ବ୍ୟବସାୟ ଓ ଅର୍ଥନୀତି

ଭାରତୀୟ ସିମେଣ୍ଟ ବଜାରରେ ପ୍ରାଧାନ୍ୟ ବିସ୍ତାର କରିବାକୁ ପ୍ରସ୍ତୁତ ହେଉଛି ଆଦାନୀ ଗ୍ରୁପ, କିଛି ଦିନରେ ମାର୍କେଟରେ ଦେଖିବାକୁ ମିଳିବ ପ୍ରଭାବ

ଭାରତୀୟ ସିମେଣ୍ଟ ବଜାରରେ ଆଦାନୀ ଗ୍ରୁପ୍ ନିଜର ପ୍ରାଧାନ୍ୟତା ବିସ୍ତାର କରିବା ପାଇଁ ପ୍ରସ୍ତୁତ ହେଉଛି । ତେବେ ଗୌତମ ଆଦାନୀଙ୍କ ନେତୃତ୍ୱରେ ଆଦାନୀ ଗ୍ରୁପ୍ ୨୦୨୭ ରୁ ୨୮ ଆର୍ଥିକ ବର୍ଷ ସୁଦ୍ଧା ଭାରତୀୟ ସିମେଣ୍ଟ ବଜାରରେ ପ୍ରାୟ ୨୦ ପ୍ରତିଶତ ସେୟାର ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଗ୍ରୁପ୍‌ ପାଖରେ ଅମ୍ବୁଜା ସିମେଣ୍ଟ ଏବଂ ଏସିସି ଲିମିଟେଡ୍‌ର ମାଲିକାନା ରହିଛି । ଆଦାନୀ ସିମେଣ୍ଟ ତାଙ୍କର ବ୍ୟବସାୟରେ ବୃଦ୍ଧିକରି ସମସ୍ତ ଋଣରୁ ମୁକ୍ତି ହେବ ବୋଲି ଆମ୍ବୁଜା ସିମେଣ୍ଟ ଏକ ନିଷ୍ପତ୍ତି ନେଇଛି । ଏହା ବ୍ୟତୀତ, ଆଦାନୀ ଗ୍ରୁପ୍ ମଧ୍ୟ ସିମେଣ୍ଟ କ୍ଷମତା ବିସ୍ତାରର ଗତି ବଢାଉଛି ଏବଂ ୧୬ ପ୍ରତିଶତ ଅଭିବୃଦ୍ଧି ସହିତ ଏହା ୨୦୨୭ ରୁ ୨୮ର ଆର୍ଥିକ ବର୍ଷ ସୁଦ୍ଧା ବାର୍ଷିକ ୧୪୦ ନିୟୁତ ଟନ୍‌ରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଏନେଇ ମାର୍କେଟ ଏକ୍ସପର୍ଟମାନେ କହିଛନ୍ତି ଯେ ସିମେଣ୍ଟ ବ୍ୟବସାୟରେ ସେୟାର ବୃଦ୍ଧି କରି ଆମ୍ବୁଜା ସିମେଣ୍ଟ ଏବଂ ଏସିସି ଲିମିଟେଡ୍‌କୁ ଲାଭ ମିଳିବ । ତେବେ ଏହାର ପ୍ରଭାବ ଆଗାମୀ ଦିନରେ ଏହି କମ୍ପାନୀଗୁଡିକର ସେୟାରରେ ଦେଖାଯିବ ।

ବଜାର ସେୟାରକୁ ୨୦ ପ୍ରତିଶତକୁ ଫାଇଦା ଦେବା ପାଇଁ ଲକ୍ଷ୍ୟ ରହିଛି :
ଆଦାନୀ ଗ୍ରୁପ୍ କମ୍ପାନୀ କହିଛି ଯେ ୨୦୨୭ ରୁ ୨୮ର ଆର୍ଥିକ ବର୍ଷ ସୁଦ୍ଧା ଆଦାନୀ ସିମେଣ୍ଟର ବଜାର ସେୟାର ବର୍ତ୍ତମାନର ୧୪ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନୀ ଅଲଟ୍ରାଟେକ୍ ସିମେଣ୍ଟ ପରେ ଆଦାନୀ ସିମେଣ୍ଟ ଏହି କ୍ଷେତ୍ରର ଦ୍ୱିତୀୟ ଅଗ୍ରଣୀ କମ୍ପାନୀ ହେବାକୁ ଯାଉଛି । ଆଦାନୀ ସିମେଣ୍ଟ କହିଛି ଯେ ଏଥିରେ ୮୦୦ କୋଟି ଟନ୍ ଚୂନ ପଥରର ଭଣ୍ଡାର ରହିଛି, ଯାହା ସିମେଣ୍ଟ ତିଆରି ପାଇଁ ଏକ ପ୍ରମୁଖ କଞ୍ଚାମାଲ ହୋଇଥାଏ । ଏହା ବ୍ୟତୀତ ଏହାର ଫ୍ଲାଏ ପାଉଁଶର ୪୦ ପ୍ରତିଶତ ଦୀର୍ଘକାଳୀନ ବ୍ୟବସ୍ଥାରେ ଉପଲବ୍ଧ ରହିଛି ଏବଂ ୨୦୨୮ ସୁଦ୍ଧା ଏହି ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ହେବ ।

୭ ରୁ ୮ ପ୍ରତିଶତ ହାରରେ ବୃଦ୍ଧି ହେବାର ଆଶା କରାଯାଉଛି :
ଭାରତୀୟ ସିମେଣ୍ଟ ଶିଳ୍ପ ବିଷୟରେ ଆଦାନୀ ଗ୍ରୁପ୍ କହିଛି ଯେ ଏହା ୭ ରୁ ୮ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ସୂଚନା ଅନୁସାରେ, ଆଦାନୀଙ୍କ କମ୍ପାନୀ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ଆସିବା ପରେ ଏହି ଗ୍ରୁପ୍‌ କ୍ରମାଗତ ଭାବରେ ଏହାର ବ୍ୟବସାୟକୁ ବିସ୍ତାର କରିବାରେ ଲାଗିଛି । ତେବେ ପୋଟ, ଇନଫ୍ରା, ବିମାନ ଚଳାଚଳ ସମେତ ବିଭିନ୍ନ ବ୍ୟବସାୟକୁ ବିସ୍ତାର କରିବାରେ ଏହି ଗ୍ରୁପ୍‌ ବିପୁଳ ଟଙ୍କା ଖର୍ଚ୍ଚ କରୁଛି । ଏହାର ପ୍ରଭାବ ଆଗାମୀ ସମୟରେ ବଜାରରେ ଦେଖିବାକୁ ମିଳିବ ।

D Sonali

Recent Posts

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

5 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

13 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

31 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

33 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago