ଅଗ୍ନିବୀର ନିଯୁକ୍ତି ରାଲିର ଆଡ୍‌ମିଟ କାର୍ଡ ଜାରି, ଏମିତି କରନ୍ତୁ ଡାଉନଲୋଡ୍‌

ଭାରତୀୟ ସେନା ଅଗ୍ନିବୀର ନିଯୁକ୍ତି ରାଲି ପାଇଁ ପ୍ରାର୍ଥୀଙ୍କ ଆଡ୍‌ମିଟ କାର୍ଡ ଜାରି କରିଛି। ଯେଉଁ ଆଶାୟୀମାନେ ନିଯୁକ୍ତି ରାଲିରେ ସାମିଲ ହେବା ପାଇଁ ପଞ୍ଜୀକରଣ କରିଛନ୍ତି, ସେମାନେ ନିଜ ନିଜ ଆଡ୍‌ମିଟ କାର୍ଡ ଅଫିସିଆଲ େଓ୍ଵବ୍‌ସାଇଟ joinindianarmy.nic.inରେ ଭିଜିଟ୍‌ କରି ଡାଉନଲୋଡ୍‌ କରି ପାରିବେ। ଆଶାୟୀମାନେ ନିଜ ରୋଲ୍‌ ନମ୍ବର ଏବଂ ଆଫିଡେଭିଟ୍‌ ଫର୍ମାଟ୍‌ ମଧ୍ୟ େଓ୍ଵବ୍‌ସାଇଟରୁ ଡାଉନଲୋଡ୍‌ କରି ପାରିବେ।

ଏମିତି ଡାଉନଲୋଡ୍‌ କରନ୍ତୁ ଅଗ୍ନିବୀର ନିଯୁକ୍ତି ରାଲି ଆଡ୍‌ମିଟ କାର୍ଡ

୧. ଅଫିସିଆଲ େଓ୍ଵବ୍‌ସାଇଟ joinindianarmy.nic.inକୁ ଯାଆନ୍ତୁ।

୨. ହୋମ୍‌ପେଜରେ Agniveer ସେକ୍ସନ ଉପରେ କ୍ଲିକ୍‌ କରନ୍ତୁ।

୩. ଡ୍ରପ୍‌-ଡାଉନ୍‌ ମେନ୍ୟୁ ମଧ୍ୟରୁ ରେଜିଷ୍ଟାର/ଲଗ୍‌ ଇନ୍‌ ଉପରେ କ୍ଲିକ୍‌ କରନ୍ତୁ।

୪. ନିଜ ରେଜିଷ୍ଟ୍ରେସନ ନମ୍ବର ଦିଅନ୍ତୁ ଏବଂ ସବ୍‌ମିଟ କରନ୍ତୁ।

୫. ଏବେ ପ୍ରୋଫାଇଲ ପେଜ୍‌ରେ ଆଡ୍‌ମିଟ କାର୍ଡର ଲିଙ୍କ୍‌ ଓପନ୍‌ କରନ୍ତୁ।

୬. ଆଡ୍‌ମିଟ କାର୍ଡ ସ୍କ୍ରିନ୍‌ ଉପରେ ଖୋଲିଯିବ, ଏହାକୁ ଡାଉନଲୋଡ୍‌ କରି ଦିଅନ୍ତୁ।

ନିଜ ଆଡ୍‌ମିଟ କାର୍ଡର ବ୍ଲାକ୍‌ ଆଣ୍ଡ ହ୍ଵାଇଟ୍‌ ପ୍ରିଣ୍ଟ୍‌ଆଉଟ ବାହାର କରନ୍ତୁ। ଧ୍ୟାନ ରଖନ୍ତୁ, ଏହାର ରଙ୍ଗୀନ ପ୍ରିଣ୍ଟ୍‌ଆଉଟ ବାହାର କରିବେ ନାହିଁ। ଆଶାୟୀମାନେ ଆଡ୍‌ମିଟ କାର୍ଡକୁ ଆଦୌ ଫୋଲ୍ଡ କରିବେ ନାହିଁ। ଆଡ୍‌ମିଟ କାର୍ଡ ସହିତ ଏକ ଆଫିଡେଭିଟ୍‌ ଫର୍ମାଟ୍‌ ମଧ୍ୟ ଜାରି କରାଯାଇଛି, ଯାହାକୁ ଆପଣ ଅଫିସିଆଲ େଓ୍ଵବ୍‌ସାଇଟରୁ ଡାଉନଲୋଡ୍‌ କରି ପାରିବେ। ନିଯୁକ୍ତି ରାଲି ସମ୍ପର୍କିତ ବିସ୍ତତ ସୂଚନା ଆଡ୍‌ମିଟ କାର୍ଡରେ ହିଁ ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.