କମ୍ ପ୍ରାଇସରେ ଚାହୁଁଛନ୍ତି କି ସ୍ପୋର୍ଟ୍ସ ବାଇକର ମଜା? କେବଳ ଦେଢ଼ ଲକ୍ଷ ଟଙ୍କାରେ ଆସୁଛି ଏହି ବାଇକ୍ସ

ବର୍ତ୍ତମାନ ସମୟରେ ବଜାରରେ ସ୍ପୋର୍ଟ୍ସ ବାଇକର ଡିମାଣ୍ଡ ବେସ୍ ଅଧିକ ରହିଛି । ଏହି କାରଣରୁ ବାଇକ ଲଭର୍ସମାନେ ସାଧାରଣ ବାଇକ୍ ବଦଳରେ Apache ଏବଂ Pulsar ଭଳି ବାଇକ୍ କିଣିବାକୁ ପସନ୍ଦ କରନ୍ତି । ଏପରି ସ୍ଥିତିରେ ଯଦି ଆପଣ ଏକ ସ୍ପୋର୍ଟ୍ସ ବାଇକ୍ ଖୋଜୁଛନ୍ତି ଯାହା ଆପଣଙ୍କର ଦୈନଦିନ ବ୍ୟବହାର ପାଇଁ ଉପଯୁକ୍ତ ହେବ, ତେବେ ଏଠାରେ ଆପଣଙ୍କୁ କିଛି ବାଇକର ଅପ୍ସନ ବିଷୟରେ କହିବୁ ।
ଏହି ବାଇକଗୁଡିକରେ ପାୱାରଫୁଲ୍ ଇଞ୍ଜିନ୍ ଏବଂ ସ୍ପୋର୍ଟ୍ସ ଲୁକ୍ ଥିବାରୁ ଅନେକ ଲୋକଙ୍କୁ ଆକର୍ଷିତ କରିଛି । ଏହା ସହିତ ଦୈନଦିନ ବ୍ୟବହାର ପାଇଁ ବେଷ୍ଟ ହୋଇପାରିବ ବୋଲି କୁହାଯାଇଛି । ଅନେକ ଲୋକ ଭାବିଥାନ୍ତି ଯେ ସ୍ପୋର୍ଟ୍ସ ବାଇକର ପ୍ରାଇସ୍ ବହୁତ ଅଧିକ, କିନ୍ତୁ ବର୍ତ୍ତମାନ ତାହା ନୁହେଁ । ଏଠାରେ ଆପଣଙ୍କୁ କମ୍ ମୂଲ୍ୟରେ ଥିବା ସ୍ପୋର୍ଟ୍ସ ବାଇକ୍ ବିଷୟରେ କହିବୁ ।
TVS Apache RTR 160 4V :
ପ୍ରଥମ ସ୍ପୋର୍ଟ୍ସ ବାଇକ୍ ହେଉଛି- TVS Apache RTR 160 4V । TVS ର ଏହି ବାଇକର ଏକ୍ସ-ସୋରୁମ୍ ପ୍ରାଇସ୍ ୧ ଲକ୍ଷ ୨୬ ହଜାର ଟଙ୍କା ରହିଛି । ଏଥିରେ ୧୬ cc ସିଙ୍ଗଲ-ସିଲିଣ୍ଡର ଇଞ୍ଜିନରେ ମିଳିଥାଏ, ଯାହା ୧୭.୪ bhp ର ପାୱାର୍ ଏବଂ ୧୪.୭୩ ର ପିକ୍ ଟର୍କ ଜେନେରେଟ୍ କରିଥାଏ । TVS Apache RTR 160 4V ରେ ସେଗମେଣ୍ଟ-ଫାଷ୍ଟ ram ଏୟାର କୁଲିଂର ସୁବିଧା ମିଳିଥାଏ, ଯାହା ଇଞ୍ଜିନରୁ ବାହାରୁଥିବା ଉତ୍ତାପକୁ ପ୍ରାୟ ୧୦ ଡିଗ୍ରୀ କମ୍ କରିଥାଏ । ଅଏଲ-କୁଲିଂ ସହିତ ଏହି ବାଇକ୍ Fi ରେ ୧୧୪ କିଲୋମିଟର ଏବଂ କାର୍ବ ଭ୍ୟାରିଆଣ୍ଟରେ ୧୧୩ କିଲୋମିଟର ସ୍ପିଡ ଦେଇପାରିବ ।
Bajaj Pulsar NS160 :
ସେକେଣ୍ଡ ବାଇକ୍ ହେଉଛି – Bajaj Pulsar NS160 । ଏହାର ପ୍ରାରମ୍ଭିକ ମୂଲ୍ୟ ୧ ଲକ୍ଷ ୨୪ ହଜାର ଟଙ୍କା । ଏହି ବାଇକରେ ୧୬୦ cc twin spark ରହିଛି । Bajaj Pulsar NS160 ସିଧାସଳଖ ଭାବେ TVS Apache RTR 160 4V, Hero Extreme 160R 4V, Yamaha FZ-S Fi V3.0 ଏବଂ Suzuki Gixxer ସହିତ ଟକ୍କର କରିବ । ଏହି ବାଇକର ସିଙ୍ଗଲ ସିଲିଣ୍ଡର ଇଞ୍ଜିନ୍ ୧୭ bhp ର ପାୱାର ଏବଂ ୧୪.୬ Nm ର ପିକ୍ ଟର୍କ ଜେନେରେଟ୍ କରିଥାଏ ।
Yamaha FZ-S FI V4 :
ଏହା ବ୍ୟତୀତ ଆପଣଙ୍କ ପାଖରେ ଥାର୍ଡ ବାଇକର ଅପ୍ସନ ହେଉଛି – Yamaha FZ-S FI V4 । ଏହାର ଏକ୍ସ-ସୋରୁମ୍ ପ୍ରାଇସ୍ ୧ ଲକ୍ଷ ୨୮ ହଜାର ୯୦୦ ଟଙ୍କା ରହିଛି । ଏହି ମୋଟରସାଇକଲରେ ଫିଚର୍ସଗୁଡିକ ହେଉଛି – ଟ୍ରାକ୍ସନ କଣ୍ଟ୍ରୋଲ୍ ସିଷ୍ଟମ TCS, ରିୟର ଡିସ୍କ ବ୍ରେକ୍ ସହିତ ଫ୍ରଣ୍ଟରେ ସିଙ୍ଗଲ ଚ୍ୟାନେଲ୍ ABS, ମଲ୍ଟି-ଫଙ୍କସ୍ନାଲ୍ LCD ଇନଷ୍ଟ୍ରୁମେଣ୍ଟ କ୍ଳଷ୍ଟର, LED ହେଡଲାଇଟ୍, tire hugging rear mudguard, ଲୋୟର ଇଞ୍ଜିନ୍ ଗାର୍ଡ ଏବଂ ବ୍ଳୁଟୁଥ୍ ଇନେବଲ୍ଡ Y-କନେକ୍ଟ ଆପ୍ ସହିତ କନେକ୍ଟିଭିଟି ମିଳିଥାଏ ।