ବିନା କୌଣସି ପ୍ରମାଣପତ୍ରରେ ମଧ୍ୟ ଅପ୍‌ଡେଟ୍‌ କରିପାରିବେ ଆଧାର କାର୍ଡ, ଜାଣନ୍ତୁ ଷ୍ଟେପ୍‌ ବାଏ ଷ୍ଟେପ୍‌ ପ୍ରୋସେସ୍‌

ବର୍ତ୍ତମାନ ସମୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ମଧ୍ୟରୁ ଆଧାର କାର୍ଡ ଗୋଟିଏ। ପାନ୍‌ କାର୍ଡ ପାଇଁ ଆପ୍ଲାଏ କରିବା ହେଉ କି ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍‌ କିମ୍ବା ଗ୍ୟାସ୍‌ ସବ୍‌ସିଡି ପାଇଁ, ସବୁ କ୍ଷେତ୍ରରେ ଆଧାର କାର୍ଡ ହିଁ ଖୋଜାପଡ଼ୁଛି। ଏଣୁ ସବୁବେଳେ ଆଧାର କାର୍ଡ ଅପ୍‌ଡେଟ୍‌ ରଖିବା ଜରୁରୀ। କିନ୍ତୁ ବେଳେବେଳେ ଆଧାର ଅପ୍‌ହେଟ୍‌ କରିବା ପାଇଁ ଆମ ପାଖରେ ଆବଶ୍ୟକୀୟ ପ୍ରମାଣ ପତ୍ର ନଥାଏ। ଏଣୁ ଆମେ ଟେନ୍ସନ୍‌ରେ ରହିଥାଉ। କିନ୍ତୁ ଏବେ ଆଉ ଚିନ୍ତା କରିବାର କିଛି ନାହିଁ। କାରଣ ଦରକାରୀ କାଗଜପତ୍ର ନଥିଲେ ବି ଆପଣ ଆଧାର କାର୍ଡ ଅପ୍‌ଡେଟ୍‌ କରିପାରିବେ। ଆସନ୍ତୁ ଜାଣିବା ଏହାର ଷ୍ଟେପ୍‌ ବାଏ ଷ୍ଟେପ୍‌ ପ୍ରୋସେସ୍‌…

ପ୍ରଥମେ UIDAI ର ଅଫିସିଆଲ ୱେବ୍‌ସାଇଟ୍‌ରେ https://uidai.gov.in କୁ ଯାଇ ଲଗ୍‌ଇନ୍‌ କରନ୍ତୁ। ଏହା ପରେ’My Aadhaar’ ମେନ୍ୟୁରେ ‘Address Validation Letter’ ଉପରେ କ୍ଲିକ୍‌ କରନ୍ତୁ। ଏବେ ଏକ ନୂଆ ପେଜ୍‌ ଖୋଲିବ। ସେଥିରେ ୧୨ ଅଙ୍କର ଆଧାର ନମ୍ବର କିମ୍ବା ୧୬ ଅଙ୍କର ଭର୍ଚୁଆଲ ଆଇଡି ଭରନ୍ତୁ। ଏବେ ଭେରିଫିକେସନ୍‌ ପାଇଁ ‘Captcha Code’ ସବ୍‌ମିଟ୍‌ କରନ୍ତୁ। ଏହା ପରେ ‘Send OTP’ ବଟନ୍‌ ଉପରେ କ୍ଲିକ୍‌ କରନ୍ତୁ। ଏବେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଓଟିପି ଆସିବ। ଏହାକୁ ଦେବା ପରେ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମୋବାଇଲକୁ ସର୍ଭିସ ରିକ୍ୟୁଏଷ୍ଟ ନମ୍ବର (SRN) ଆସିବ।

aadhaar

 

ଏବେ SRN ସହ ଲଗ୍‌ଇନ୍‌ କରନ୍ତୁ। ଏହା ପରେ ଆଡ୍ରେସ୍‌ ପ୍ରିଭ୍ୟୁ କରନ୍ତୁ ଓ ସ୍ଥାନୀୟ ଭାଷାରେ ନିଜ ଠିକଣାକୁ ଏଡିଟ୍‌ କରନ୍ତୁ। ଏବେ ଡିକ୍ଲାରେସନ୍‌ ଉପରେ ଟିକ୍‌ କରନ୍ତୁ ଓ ସବ୍‌ମିଟ୍‌ ବଟନ୍‌ରେ କ୍ଲିକ୍‌ କରନ୍ତୁ। ତା’ପରେ ସେଭ ବଟନ୍‌ କ୍ଲିକ୍‌ କରନ୍ତୁ। ଏବେ ପୁଣିଥରେ ଡିକ୍ଲାରେସନ୍‌ ଉପରେ ଟିକ୍‌ କରନ୍ତୁ ଓ ସବ୍‌ମିଟ୍‌ ରିକ୍ୱେଷ୍ଟ ଉପରେ କ୍ଲିକ୍‌ କରନ୍ତୁ। ତା’ପରେ ଭେରିଫାୟରଡ୍‌ ଆଡ୍ରେସ୍‌ରେ ଡାକରେ ଏକ ସିକ୍ରେଟ୍‌ କୋଡ୍‌ ସହ ଆଡ୍ରେସ୍‌ ଭ୍ୟାଲିଡେସନ୍‌ ଲେଟର ପଠାଯିବ।

 

ଏହା ଆସିବା ପରେ ପୁଣିଥରେ UIDAI ର ଅଫିସିଆଲ ୱେବ୍‌ସାଇଟ୍‌କୁ ଓପନ୍‌ କରନ୍ତୁ ଓ ‘Proceed to Update Address’ ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ। ଏବେ ଆଧାର ନମ୍ବର ସହ ଲଗ୍‌ଇନ୍‌ କରନ୍ତୁ ଓ ‘Update Address via Secret Code’ ବିକଳ୍ପ ଚୟନ କରନ୍ତୁ। ଏବେ ସିକ୍ରେଟ୍‌ କୋଡ୍‌ ଭରନ୍ତୁ। ଏହା ପରେ ନୂଆ ଆଡ୍ରେସ୍‌କୁ ପ୍ରିଭ୍ୟୁ କରନ୍ତୁ ଏବଂ ‘Submit’  ବଟନ୍‌ ଉପରେ କ୍ଲିକ୍‌ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.