ବ୍ୟବସାୟ ଓ ଅର୍ଥନୀତି

ଏଣିକି ରେଳ ଯାତ୍ରାରେ ବାଣ ମନା, ନିୟମ ଉଲ୍ଲଂଘନ କଲେ ଜେଲ୍‌; ଜାଣନ୍ତୁ ଆଉ କେଉଁ ଜିନିଷ ଆପଣ ନେଇ ପାରିବେନି ସାଙ୍ଗରେ

ଭାରତୀୟ ରେଲେଓ୍ଵ (IRCTC) ଯାତ୍ରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରେନ୍‌ରେ କୌଣସି ବି ପ୍ରକାରର ଜ୍ୱଳନଶୀଳ ପଦାର୍ଥ ନେଇଯିବା ତଥା ଏହା ସହିତ ଯାତ୍ରା କରିବା କଡ଼ାକଡ଼ି ବାରଣ ଅଛି। ଏବେ ଏଥିରେ ବାଣ ମଧ୍ୟ ସାମିଲ ହୋଇଛି। ଯଦି ଆପଣ ଏହାକୁ ନେଇ ଯାଉଥିବା ବେଳେ ଟ୍ରେନ୍‌ରେ ଧରା ପଡ଼ୁଛନ୍ତି, ତା’ ହେଲେ ଆପଣଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ। ଏ ନେଇ ରେଲେଓ୍ଵ ମନ୍ତ୍ରାଳୟ ଏକ ଟ୍ଵିଟ୍‌ କରି ସୂଚନା ଦେବା ସହିତ ଏକ ପ୍ରତୀକାତ୍ମକ ଲୋଗୋ ବ୍ୟବହାର କରି ଲୋକଙ୍କୁ ସଚେତନ କରିଛି। କହି ରଖୁଛୁ, ରେଲେଓ୍ଵ ଆକ୍ଟ ୧୯୮୯ର ଧାରା ୬୭ ମୁତାବକ, ଟ୍ରେନ୍‌ରେ କୌଣସି ବିପଦପୂର୍ଣ୍ଣ ଏବଂ ଅପ୍ରିୟ ଜିନିଷ ସାଙ୍ଗରେ ଧରି ଯାତ୍ରା କରିବା ମନା। ଏହି ଜିନିଷଗୁଡ଼ିକ ରେଲେଓ୍ଵ ଆକ୍ଟ ୧୯୮୯ର ଧାରା ୧୬୪ ଏବଂ ଧାରା ୧୬୫ ଅନୁସାରେ ଦଣ୍ଡନୀୟ ଅପରାଧ ହୋଇଥାଏ।

ସେପଟେ ଯାତ୍ରୀଙ୍କ ଜିନିଷ ଦେଖିଲେ, ଏହା ସାଧାରଣତଃ ତାଙ୍କର ଏବଂ ବାକି ଯାତ୍ରୀମାନଙ୍କର ସୁରକ୍ଷା ପାଇଁ ଦାୟୀ ହୋଇଥାଏ। ଏମିତିରେ ରେଲେଓ୍ଵ ସ୍ପଷ୍ଟ ମନା କରି ଦେଇଛି କି, ଲୋକେ ଜ୍ୱଳନଶୀଳ ପଦାର୍ଥ ଏବଂ ବାଣ ଆଦି ଧରି ଟ୍ରେନ୍‌ରେ ଯାତ୍ରା ନ କରନ୍ତୁ। ଯାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଯାଇ ରେଲେଓ୍ଵ ଏହା ମଧ୍ୟ କହିଛି କି, ବାଣ ବ୍ୟତୀତ ଗ୍ୟାସ୍‌ ସିଲିଣ୍ଡର, ଏସିଡ୍‌, ପେଟ୍ରୋଲ, କିରୋସିନ, ଶୁଖିଲା ପତ୍ର ବା ଘାସ, ଥର୍ମିକ୍‌ େଓ୍ଵଲଣ୍ଡିଂ, ସିଗାରେଟ୍‌, ଷ୍ଟୋଭ୍‌ ଆଦି ନେଇ ଯାତ୍ରା କରିବା ମଧ୍ୟ କଡ଼ାକଡ଼ି ମନା। ଅର୍ଥାତ୍‌ ଆପଣ ଏ ସବୁ ଜିନିଷକୁ ସାଙ୍ଗରେ ଧରି ଟ୍ରେନ୍‌ରେ ଅନ୍ୟ ଯାତ୍ରୀମାନଙ୍କ ସହିତ ଯାତ୍ରା କରି ପାରିବେ ନାହିଁ।

ସେପଟେ ଏ ସବୁ ଜିନିଷ ସହିତ ଯଦି କେହି ଟ୍ରେନ୍‌ରେ ଧରାପଡ଼ି ଯାଆନ୍ତି, ତେବେ ତାଙ୍କୁ ରେଲେଓ୍ଵ ଆକ୍ଟର ଧାରା ୧୬୪ ଅଧୀନରେ ୩ ବର୍ଷର ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିପାରେ। ନଚେତ୍‌ ୧୦୦୦ ଟଙ୍କାର ଜରିମାନା କିମ୍ବା ଦୁଇଟି ଯାକକୁ ସାମ୍ନା କରିବାକୁ ପଡ଼ିପାରେ, ଯେତେବେଳେ କି, ଧାରା ୧୬୫ ଅଧୀନରେ ଦଣ୍ଡ ସ୍ୱରୂପ ୫୦୦ ଟଙ୍କାର ଜରିମାନା ଭରିବାକୁ ପଡ଼ିଥାଏ। ଏଥି ସହିତ ରେଲେଓ୍ଵ କିଛି ସିକ୍ୟୁରିଟି ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି। ଯଦି କେହି ଟ୍ରେନ୍‌ ଯାତ୍ରାରେ କୌଣସି ବ୍ୟକ୍ତିଙ୍କୁ ବାଣ କିମ୍ବା ଏହିପରି ଅନ୍ୟ କୌଣସି ଜିନିଷ ସହିତ ଦେଖେ, ତା’ ହେଲେ ସେ ଏ ବିଷୟରେ ତୁରନ୍ତ ରେଲେଓ୍ଵକୁ କଲ୍‌ କରି ସୂଚନା ଦେଇ ପାରିବେ ଏବଂ ସମ୍ଭାବିତ ଦୁର୍ଘଟଣାକୁ ଟାଳି ପାରିବେ। ଅଭିଯୋଗକାରୀ ରେଲେଓ୍ଵର ୩ଟି ନମ୍ବର 011-23303982, 011-23303983 ଏବଂ 011-23303748କୁ କଲ୍‌ କରି ସୂଚନା ଦେଇ ପାରିବେ।

Roshni

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

24 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

33 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago