୍କ ଆଧାର ଅପସନରେ କ୍ଲିକ୍‌ କରିବାକୁ ହେବ।

– ଏଠାରେ ଆପଣ ପାନ୍‌, ଆଧାର ନମ୍ବର ଏବଂ ନାମ ଏଣ୍ଟର କରିବେ।

– ସବୁ ବିବରଣୀ ଦେବା ପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଯିବ, ଏହି ଓଟିପିକୁ ଏଣ୍ଟର କରିବା ପରେ ଆପଣ ଆଧାର ଏବଂ ପାନ୍‌ ଲିଙ୍କ ହୋଇଯିବ।

ବ୍ରୋକର୍ସ ସଂଗଠନ କିଛିଦିନ ସମୟ ମାଗିଥିଲେ :

ପାନ୍‌ କାର୍ଡ ଏବଂ ଆଧାର କାର୍ଡ ଲିଙ୍କ କରିବା ପାଇଁ ବ୍ରୋକର୍ସ ସଂଗଠନ କିଛିଦିନ ସମୟ ମାଗିଥିଲେ, କିନ୍ତୁ ଏବେ ଏହାକୁ ଅସ୍ୱୀକାର କରାଯାଇଛି। ବ୍ରୋକର୍ସ ସଂଗଠନSEBI କୁ କହିଥିଲେ, ଆଧାର ପାନ୍‌ ଲିଙ୍କ କରିବା ଅନଗୋଇଂ ପ୍ରୋସେସ। ଯାହା ପାଇଁ ୬ ମାସ ସମୟ ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.