AIIMSରେ ଖାଲି ପଡ଼ିଛି ୪୦୦ରୁ ଊର୍ଦ୍ଧ୍ୱ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ପକ୍ଷରୁ ସିନିୟର ରେସିଡେଣ୍ଟ ଓ ଡେମୋନ୍‌ଷ୍ଟ୍ରେଟର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ୧୬ ମେ’ ୨୦୨୨ ମଧ୍ୟରେ ଏହି ପଦ ପାଇଁ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ୪୧୦ ଟି ପଦରେ ନିଯୁକ୍ତି କରାଯିବ।

ପଦ ନାମ:

  • ସିନିୟର ରେସିଡେଣ୍ଟ
  • ଡେମୋନ୍‌ଷ୍ଟ୍ରେଟର

ଆବେଦନ ପାଇଁ ଜରୁରୀ ତାରିଖ:

୧୬ ମେ ୨୦୨୨

ପଦ ସଂଖ୍ୟା:

୪୧୦

ଏହି ନିଯୁକ୍ତି ପ୍ରକ୍ରିୟାରେ ୫୦ଟି ଆନାସ୍ତେସିୟୋଲୋଜି, ୭ଟି କାଡିଆକ୍‌ ଆନାସ୍ତେସିୟୋଲୋଜି, ୧୪ଟି ନ୍ୟୁରୋ ଆନାସ୍ତେସିୟୋଲୋଜି, ୧୪ଟି ରେଡିଓ ଡାଇଗ୍ନୋସିସ୍‌ ଓ ଇଣ୍ଟରଭେସନାଲ ରେଡିଓଲୋଜି, ୭ଟି ଡିୟୋଭାସ୍କୁଲାର ରେଡିଓଲୋଜି ଓ ଏଣ୍ଡୋଭାସ୍କୁଲାର ଇଣ୍ଟରଭେନ୍‌ସନ୍‌ ପଦ ପାଇଁ ଭର୍ତ୍ତି କରାଯିବ।

  • ଆନାସ୍ତେସିୟୋଲୋଜି- ୫୦ ପଦ
  • କାଡିଆକ୍‌ ଆନାସ୍ତେସିୟୋଲୋଜି- ୭ ପଦ
  • ନ୍ୟୁରୋ ଆନାସ୍ତେସିୟୋଲୋଜି- ୧୪ ପଦ
  • ରେଡିଓ ଡାଇଗ୍ନୋସିସ୍‌ ଓ ଇଣ୍ଟରଭେସନାଲ ରେଡିଓଲୋଜି- ୧୪ ପଦ
  • ଡିୟୋଭାସ୍କୁଲାର ରେଡିଓଲୋଜି ଓ ଏଣ୍ଡୋଭାସ୍କୁଲାର ଇଣ୍ଟରଭେନ୍‌ସନ୍‌- ୭ ପଦ

ଯୋଗ୍ୟତା:

  • ଆନାସ୍ତେସିୟୋଲୋଜି ପେନ୍‌ ମେଡିସିନ୍‌ ଆଣ୍ଡ୍‌ କ୍ରିଟିକାଲ କେୟାର ପଦରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଆନାସ୍ତେସିୟୋଲୋଜିରେ ପୋଷ୍ଟ ଗ୍ରାଜୁଏସନ୍‌ ମେଡିକାଲ ଡିଗ୍ରୀ ଅର୍ଥାତ୍‌ ଏମ୍‌ଡି/ ଡିଏନ୍‌ବି ସାର୍ଟିଫିକେଟ୍‌ ଥିବା ଆବଶ୍ୟକ।
  • ସେହିପରି ପେଲିଏଟିଭ୍‌ ମେଡିସିନ୍‌ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ପୋଷ୍ଟ ଗ୍ରାଜୁଏସନ୍‌ ମେଡିକାଲ ଡିଗ୍ରୀ ଅର୍ଥାତ୍‌ ପ୍ରଶାମକ ଚିକିତ୍ସା/ ଆନାସ୍ତେସିୟୋଲୋଜି/ ମେଡିସିନ୍‌/ ଅଙ୍କୋଲୋଜି (ସର୍ଜିକାଲ/ ମେଡିକାଲ)ରେ ଏମ୍‌ଡି/ ଡିଏନ୍‌ବି ଡିଗ୍ରୀ ଥିବା ଜରୁରୀ।
  • ଏସବୁ ପଦ ପଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୪୫ ବର୍ଷରୁ କମ୍‌ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ ବୟସରେ ୫ ବର୍ଷ ଛାଡ଼ ଦିଆଯାଇଛି। ସେହିପରି ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ୩ ବର୍ଷ ଛାଡ଼ କରାଯାଇଛି। ଦିବ୍ୟାଙ୍ଗ ବ୍ୟକ୍ତି (ପିଡବ୍ଲ୍ୟୁବିଡି) ସାଧାରଣ ବର୍ଗଙ୍କୁ ୧୦ ବର୍ଷ ଛାଡ଼ କରାଯାଇଛି।

ଇଚ୍ଛୁକ ପ୍ରାର୍ଥୀ ଏହି ପଦରେ ଭର୍ତ୍ତି ପାଇଁ ୧୬ ମେ’ ୨୦୨୨ ମଧ୍ୟରେ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ।

ଆବେଦନ କରିବାପାଇଁ ସାଧାରଣ ଓ ଓବିସି ବର୍ଗଙ୍କୁ ୧୫୦୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ। ସେହିପରି ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି/ଇଡବ୍ଲ୍ୟୁଏସ୍‌ ଶ୍ରେଣୀଙ୍କୁ ୧୨୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ। ଅନ୍ୟପଟେ ପିଡବ୍ଲ୍ୟୁବିଡି ଆବେଦନକାରୀଙ୍କୁ କୌଣସି ଶୁଳ୍କ ଦେବାକୁ ହେବ ନାହିଁ।

ଆବେଦନ ଶୁଳ୍କ:

  • ସାଧାରଣ ଓ ଓବିସି ବର୍ଗ- ୧୫୦୦ ଟଙ୍କା
  • ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି/ଇଡବ୍ଲ୍ୟୁଏସ୍‌ ଶ୍ରେଣୀ- ୧୨୦୦ ଟଙ୍କା
  • ପିଡବ୍ଲ୍ୟୁବିଡି – ନିଃଶୁଳ୍କ

Also Read: ମେଧାବୀ ଛାତ୍ରଛାତ୍ରୀଙ୍କୁ ମାସିକ ୫୦,୦୦୦ ଟଙ୍କାର ସ୍କଲାରସିପ୍‌ ଦେଉଛି ICAI, ତୁରନ୍ତ କରନ୍ତୁ ଆବେଦନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.