ଏବେ ଏସିକୁ ଚଲାଇବା ପାଇଁ ଦରକାର ନାହିଁ ବିଜୁଳି, ଦେବାକୁ ପଡ଼ିବ ନାହିଁ ବିଜୁଳି ଖର୍ଚ୍ଚ

ଖରାଦିନରେ ସମସ୍ତେ ତାପମାତ୍ରା ବୃଦ୍ଧିକୁ ନେଇ ଚିନ୍ତାରେ ରହିଥାନ୍ତି। ଟାଣ ଖରାରେ ବାହାରକୁ ଯିବା ବଡ଼ କଷ୍ଟ ହୋଇଯାଏ। ଯଦି କେଉଁଠି ଶାନ୍ତି ମିଳେ ତେବେ ତାହା କେବଳ ଏୟାର କଣ୍ଡିସନର ହିଁ ଦେଇଥାଏ। ଏମିତିରେ ରୁମ୍‌ ବାହାରକୁ ଯିବା ପାଇଁ ଇଚ୍ଛା ହୁଏ ନାହିଁ। ତେବେ ସବୁ ଲୋକ ଏହାକୁ କିଣିପାରନ୍ତି ନାହିଁ। ମଧ୍ୟବିତ୍ତ ତଥା ଗରିବ ଶ୍ରେଣୀରେ ଥିବା ଲୋକାମାନେ କେବଳ ଫ୍ୟାନ ପଙ୍ଖା ସାହାଯ୍ୟରେ ଗରମକୁ ସହ୍ୟ କରିଥାନ୍ତି। କାରଣ ଏସିର ବିଜୁଳି ବିଲ ଅଧିକ ମାତ୍ରାରେ ଆସିଥାଏ।

ଏମିତିରେ ଥଣ୍ଡା ପ୍ରଦାନ କରିବା ସହ କମ ବିଜୁଳି ଖର୍ଚ୍ଚ କରୁଥିବା ଇଲେକଟ୍ରୋନିକ ଜିନିଷକୁ କିଣାଯାଏ। ଯେମିତିକି କୁଲର। ତେବେ ସେ ଯାହା ହେଉ ନା କାହିଁକି ସବୁଥିରେ କିଛି ନା କିଛି ବିଜୁଳି ଖର୍ଚ୍ଚ ତ ଉଣାଅଧିକ ହୋଇଥାଏ। ଏମିତିରେ ଯଦି ଆପଣଙ୍କୁ ବିନା କରେଣ୍ଟରେ ଚାଲୁଥିବା ଏସି ମିଳିଯିବ ତେବେ ଆପଣ ଖୁସି ହେବେ ନିଶ୍ଚୟ। କାରଣ ଏଥିପାଇଁ ଆଉ ଲମ୍ବା ବିଜୁଳି ଖର୍ଚ୍ଚର ଟେନସନ ନଥିବ।

ଆମେ ଆଜି ଆପଣଙ୍କ ପାଇଁ ଏମିିତି ଏକ ଖବର କହିବୁ। ଯାହାକୁ ଶୁଣି ଖରାଦିନରେ ଆପଣଙ୍କର ଗରମ କୁ ନେଇ ଥିବା ଚିନ୍ତା ଦୂର ହୋଇଯିବ। ଖରାଦିନରେ ପଙ୍ଖା ନା କୁଲର କେବଳ ଏସି ହିଁ କାମ ଦେଇଥାଏ। ଏହା ଆମ ସମସ୍ତଙ୍କୁ ଜଣା। ଆମେ ଆଜି ଏମିତି ଏକ ଟ୍ରିକ ସମ୍ପର୍କରେ କହିବୁ ଯାହାକୁ ମାନିଲେ ଆପଣ ଏସି ପାଇଁ ଆଉ ବିଜୁଳି ଖର୍ଚ୍ଚ ଦେବେ ନାହିଁ। ଏମିତିରେ ଆପଣ ଏସି ମନ ଇଚ୍ଚା ବ୍ୟବହାର ମଧ୍ୟ କରିପାରିବେ।

ଭାରତୀୟ ବଜାରରେ ସୋଲାର ଏସିର ଡିମାଣ୍ଡ ଏବେ ବଢ଼ିବାରେ ଳାଗିଛି। କାରଣ ଏହା ବିଜୁଳି ନୁହେଁ ବରଂ ସୋଲାର ପାଓ୍ଵାର ଦ୍ୱାରା ଚାଲିଥାଏ। ଏହି ପ୍ଲେଟ ସୂର୍ଯ୍ୟଙ୍କଠୁ ଶକ୍ତି ସଞ୍ଚୟ କରିଥାଏ। ପରେ ଏସି ଚଲାଇବାରେ ସାହଯ୍ୟ କରେ। ମାନେ ଏସିର ବ୍ୟାଟେରୀ ସୂର୍ଯ୍ୟଙ୍କ ରଶ୍ମିରୁ ହିଁ ଚାର୍ଜ ହୋଇଯାଏ। କିନ୍ତୁ ଏହାର ଦାମ ନର୍ମାଲ ଏସିର ଦାମ ଠୁ ଟିକେ ଅଧିକ ଥାଏ।

ଏହି ଲିଷ୍ଟରେ ରହିଛି Sinfin 1.5 ton Solar PCU Split Ineverter AC ଯାହାର ଦାମ ରହିଛି ୪୯,୯୯୯ ଟଙ୍କା, ପରେ Split metallic teramax Solar Air Conditioner ଯାହାର ଦାମ ରହିଛି ୬୫,୦୦୦ ଟଙ୍କା ଓ ଶେଷରେ Apna plastic / fiber SWAY20 solar Air conditioner ଯାହାର ଦାମ ରହିଛି ୫୨,୧୩୫ ଟଙ୍କା।

ଏଥିରେ ଆପଣ ୪ ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ। ଯଦି ଆପଣଙ୍କ ପାଖେ ୫ଷ୍ଟାର ରେଟିଂ ର ୧.୫ ଟନ୍‌ ର ଏସି ରହିଛି ତେବେ ଏହା ୧୪୯୦ ଓ୍ଵାଟ ବିଜୁଳି ପ୍ରତି ଘଣ୍ଟାକୁ ନେଇଥାଏ। ୟୁନିଟ ହିସାବରେ ଦେଖାଗଲେ ଘଣ୍ଟାକୁ ୧.୫ ୟୁନିଟ ବିଜୁଳି ଖର୍ଚ୍ଚ ହେବ। ଏମିତିରେ ଯଦି ଆପଣ ଏସି ୧୨ ଘଣ୍ଟା ଚଲାଇବେ ତେବେ ୧୮ ୟୁନିଟ ଖର୍ଚ୍ଚ ହେବ। ମାନେ ୭.୫୦ ପଇସା ପ୍ରତି ୟୁନିଟ ହିସାବରେ ୧୩୫ ଟଙ୍କା ହେବ। ମାସକୁ ହିସାବ କଲେ ପାଖାପାଖି ୪ହଜାର ଟଙ୍କା। ଯାହାକି ସୋଲାର ଏସି ଠୁ ବହୁତ ଅଧିକ। ତେଣୁ ବିଜୁଳି ଦର ମାଡ଼ରୁ ବଞ୍ଚିବା ପାଇଁ ନିହାତି ଭାବେ ଏବେ ଘରେ ଲଗାନ୍ତୁ ସୋଲାର ପାଓ୍ଵାର ଏସି। ଥଣ୍ଡା ସହ ମିଳିବ ବିଜୁଳି ଖର୍ଚ୍ଚରୁ ମୁକ୍ତି।

Leave A Reply

Your email address will not be published.