ଏବେ ବ୍ୟାଙ୍କ ଖାତା ଏବଂ ମୋବାଇଲ ସିମ୍ କିଣିବା ବେଳେ ଦରକାର ପଡିବ ନାହିଁ ଆଧାର କାର୍ଡ, ଜବରଦସ୍ତି ମାଗିଲେ ଦେବାକୁ ପଡିବ ୧୦ ହଜାର ଜରିମାନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ The Aadhar and Other Laws (Amendment) Bill, ୨୦୧୯କୁ ମଞ୍ଜୁରୀ ମିଳିଯାଇଛି। ସରକାରଙ୍କ ଦ୍ବାରା ପ୍ରସ୍ତାବିତ ସଂଶୋଧନବ ସେଇଟା ଥିଲା, ଯାହା ୨ ମାର୍ଚ୍ଚ ୨୦୧୯ରେ ରାଷ୍ଟ୍ରପତିଙ୍କ ଦ୍ବାରା ଜାରୀ କରାଯାଇଥିବା ଅଧ୍ୟାଦେଶରେ ଥିଲା। ଏହି ବିଷୟରେ ସାଂସଦରେ ଆଗାମୀ ବୈଠକରେ ରଖାଯିବ। ପ୍ରଶ୍ନ ଉଠୁଛି ଯେ ଏହାକୁ ନେଇ ସାଧାରଣ ଜନତାଙ୍କ ଉପରେ କଣ ପ୍ରଭାବ ପଡିବ।

ଆସନ୍ତୁ ଜାଣିବା ଏହା ବିଷୟରେ

-ସରକାରଙ୍କ ଦ୍ବାରା ଜାରୀ କରାଯାଇଥିବା ସୂଚନା ଅନୁଯାୟୀ ଏହି ନିଷ୍ପତିର ଅଧାରରେ ଏବେ ରେଗୁଲେଟର UIDAI ଲୋକଙ୍କ ହିତ ପାଇଁ ନିଷ୍ପତି ନେବାରେ ଏବଂ ଅଧାରର ଭୁଲ ପ୍ରୟୋଗକୁ ରୋକିବାରେ ସାହାଯ୍ୟ ମିଳିବ।

-କୌଣସି ବି ବ୍ୟକ୍ତିଙ୍କୁ ଅଧାର ଜରୀଆରେ ନିଜର ପରିଚୟ ପ୍ରମାଣିତ କରିବା ପାଇଁ ବାଧ୍ୟ କରାଯାଇପାରି ନାହିଁ।

-ସାଂସଦଙ୍କ ଦ୍ବାରା ବନାଯାଇଥିବା ଆଇନ ଦ୍ବାରା କିଛି ମାମଲାରେ ନିଜର ପରିଚୟ ପାଇଁ ଏହାକୁ ଦେଖାଇବା ଜରୁରୀ ହେବ।

-ବ୍ୟାଙ୍କ ଖାତା ଖୋଲିବା ପାଇଁ ଆଧାର ଦେଖାଇବା ଜରୁରୀ ନୁହେଁ ଏବଂ ମୋବାଇଲ ସିମ ପାଇଁ ଆଧାର ଦେବା ଅନିବାର୍ଯ୍ୟ ନୁହେଁ। ବାର ଅଙ୍କର ବାସ୍ତବ ଅଧାର ନମ୍ବର ବଦଳରେ ଏକ ଭର୍ଚୁଆଲ ଆଇଡେଣ୍ଟିଟୀ ଦ୍ବାରା ମଧ୍ୟ ନିଜର ପରିଚୟ ପ୍ରମାଣିକ କରିପାରିବେ।

-ପିଲାଙ୍କୁ ମଧ୍ୟ ୧୮ ବର୍ଷ ପରେ ନିଜର ଆଧାର ନମ୍ବର ରଦ୍ଦ କରିବାର ଅଧିକାର ରହିଛି।

-କେନ୍ଦ୍ର ଏବଂ ରାଜ୍ୟ ସରକାର କେବଳ ସେହିଠାରେ ପରିଚୟ ପ୍ରମାଣିତ କରିବାରେ ଆଧାରର ଆବଶ୍ୟକତା ପଡିବ ଯେଉଁଠାରେ ଅଥୋରିଟୀ ଦ୍ବାରା ନିର୍ଦ୍ଧାରିତ ସୁରକ୍ଷା ଚିନ୍ତା ଥାଏ। ୟୁନିକ ଆଇଡେଣ୍ଟିଫିକେସନ ଅଧରିଟୀ ଅଫ୍ ଇଣ୍ଡିଆ ଫଣ୍ଡର ଗଠନରୂ ପ୍ରସ୍ତାବ ରଖାଯାଇଛି।
-ଆଧାର ଆକ୍ଟର ପ୍ରାବନ୍ଧନର ଉଲଙ୍ଘନ କଲେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ସିଭିଲ ପେନାଲ୍ଟୀ ଲଗାଯାଇପାରେ। ଏହାସହିତ ଯଦି କେହି ଏହି ନିୟମର ପାଳନ ନକରନ୍ତି ତେବେ ସବୁଦିନ ୧୦ ଲକ୍ଷ ଟଙ୍କାର ଅତିରିକ୍ତ ଜରିମାନା ଲଗାଯାଇପାରେ।

You might also like