ସାବାଡ଼ ହେବେ ମିଛ କହି ପ୍ରଡକ୍ଟ ବିକ୍ରି କରୁଥିବା କମ୍ପାନୀ, କଡ଼ା ପଦକ୍ଷେପ ନେଉଛନ୍ତି ସରକାର

ଲୋଭନୀୟ ପ୍ରତିଶ୍ରୁତି ଓ ମିଛ କହି ପ୍ରଡକ୍ଟ ବିକ୍ରି କରୁଥିବା କମ୍ପାନୀ ଏବେ ହେବେ ସାବାଡ୍‌। ତ୍ୱଚାକୁ ଗୋରା କରିବା, ଡେଙ୍ଗା କରିବା କିମ୍ବା ମୋଟାପଣରୁ ମୁକ୍ତି ଦେଉଥିବା ପ୍ରଡକ୍ଟ ଆଦିର ବିଜ୍ଞାପନ ଦେଖାଇବା ଉପରେ କମ୍ପାନୀକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡ଼ିପାରେ। ସାଧାରଣ ଗ୍ରାହକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ପ୍ରଡକ୍ଟ ବିକ୍ରି କରୁଥିବା କମ୍ପାନୀମାନଙ୍କ ଉପରେ କେନ୍ଦ୍ର ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ଏଭଳି ଧୋକେବାଜ୍‌ ବିଜ୍ଞାପନକୁ ରୋକିବା ପାଇଁ ନୂଆ ଆଇନ୍‌ ଆସିବାକୁ ଯାଉଛି।

Image result for skin

ଉତ୍ପାଦକୁ ବିକ୍ରି କରିବା ଲାଗି ବ୍ୟବହାର କରାଯାଉଥିବା ମିଥ୍ୟା ବିଜ୍ଞାପନ ଉପରେ ରୋକ ଲଗାଇବା ପାଇଁ ଥିବା ଡ୍ରଗ୍ସ ଆଣ୍ଡ ମ୍ୟାଜିକ୍‌ ରିମେଡିସ୍‌ (ଅବ୍‌ଜେକ୍ସନେବଲ ଆଡଭରଟାଇଜ୍‌ମେଣ୍ଟ ଆକ୍ଟ) ୧୯୫୪ରେ ସଂଶୋଧନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଆଇନ୍‌ ଅନୁସାରେ ନିଜ ଉତ୍ପାଦ ବିକ୍ରି କରିବାକୁ କମ୍ପାନୀ ଆଉ ମିଛ ପ୍ରତିଶ୍ରୁତି ଦେଇପାରିବେ ନାହିଁ। ଅଧିକାରୀଙ୍କ କହିବାନୁସାରେ ଶରୀରକୁ ଆକର୍ଷଣୀୟ କରିବା ପାଇଁ ମିଛ ପ୍ରତିଶ୍ରୁତି ଦେଉଥିବା ବିଜ୍ଞାପନ ଉପରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୨ ବର୍ଷ ଯାଏଁ ଜେଲଦଣ୍ଡାଦେଶ ହେବ। ଏହା ପରେ ମଧ୍ୟ କମ୍ପାନୀ ଏଥିରୁ ନିବୃତ୍ତ ନ ହେଲେ ଜରିମାନା ରାଶିକୁ ୫୦ ଲକ୍ଷ ଯାଏଁ ବୃଦ୍ଧି କରାଯିବ।

Image result for law

ଗ୍ରାହକଙ୍କୁ ମିଛ କରି ପ୍ରଡକ୍ଟ ବିକ୍ରି କରୁଥିବା କମ୍ପାନୀଙ୍କୁ ସାବାଡ଼ କରିବାକୁ ଏଭଳି ନୂତନ ନିୟମ ଆସୁଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.