ଦମଦାର୍ ମାଇଲେଜ୍ ସହିତ ଫିଚର୍ସ ମଧ୍ୟ ଜବରଦସ୍ତ, ଏହି କାରଗୁଡିକର ପ୍ରାଇସ୍ ରହିଛି ୭ ଲକ୍ଷରୁ କମ୍

ଭାରତୀୟ ବଜାରରେ ଅନେକ କାର୍ ଉପଲବ୍ଧ ରହିଛି, ଯାହା ମର୍ଡନ୍ ଫିଚର୍ସ ସହିତ ଆସିଥାଏ ଏବଂ ଦମଦାର୍ ପରଫରମାନ୍ସ ମଧ୍ୟ ପ୍ରଦାନ କରିଥାଏ । ବଜାରରେ ୭ ଲକ୍ଷ ରେଞ୍ଜ ମଧ୍ୟରେ ଅନେକ କାର୍ ଉପଲବ୍ଧ । ଏହି କାରଗୁଡିକ କେବଳ ସହର ରାସ୍ତାରେ ଚଲାଇବା ପାଇଁ ବେଷ୍ଟ ହୋଇଛି, ଏଥି ସହ ଲମ୍ବା ଯାତ୍ରା ପାଇଁ ମଧ୍ୟ ପରଫେକ୍ଟ ରହିଛି । ତେବେ ଆସନ୍ତୁ ଜାଣିବା ଏହି କାରଗୁଡିକର ନାମ ।

Marui Suzuki Swift :

ପ୍ରଥମ କାର୍ ହେଉଛି Marui Suzuki Swift, ଯାହା ଏକ ପପୁଲାର୍ ହ୍ୟାଚବ୍ୟାକ୍ କାର୍ ରହିଛି । ସେଫ୍ଟି ଏହାର ଆକର୍ଷଣ ଡିଜାଇନ୍ ଏବଂ ଭଲ ପରଫରମାନ୍ସ ପାଇଁ ଜଣାଶୁଣା । ଏହାର ପ୍ରାଇସ୍ ୬.୪୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି । ଏଥିରେ ୧.୨ ଲିଟର ପେଟ୍ରୋଲ୍ ଏବଂ ଡିଜେଲ୍ ଇଞ୍ଜିନର ଅପ୍ସନ୍ ମିଳିଥାଏ, ଯାହା ପ୍ରାୟ ୨୩ କିଲୋମିଟର ପ୍ରତି ଲିଟର ମାଇଲେଜ୍ ପ୍ରଦାନ କରେ ।

Marui Suzuki Swift ରେ ସ୍ମାର୍ଟ ରିଭର୍ସ ପାର୍କିଂ ସେନ୍ସର, ଟଚ୍ ସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ ଏବଂ କାର୍ କନେକ୍ଟିଭିଟି ଭଳି ଅନେକ ଫିଚର୍ସ ସାମିଲ ଅଛି । ଏହି ଗାଡିର ଭିତରେ ସ୍ପେସ୍ ମଧ୍ୟ ବହୁତ୍ ଅଛି, ଯାହା ପରିବାର ପାଇଁ ଏକ ବେଷ୍ଟ ଅପ୍ସନ୍ ହୋଇପାରିବ ।

Hyundai Exter :

Hyundai Exter ଷ୍ଟାଇଲିସ୍ ଡିଜାଇନ୍ ଏବଂ ଦମଦାର୍ ଫିଚର୍ସ ପାଇଁ ଜଣାଶୁଣା । ଏଥିରେ ୧.୨ ଲିଟର ପେଟ୍ରୋଲ ଇଞ୍ଜିନ୍ ଅଛି, ଯାହା ପ୍ରାୟ ୨୧ କିଲୋମିଟର/ଲିଟର ର ମାଇଲେଜ୍ ପ୍ରଦାନ କରେ । ଏହାର ପ୍ରାଇସ୍ ୬.୨୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି । ଏହାର ସ୍ମାର୍ଟ ରିଭର୍ସ ପାର୍କିଂ ସେନ୍ସର ଏବଂ ବଡ଼ ଟଚ୍ ସ୍କ୍ରିନ୍ ଡିସପ୍ଲେ ରହିଛି । ସେଫ୍ଟି ପାଇଁ ଏଥିରେ ଡୁଆଲ୍ ଏୟାରବ୍ୟାଗ୍ ଏବଂ ABS ଭଳି ଫିଚର୍ସ ସାମିଲ ଅଛି ।

Tata Punch :

Tata Punch ଏକ କମ୍ପାକ୍ଟ SUV, ଯାହା ନିଜର ଷ୍ଟାଇଲିଂ ପାଇଁ ଜଣାଶୁଣା । ଏହାର ପ୍ରାଇସ୍ ପ୍ରାୟ ୬.୧୩ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି । Punch ରେ ୭ ଇଞ୍ଚର ଟଚ୍ ସ୍କ୍ରିନ୍, ରିଭର୍ସ ପାର୍କିଂ କ୍ୟାମେରା ଏବଂ ଅନେକ ସ୍ମାର୍ଟ କନେକ୍ଟିଭିଟି ଅପ୍ସନ୍ ରହିଛି । ଏହାର କ୍ୟାବିନରେ ବହୁତ୍ ସ୍ପେସ୍ ମଧ୍ୟ ଅଛି । ଏଥିରେ ୧.୨ ଲିଟର ପେଟ୍ରୋଲ୍ ଇଞ୍ଜିନ୍ ଅଛି, ଯାହା ପ୍ରାୟ ୧୮-୧୯ କିଲୋମିଟର/ଲିଟର ମାଇଲେଜ୍ ପ୍ରଦାନ କରିଥାଏ ।

Renault Triber :

Renault Triber ଏକ MPV, ଯାହା ନିଜର ବହୁତ୍ ସ୍ପେସ୍ ପାଇଁ ଜଣାଶୁଣା । ଏହାର ପ୍ରାଇସ୍ ୬.୧୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି । ଏଥିରେ ୧.୦ ଲିଟର ପେଟ୍ରୋଲ୍ ଇଞ୍ଜିନ୍ ଅଛି, ଯାହା ପ୍ରାୟ ୧୯-୨୦ କିଲୋମିଟର/ଲିଟର ମାଇଲେଜ୍ ଦେଇଥାଏ । ଡ୍ରାଇଭରରେ ୮-ଇଞ୍ଚ ଟଚ୍ ସ୍କ୍ରିନ୍ ଏବଂ ସ୍ମାର୍ଟ ରିଭର୍ସ ପାର୍କିଂ ସେନ୍ସର ଭଳି ଅନେକ ଫିଚର୍ସ ରହିଛି । ଏହା ୭-ସିଟର ସହିତ ଆସିଥାଏ, ଯାହା ଏହା ବଡ଼ ପରିବାର ପାଇଁ ବେଷ୍ଟ ଅପ୍ସନ୍ ହୋଇପାରିବ ।