ବଢିଲା ମାଗଣା ଆଧାର ଅପଡେଟ୍‌ କରିବାର ସମୟ ସୀମା, ଏବେ ଡିସେମ୍ବର ୧୪ ଯାଏଁ କରିପାରିବେ

ମାଗଣା ଆଧାର କାର୍ଡ ଅପଡେଟ୍‌ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର । ପୂର୍ବରୁ ଆଧାର କାର୍ଡ ଅପଡେଟ୍‌ କରିବାର ଶେଷ ତାରିଖ ୧୪ ସେପ୍ଟେମ୍ବର ୨୦୨୪ ସ୍ଥିର କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହାର ତାରିଖ ବୃଦ୍ଧି କରାଯାଇଛି । ୟୁଆଇଡିଏଆଇ ଆଧାରର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ ବଦଳାଇ ଦେଇଛି । ଆଧାରର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ ୧୪ ସେପ୍ଟେମ୍ବରରୁ ୧୪ ଡିସେମ୍ବର ୨୦୨୪କୁ ବୃଦ୍ଧି କରାଯାଇଛି ।

ଆପଣମାନେ ଯଦି ଆଧାରରୁ ନାମ, ଠିକଣା କିମ୍ବା ଜନ୍ମ ତାରିଖ ପରି ସୂଚନା ଅପଡେଟ୍ କରିବାକୁ ଲୋକଙ୍କୁ ପୁଣି ୩ ମାସ ସମୟ ମିଳିଛି । ଏହାପରେ ଆଧାର ଅପଡେଟ୍ କରିବାକୁ ଦେୟ ଦେବାକୁ ପଡିବ ।

My Aadhaar App ଫୋନରେ ଡାଉନଲୋଡ୍ କରିବା ଏବଂ ଏହା ମାଧ୍ୟମରେ ଆଧାରରେ ନାମ, ଠିକଣା କିମ୍ବା ଜନ୍ମ ତାରିଖ ମାଗଣାରେ ଅପଡେଟ୍ କରିପାରିବେ । ଏଥିରେ ଲଗଇନ୍ କରି ଆବଶ୍ୟକ ତଥ୍ୟ ପ୍ରଦାନ କଲେ ଆଧାରରେ ଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । ପରେ ଓଟିପି ପ୍ରଦାନ କରି ଅପଡେଟ୍ କରାଯାଇ ପାରିବ ।

କେମିତି କରିବେ ଆଧାର ଅପଡେଟ୍‌ :

ଆପଣଙ୍କୁ ପ୍ରଥମେ https://myaadhaar.uidai.gov.in/ କୁ ଯିବାକୁ ପଡ଼ିବ ।
. ହୋମପେଜ ଖୋଲିବା ପରେ ଆପଣ ଡକ୍ୟୁମେଣ୍ଟ ଅପଡେଟ ଅପ୍ସନ ଉପରେ କ୍ଲିକ୍‌ କରିବେ ।
. ଏହା ପରେ ଆପଣ What To Submit ସେକ୍ସନ ଉପରେ କ୍ଲିକ୍‌ କରିବେ ।
. ଏଥିରେ ସମସ୍ତ ଡକ୍ୟୁମେଣ୍ଟ ଡିଟେଲ୍ସ ଆସିବ, ଯାହାକୁ ଆପଣ ସବମିଟ୍‌ କରି ପାରିବେ । ପରେ କ୍ଲିକ୍‌ ଟୁ ସବମିଟ୍କୁ ଯିବେ ।
. ଏହା ପରେ ଆପଣ ନିଜ ଆଧାର ନମ୍ବର ଏବଂ କ୍ୟାପ୍‌ଚା କୋଡ଼ ଏଣ୍ଟ୍ରି କରି ଓଟିପି ଉପରେ କ୍ଲିକ୍‌ କରିବେ ।
. ଏହା ପରେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରରେ ଓଟିପି ଆସିବ ।
. ଓଟିପି ବ୍ୟବହାର କରି ଲଗଇନ୍‌ କରିବେ ଏବଂ ଅପଡେଟ୍‌ ପ୍ରକ୍ରିୟା ଆରମ୍ଭ କରିବେ ।
. ନୂଆ ପେଜରେ ଡକ୍ୟୁମେଣ୍ଟ ଅପଡେଟ୍‌ ଉପରେ କ୍ଲିକ୍‌ କରିବାକୁ ପଡ଼ିବ । ଏଭଳି କରିବା ଦ୍ୱାରା ୟୁଜରଙ୍କ ଡିଟେଲ୍ସ ଦେଖିବାକୁ ମିଳିବ ।
. ଆଧାର ୟୁଜର୍ସଙ୍କୁ ନିଜ ଡିଟେଲ୍ସ ଭେରିଫାଏ କରିବାକୁ ପଡ଼ିବ । ପରେ ହାଇପର ଲିଙ୍କ ଉପରେ କ୍ଲିକ୍‌ କରିବେ ।
. ପରେ ଡ୍ରପ ଡାଉନ ଲିଷ୍ଟରୁ ପ୍ରମାଣ ଡକ୍ୟୁମେଣ୍ଟ ସିଲେକ୍ଟ କରିବେ ।

. ଆଡ୍ରେସ ପ୍ରୁଫର ସ୍କାନ କପି ଅପଲୋଡ କରିବେ ଏବଂ ପରେ ସବମିଟ୍‌ ଅପ୍ସନ ଉପରେ କ୍ଲିକ୍‌ କରିବେ ।
. ଅପଡେଟ ହୋଇଥିବା ଡିଟେଲ୍ସ ସମ୍ବନ୍ଧୀୟ ଡକ୍ୟୁମେଣ୍ଟର ସ୍କାନ କପି କୁ ଅପଲୋଡ କରିବେ ।
. ଆଧାର ଅପଡେଟ ଆକ୍ସେପ୍ଟ ହେବା ପରେ ଅପଡେଟ ରିକ୍ୱେଷ୍ଟ ନମ୍ବର ଜେନେରେଟ ହୋଇଯିବ ।

ଯଦି ଆପଣ ନିଜ ଆଧାର କାର୍ଡ଼ ଅପଡେଟ କରି ନାହାନ୍ତି । ତେବେ ଫ୍ରି ଅଫ୍‌ କଷ୍ଟରେ ଆପଣ ନିଜ ଆଧାର କାର୍ଡ଼କୁ ଅପଡେଟ କରି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like