ପୁଣି ବଢିଲା ପାନ୍-ଆଧାର ଲିଙ୍କ କରିବାର ସମୟସୀମା, ଜାଣନ୍ତୁ ନୂଆ ତାରିଖ
ସରକାର ପାନ୍ (ପରମାନେଣ୍ଟ ଆକାଉଣ୍ଟ ନମ୍ବର) ସହିତ ଆଧାର ଲିଙ୍କର ଅବଧିକୁ ବଢାଇ ଦେଇଛନ୍ତି। ସରକାର ଏହାକୁ ଆଉ ୬ ମାସ ବଢ଼ାଇ ଦେଇଛନ୍ତି। ଏବେ ଏହାକୁ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ଯନ୍ତ ବଢାଇଦିଆଯାଇଛି। ଆୟକର ବିଭାଗ ପକ୍ଷରୁ ଏ ନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି। କରୋନା ଯୋଗୁ ଲୋକେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଏଥିରେ କୁହାଯାଇଛି।
ପୂର୍ବରୁ ପାନ୍ ସହିତ ଆଧାର ଲିଙ୍କର ଶେଷ ତାରିଖ ସେପ୍ଟେମ୍ବର ୩୦, ୨୦୨୧ ରଖାଯାଇଥିବା ବେଳେ ଏବେ ଏହାକୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହା ପୂର୍ବରୁ ମଧ୍ୟ ସରକାର ବହୁବାର ପାନ୍-ଆଧାର ଲିଙ୍କ୍ ଅବଧି ବଢ଼ାଇଥିଲେ।
ଚଳିତ ବର୍ଷ ପ୍ରାରମ୍ଭରେ ଆୟକର ବିଭାଗ ପକ୍ଷରୁ ପାନ୍-ଆଧାର ଲିଙ୍କର ଅବଧିକୁ ମାର୍ଚ୍ଚ ୩୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। କରୋନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା।
In view of the difficulties being faced by the taxpayers, the Central Govt has extended certain timelines. CBDT Notification No. 113 of 2021 in S.O. 3814(E) dated 17th September, 2021 issued which is available on https://t.co/qX8AZ4HCvf. pic.twitter.com/D3pIf64CoU
— Income Tax India (@IncomeTaxIndia) September 17, 2021
ଏମିତି କରନ୍ତୁ ଆଧାର-ପାନ ଲିଙ୍କ:
ଇ- ଫାଇଲିଂ ପୋର୍ଟାଲ ଜରିଆରେ ପାନ୍କୁ ଆଧାର ସହିତ ଲିଙ୍କ କରିପାରିବେ। ଦୁଇଟି ଯାକ ଲିଙ୍କ କରିବା ପାଇଁ ଏକ ଫର୍ମାଟରେ UIDPAN12digit Aadhar>10digitPAN>567678 କିମ୍ବା 56161 କୁ SMS ପଠାଇପାରିବେ। ପାନ କାର୍ଡର ଡିଟେଲ ଭରିବା ସମୟରେ ସାବଧାନତା ରଖନ୍ତୁ। କୌଣସି ପ୍ରକାର ଭୁଲ ଯୋଗୁଁ ଆପଣଙ୍କ ଜରିମାନା ଦେବାକୁ ପଡିପାରେ।