ମାତ୍ର ୪ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ଏହି କାର୍, ଜାଣନ୍ତୁ ଡିଟେଲ୍ସ

ବର୍ତ୍ତମାନ ସମୟରେ ଲୋକମାନେ ଗୋଟିଏ ଭଲ କାର୍ ରଖିବା ପାଇଁ ଚାହିଁଥାନ୍ତି । କିନ୍ତୁ କମ୍ ବଜେଟ୍ ଥିବା କାରଣରୁ ଲୋକମାନେ କାର୍ କିଣିବାକୁ ସକ୍ଷମ ହୋଇପାରନ୍ତି ନାହିଁ । ଭାରତୀୟ ବଜାରରେ ଏପରି ଅନେକ କାର୍ ରହିଛି ଯାହା ଆପଣଙ୍କ ବଜେଟରେ ଫିଟ୍ ହୋଇପାରିବ । ଏହା ସହିତ ଏହି କାରଗୁଡିକ ଭଲ ମାଇଲେଜ୍ ମଧ୍ୟ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି କାରଗୁଡିକର ନାମ ।
Maruti Alto K10 :
ପ୍ରଥମ କାର୍ ହେଉଛି – Maruti Alto K10 । ଏହା Maruti ର ଏଣ୍ଟ୍ରି ଲେବଲ୍ ମଡେଲ ଏବଂ ଏହି ମଡେଲର ଏକ୍ସ-ସୋରୁମ୍ ପ୍ରାଇସ୍ – ୪.୨୩ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । କମ୍ପାନୀ ଏହି କାରକୁ ୬ଟି ଏୟାର ବ୍ୟାଗ୍ ସହିତ ଅପଡେଟ୍ କରିଛି । Maruti Alto ପେଟ୍ରୋଲ୍ MT ସହିତ ୨୪.୯୦ kmpl, ପେଟ୍ରୋଲ୍ AMT ସହିତ ୨୪.୯୦ kmpl, LXi CNG ସହିତ ୩୩.୪୦ km/kg ଏବଂ VXi CNG ସହିତ ୩୩.୮୫ km/kg ର ମାଇଲେଜ୍ ମିଳିଥାଏ ।
Maruti Suzuki S-Presso :
ସେକେଣ୍ଡ କାରର ନାମ ହେଉଛି Maruti Suzuki S-Presso । ଭାରତୀୟ ବଜାରରେ Maruti Suzuki S-Presso ର ୬ ଟି ଭ୍ୟାରିଆଣ୍ଟ ଉପଲବ୍ଧ ଅଛି । ଯେଉଁଥିରେ ଷ୍ଟାଣ୍ଡାର୍ଡ, LXI, VXI, VXI Plus, VXI (O) ଏବଂ VXI Plus (O) ସାମିଲ ଅଛି । ଏହି କାରଟି ଷ୍ଟିଲ୍ ହୁଇଲ୍, ରୁଫ୍-ସାଉଣ୍ଡେର୍ଡ ଆଣ୍ଟେନା, ବଡ଼ି-କଲର ବମ୍ପର, ହାଲୋଜେନ୍ ହେଡଲାଇଟ୍ ଏବଂ C-shaped ଟେଲ୍ ଲାଇଟ୍ ସହିତ ଆସିଥାଏ । ପ୍ରାଇସ୍ ବିଷୟରେ କହିବାକୁ ଗଲେ ଏହାର ପ୍ରାରମ୍ଭିକ ଏକ୍ସ-ସୋରୁମ୍ ପ୍ରାଇସ୍ ୪ ଲକ୍ଷ ୨୬ ହଜାର ୫୦୦ ଟଙ୍କା ରହିଛି ।
S-Presso ର ପାୱାରଟ୍ରେନ୍ ଏକ ୧.୦ ଲିଟର, K10C ପେଟ୍ରୋଳ୍ ଇଞ୍ଜିନ୍ ମିଳିଥାଏ, ଯାହା ୬୬ bhp ଏବଂ ୮୯ Nm ର ଆଉଟପୁଟ୍ ଜେନେରେଟ୍ ହୋଇଥାଏ । ଏହି ଇଞ୍ଜିନ୍ CNG କିଟ୍ ସହିତ ମଧ୍ୟ ଉପଲବ୍ଧ । Maruti Suzuki S-Presso ର ମାଇଲେଜ୍ ବିଷୟରେ କହିବାକୁ ଗଲେ ଏଥିରେ ୨୪.୧୨ kmpl ରୁ ୩୨.୭୩ km/kg ପର୍ଯ୍ୟନ୍ତ ମାଇଲେଜ୍ ମିଳିଥାଏ ।
Renault Kwid :
ଥାର୍ଡ କାର୍ ହେଉଛି Renault Kwid । ଏହି Renault Kwid ର ପ୍ରାଇସ୍ ୩.୭୦ ଲକ୍ଷ ଟଙ୍କା ରହିଛି । ଏହା ଦୁଇଟି ଡୁଆଲ୍-ଟୋନ ଅଲର ଅପ୍ସନ୍- ମେଟାଲ ମଷ୍ଟର୍ଡ ଏବଂ ଆଇସ୍ କୁଲ୍ ହ୍ବାଇଟରେ ଉପଲବ୍ଧ । ଏହା ବ୍ୟତୀତ ଏଥିରେ ସୁନଲାଇଟ୍ ସିଲଭର ଏବଂ ଜାନ୍ସକାର ବ୍ଲୁ ସିଙ୍ଗଲ-ଟୋନ୍ ପେଣ୍ଟ ଅପ୍ସନରେ ମଧ୍ୟ ଉପଲବ୍ଧ । Kwid ରେ ଷ୍ଟାଣ୍ଡାର୍ଡ ଭାବରେ ସିଟ୍ ବେଲ୍ଟ ପାଇରୋଟେକ୍ ଏବଂ ଲୋଡ୍ ଲିମିଟର ମିଳିଥାଏ ।
Kwid ରେ ୦.୮-ଲିଟର, ୩-ସିଲିଣ୍ଡର ପେଟ୍ରୋଲ୍ ଇଞ୍ଜିନ୍ ମିଳିଥାଏ ଯାହା ୫୩ bhp ଏବଂ ୭୨ Nm ର ଆଉଟପୁଟ୍ ଜେନେରେଟ୍ କରିଥାଏ । ଏଥି ସହ ଅନ୍ୟ ଇଞ୍ଜିନ୍ ଅପ୍ସନ ୧.୦-ଲିଟର, ୩-ସିଲିଣ୍ଡର ପେଟ୍ରୋଲ ୟୁନିଯ୍ ୬୭ bhp ଏବଂ ୯୭ Nm ର ଆଉଟପୁଟ୍ ଜେନେରେଟ୍ କରିଥାଏ । ମାଇଳେଜ୍ ବିଷୟରେ କହିବାକୁ ଗଲେ ଏଥିରେ ଏକ-ଲିଟର ପେଟ୍ରୋଲରେ ୨୨ km ପର୍ଯ୍ୟନ୍ତ ଚାଲିଥାଏ ।
Tata Tiago :
ଲିଷ୍ଟରେ ଶେଷ ଗାଡି ହେଉଛି Tata Tiago । ଏହି କାରର ଏକ୍ସ-ସୋରୁମ୍ ପ୍ରାଇସ୍ ୪ ଲକ୍ଷ ୯୯ ହଜାର ଟଙ୍କା ରହିଛି । Tata Tiago ରେ ମିଳୁଥିବା ୧.୨ ଲିଟର ରେଭୋଟ୍ରେନ୍ ପେଟ୍ରୋଲ୍ ଇଞ୍ଜିନ୍ ୮୪.୮ bhp ପାୱାର ଏବଂ ୧୧୩ Nm ର ଟର୍କ ଜେନେରେଟ୍ କରିଥାଏ । ଏହାର ମାଇଲେଜ୍ ବିଷୟରେ କହିବାକୁ ଗଲେ ଏହା ୧ ଲିଟର ପେଟ୍ରୋଲରେ ୧୯ କିଲୋମିଟର ଏବଂ ୧ କିଲେମିଟର CNG ରେ ୨୬.୪୯ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ ।