AC – କୁଲରକୁ ମାତ୍‌ ଦେବା ପାଇଁ ଆସିଲା କୁଲିଙ୍ଗ୍‌ ଚାଦର, ଏହାକୁ ବିଛାଇବା ପରେ ହିଁ କାଶ୍ମୀର ଭଳି ଥଣ୍ଡା ହୋଇଯିବ ଘର

ଗରମ ଦିନରେ ଏସି ଆଉ କୁଲରର ସବୁଠାରୁ ଅଧିକ ଆବଶ୍ୟକତା ପଡିଥାଏ। ଗରମ ଋତୁ ଆସିଲେ ହିଁ ଏହାର ଦାମ୍‌ ବି ହୋଇଯାଏ ଆକାଶଛୁଆଁ। ଅଧିକାଂଶ ଲୋକ ଦାମ୍‌ ବହୁତ ହୋଇଥିବା କାରଣରୁ ଏସି କିଣିପାରନ୍ତିନାହିଁ। ଆଉ ଯଦି ବି କିଣୁଛନ୍ତି ତାହେଲେ ପରେ ବିଜୁଳି ବିଲ୍‌ ଅଧିକ ଆସିବା କାରଣରୁ ଟେନସନ୍‌ ହୋଇଯାନ୍ତି। ଯଦି ଆପଣ ବି ବିଜୁଳି ବିଲ୍‌ ଅଧିକ ଆସିବା କାରଣରୁ ଚିନ୍ତିତ ତାହେଲେ ଆପଣଙ୍କର ଏହି ଟେନସନକୁ ଆଜି ଆମେ ଦୂର କରିଦବୁ। ଏସି କୁଲରକୁ ଟକ୍କର ଦେବା ପାଇଁ ଏବେ ମାର୍କେଟକୁ ଏକ ଚାଦର ଆସିଯାଇଛି। ଆଉ ଆପଣ ଏହାକୁ ନିଜ ବେଡରେ ବିଛାଇବା ପରେ ହିଁ ଏହା ଆପଣଙ୍କୁ ଥଣ୍ଡା ପବନ ଦେବ।

ଏହି ଚାଦରକୁ Cooling Gel Mettress କୁହାଯାଉଛି। ଏହା ଅନଲାଇନ୍‌ ଏବଂ ଅଫଲାଇନ୍‌ ଉଭୟରେ ଉପଲବ୍ଧ। ଏହି ମାଟ୍ରେସକୁ ଆମାଜନରୁ ବହୁତ କମ୍‌ ଦାମରେ ଆପଣ କିଣିପାରିବେ। ଏହାର ଦାମ୍‌ ଏମିତି ତ ୧୫୦୦ ଟଙ୍କା ରହିଛି, କିନ୍ତୁ ଆମାଜନରେ ଏହାକୁ ଆପଣ ମାତ୍ର ୬୯୯ ଟଙ୍କାରେ ପାଇପାରିବେ। ଚାଦର ଉପରେ ବହୁତ ଜବରଦସ୍ତ ଡିସକାଉଣ୍ଟ ମିଳୁଛି।

ଭାବୁଛନ୍ତି କି ଏହା କିପରି ଆପଣଙ୍କୁ ଥଣ୍ଡା ପବନ ଦେବ। ତାହେଲେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଚାଦରରେ ଜେଲ୍‌ ଟେକ୍ନୋଲୋଜୀର ବ୍ୟବହାର କରାଯାଇଛି। ସକେଟରେ ଲାଗିବା କ୍ଷଣି ହିଁ ଏହା ମିନିଟ ମଧ୍ୟରେ ଚାଦରକୁ ଥଣ୍ଡା କରିଦେଇଥାଏ। ଏହା ଭାଇବ୍ରେଟ କରିନଥାଏ ବରଂ ସାଇଲେଣ୍ଟଲୀ କାମ କରିଥାଏ।

ତେବେ ଧ୍ୟାନ ରଖିବାକୁ ହେବ ଯେ ଏହି ଚାଦର ଯଦି ମଇଳା ହୋଇଯାଏ ଯେ ତାହେଲେ ସୁଖିଲା କପଡାରେ ଏହାକୁ ସଫା କରିବା ଉଚିତ୍‌। ନଚେତ ଯଦି ଆପଣ ଓଦା କପଡାର ବ୍ୟବହାର କରିବେ ତ ତାହେଲେ ଚାଦର ଖରାପ ହୋଇଯାଇପାରେ ଏବଂ ହୁଏତ ଚାଦର ଥଣ୍ଡା ପବନ ଦେଇନପାରେ। ଏଥିପାଇଁ ସଫା କପଡା ପାଇଁ ସୁଖିଲା କପଡାର ହିଁ ବ୍ୟବହାର କରନ୍ତୁ।

ଏହି ଚାଦରର ବ୍ୟବହାର ଗରମ ଦିନରେ କରାଯାଇଥାଏ। କିନ୍ତୁ ଯଦି ଆପଣଙ୍କୁ ଅଧିକ ଗରମ ଲାଗୁଛି ଏବଂ ପଙ୍ଖା ଅନ୍‌ କରି ଶୋଉଛନ୍ତି ତାହେଲେ ଏହି ଚାଦର ଆପଣଙ୍କ କାମରେ ଆସିପାରେ। ଚାଦର ଏତେ ଥଣ୍ଡା ଦେଇଥାଏ ଯେ ଆପଣଙ୍କୁ ଆଉ ରେଜେଇର ଆବଶ୍ୟକତା ପଡିବନି।

Leave A Reply

Your email address will not be published.