ଗହମ ପରେ ଏବେ ଅଟା, ମଇଦା ଓ ସୁଜି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର, ବଢିପାରେ ଦାମ୍‌

ଭାରତ ସରକାର ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ପୁଣି ଅଟା, ମଇଦା ଏବଂ ସୁଜି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ସରକାର ମଇ ମାସରେ ଗହମ ରପ୍ତାନୀ ଉପରେ ରୋକ୍‌ ଲଗାଇବା ପାଇଁ ଘୋଷଣା କରିଥିଲେ। ଏବେ ଗହମ ପରେ ଅଟା, ମଇଦା, ସୁଜି ଇତ୍ୟାଦି ଉପରେ ରପ୍ତାନୀକାରୀ ଏକ୍ସପର୍ଟ ଇନ୍ସପେକ୍ସନ କାଉନସିଲରୁ କ୍ୱାଲିଟି ସାର୍ଟିଫିକେଟ ନେବା ଜରୁରୀ ହୋଇପାରେ। ସରକାର ନୂଆ ନୋଟିଫିକେସନ ଜାରି କରି ଏହାର ସୂଚନା ଦେବେ।

ଏହାପୂର୍ବରୁ ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ ଜୁଲାଇରେ କହିଥିଲା କି, ଗହମ ଅଟା, ମଇଦା ଏବଂ ସୁଜି ରପ୍ତାନୀ ପାଇଁଟ୍ରେଡର୍ସଙ୍କୁ ଇଣ୍ଟର ମିନିଷ୍ଟ୍ରିଆଲ କମିଟିରୁ ମଞ୍ଜୁରୀ ନେବାକୁ ଆବଶ୍ୟକତା ପଡିପାରେ। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ୍‌ ଟ୍ରେଡ୍‌(DGFT) ଏକ ନୋଟିଫିକେସନର ଏହାର ସୂଚନା ଦେଇଛି। ନୋଟିଫିକେସନରେ କୁହାଯାଇଛି କି, ପଲିସି ଅନୁଯାୟୀ, ଗହମ ଅଟା ରପ୍ତାନୀ ମାଗଣାରେ ହୋଇପାରିବ। ଏହାଛଡା ଗହମ ରପ୍ତାନୀ ପାଇଁ ଇଣ୍ଟର ମିନିଷ୍ଟ୍ରିଆଲ କମିଟିରୁ ମଞ୍ଜୁରୀ ନେବାକୁ ପଡିବ।

ଡିଜିଏଫଟିର ନୋଟିଫିକେସନ ଅନୁଯାୟୀ, ଏବେ ଇଣ୍ଟର ମିନିଷ୍ଟ୍ରିଆଲ କମିଟି ଠାରୁ ଅଟା ବ୍ୟତୀତ ମଇଦା, ସୁଜି, ହୋଲମିଲ ଅଟା ଏବଂ ରିଜଲେଣ୍ଟାଣ୍ଟ ଅଟା ରପ୍ତାନୀ ପାଇଁ ମଞ୍ଜୁରୀ ନେବାକୁ ପଡିବ। କମିଟି ଠାରୁ ମଞ୍ଜୁରୀ ମିଳିବା ପରେ ଉତ୍ପାଦନକାରୀ ଭାରତରୁ ଏହାକୁ ରପ୍ତାନୀ କରିପାରିବେ। ଆହୁରି ମଧ୍ୟ କୁହାଯାଇଛି କି, କମିଟି ମଞ୍ଜୁରୀ ଦେବା ପରେ ଗହମ ଅଟା ସହିତ କ୍ୱାଲିଟି ଚେକ୍‌ ପାଇଁ ଦିଲ୍ଲୀ, ମୁମ୍ବାଇ, ଚନ୍ନାଇ ଏବଂ କଲିକତା ସ୍ଥିତ ଏକ୍ସପୋର୍ଟ ଇନ୍ସପେକ୍ସନ କାଉନସିଲରୁ କ୍ୱାଲିଟି ସାର୍ଟିଫିକେଟ ନେବାକୁ ପଡିବ।

Picture Credit – Life is beautiful

ସରକାର ଏଭଳି ନିଷ୍ପତ୍ତି ଭାରତୀୟ ବଜାରରେ ଅଟା ଦାମ୍‌ ନିୟନ୍ତ୍ରଣରେ ରଖିବାକୁ ପ୍ରୟାସ କରାଯାଉଛି।ସୂଚନାଯୋଗ୍ୟ, ମଇ ମାସରେ ଗହମରେ ରପ୍ତାନୀ ଉପରେ ରୋକ୍‌ ଲଗାଇବା ପରେ ଅଟା ଏବଂ ଗହମ ଭଳି ଅନ୍ୟ ଉତ୍ପାଦ ମହଙ୍ଗା ହୋଇଥିଲା। ଘରୋଇ ବଜାରରେ ଅଟା ସମେତ ଗହମ ଉପଲବ୍ଧତା ଉପରେ ପ୍ରଭାବ ପଡିଥିଲା। ଦାମ୍‌ ବୃଦ୍ଧି ଆଶଙ୍କା ଦେଖାଦେଇଥିଲା। କିଛି କମ୍ପାନୀ ଅଟା ଦାମ୍‌ ମଧ୍ୟ ବଢାଇଥିଲେ। ଏହି କାରଣରୁ ଗହମ ରପ୍ତାନୀ ଉପରେ ରୋକ ଲଗାଇବା ସରକାରଙ୍କ ପାଇଁ କିଛି ଫାଇଦା ହେଉନାହିଁ। ନୂଆ ପ୍ରତିବନ୍ଧକ ଦ୍ୱାରା ଏହି ମାମଲାରେ କିଛି ସୁଧାର ଆସିବାରେ ବୋଲି ସରକାର ଆସ୍ଥା ରଖିଛନ୍ତି।

Leave A Reply

Your email address will not be published.