ଏଣିକି ଆଧାର ସହିତ ଡ୍ରାଇଭିଂ ଲାଇସେନ୍ସ ସଂଯୋଗ କରିବା ହେବ ବାଧ୍ୟତାମୂଳକ, ଜାଣନ୍ତୁ କଣ ରହିଛି ଲାଭ

ଟ୍ରାଫିକ୍‌ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ସରକାର ନିକଟରେ ମୋଟର ଯାନ ଉପରେ ବଡ ପରିବର୍ତ୍ତନ କରିଛନ୍ତି। ନିୟମର ଉଲଙ୍ଘନ କଲେ ୧୦ ଗୁଣା ଜରିମାନା ଭରିବାକୁ ପଡିବ। ଏହିସବୁ ଭିତରେ ବର୍ତ୍ତମାନ ସରକାର ଡ୍ରାଇଭିଂ ଲାଇସେନ୍ସକୁ ନେଇ ଏକ ବଡ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ଆଇଟି ଏବଂ ସଞ୍ଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ନିୟମର ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ଆଧାର କାର୍ଡକୁ ଡ୍ରାଇଭିଂ ଲାଇସେନ୍ସ ସହିତ ସଂଯୋଗ କରିବା ବାଧ୍ୟତାମୂଳକ ଅଟେ। ଆଧାର କାର୍ଡ ଏଥିପାଇଁ ବାଧ୍ୟତାମୂଳକ କାରଣ ନକଲି ଡ୍ରାଇଭିଂ ଲାଇସେନ୍ସ ଆଉ ପ୍ରଚଳିତ ହୋଇପାରିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଆଧାର କାର୍ଡ ଭ୍ରଷ୍ଟାଚାର ଯାଞ୍ଚ କରିବାର ସବୁଠାରୁ ବଡ ଭୂମିକା ଗ୍ରହଣ କରୁଛି।

ଏହାସହ ପଢନ୍ତୁ : ସମୟ ଭିତରେ ପେନସନ ନ ମିଳିଲେ ବ୍ୟାଙ୍କ ଦେବ କ୍ଷତିପୂରଣ, RBI ଦେଇଛି ନିର୍ଦ୍ଦେଶ

ଏହା କାର୍ଯ୍ୟକାରୀ ହେଲେ ବହୁତ ବଡ ଲାଭ ମିଳିବ ଯେ କୌଣସି ଆପାତକାଳୀନ ପରିସ୍ଥିତିରେ କିମ୍ବା ଦୁର୍ଘଟଣା ସମୟରେ ବ୍ୟକ୍ତିଙ୍କର ତତ୍କାଳ ପରିଚୟ ମିଳିପାରିବ। ଆଧାର ସହିତ ଡିଏଲ ସଂଯୋଗ ଥିବା କାରଣରୁ ଅପରାଧୀ ପାଖକୁ ସହଜରେ ମଧ୍ୟ ପହଁଚିହେବ। ତେବେ ଏବେ ପର୍ଯ୍ୟନ୍ତ ଏହାର ସୂଚନା ମିଳିପାରିନାହିଁ ଯେ କେଉଁଭଳି ଭାବେ ଆପଣ ଡ୍ରାଇଭିଂ ଲାଇସେନ୍ସକୁ ଆଧାର ସହିତ ଲିଙ୍କ୍‌ କରିପାରିବେ।