ଏୟାର ଇଣ୍ଡିଆ ଏକ୍ସପ୍ରେସ ‘ନ୍ୟୁ ଇୟର ସେଲ୍’, ମାତ୍ର ୧୪୪୮ ଟଙ୍କାରେ ମିଳୁଛି ଫ୍ଲାଇଟ୍ ଟିକେଟ୍
ଆଜିକାଲି ଅଧିକାଂଶ ଲୋକ ସମୟ ବଞ୍ଚାଇବା ପାଇଁ ବିମାନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । କାରଣ ପରିବହନର ସବୁଠାରୁ ଦ୍ରୁତ ମାଧ୍ୟମ ହେଉଛି ବିମାନ । ଏହା ସହିତ, ଦୂର ଦୂରାନ୍ତର ଯାତ୍ରା ଖୁବ କମ୍ ସମୟରେ ଶେଷ ହୋଇଥାଏ । ହେଲେ ଆଜି ବି ସାଧାରଣ ଲୋକଙ୍କ ପାଇଁ ବିମାନ ଯାତ୍ରା କରିବା ସ୍ୱପ୍ନ ସହ ସମାନ ହୋଇଥାଏ । ତେବେ ଗତ କିଛି ବର୍ଷ ହେବ ଏୟାରଲାଇନ୍ସ କମ୍ପାନୀମାନେ ଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ଅନେକ ଅଫର୍ସ ନେଇଆସୁଛନ୍ତି ।
କିନ୍ତୁ ଯଦି ଆମେ କହୁ ଆପଣ ମାତ୍ର ୧୪୦୦ ଟଙ୍କାରେ ବିମାନ ଯାତ୍ରା କରି କରିପାରିବେ, ହୁଏତ ଆପଣ ବିଶ୍ୱାସ ବି କରିପାରୁନଥିବେ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଯଦି ଆପଣ ମଧ୍ୟ ବିମାନରେ ଯାତ୍ରା କରିବାର ସ୍ୱପ୍ନ ଦେଖୁଛନ୍ତି ଏବଂ ବଜେଟକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆପଣଙ୍କ ଗୁଡ୍ ନ୍ୟୁଜ । ଏହି ନୂଆବର୍ଷରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏପରି ଏକ ଅଫର ଆଣିଛି ଯାହା ଆପଣଙ୍କ ବିମାନରେ ଯାତ୍ରା କରିବାର ସ୍ୱପ୍ନକୁ ଅତି ସହଜରେ ସାକାର କରିପାରିବ ।
ବର୍ତ୍ତମାନ ଏୟାର ଇଣ୍ଡିଆ ଏକ୍ସପ୍ରେସ ‘ନ୍ୟୁ ଇୟର ସେଲ୍’ ଘୋଷଣା କରିଛି । ଏଥିରେ ଆପଣ ଅତି ଶସ୍ତାରେ ବିମାନ ଯୋଗେ ଯାତ୍ରା କରିବାର ସୁଯୋଗ ପାଇପାରିବେ । ଯଦି ଆପଣ କେବେ ବିମାନରେ ଯାତ୍ରା କରିନାହାଁନ୍ତି ତେବେ ଆପଣ ଏହି ଅଫରର ଲାଭ ଉଠାଇ ପାରିବେ । ତେବେ ଆସନ୍ତୁ ଏହି ଅଫର ସମ୍ପର୍କରେ ଜାଣିବା । ନୂଆ ବର୍ଷ ସେଲରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଲିମିଟେଡ ମାତ୍ର ୧୪୪୮ ରୁ ଆରମ୍ଭ କରି ୧୫୯୯ ଟଙ୍କାରେ ଦେଉଛି ଫ୍ଲାଇଟ ଟିକେଟ୍ ।
ଚଳିତ ବର୍ଷ ଜାନୁୟାରୀ ୮ ରୁ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ହେଉଥିବା ଟିକେଟ୍ ବୁକିଂ ପାଇଁ ଏହି ଅଫର୍ ମିଳିପାରିବ । ବିମାନର ଅଫିସିଆଲ୍ ୱେବସାଇଟ୍ କିମ୍ବା ଅଫିସିଆଲ୍ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଲଗ୍ ଇନ୍ କରିଥିବା ବିଶ୍ଵସ୍ତ ସଦସ୍ୟଙ୍କ ପାଇଁ ଏହି ଲାଇଟ୍ ଅଫର୍ ଉପଲବ୍ଧ । ଏହି ଅଫରରେ ବେସ୍ ଫେୟାର, ଟ୍ୟାକ୍ସ ଏବଂ ଏୟାରପୋର୍ଟ ଚାର୍ଜ ସାମିଲ ହୋଇଛି, କିନ୍ତୁ ଏଥିରେ କୌଣସି ଆନୁଷଙ୍ଗିକ ସେବା ସାମିଲ ନାହିଁ ।
ଏହି ବିମାନଟି PNR ରେ ଯାତ୍ରା କରୁଥିବା ସଦସ୍ୟମାନଙ୍କ ପାଇଁ ଯାତ୍ରା ପରେ NeuCoins ପ୍ରଦାନ କରିବ । କମ୍ପ୍ଲିଟ କ୍ୟାନ୍ସଲେସନ ବିନା ହୋଇଥିବା ଟିକେଟ୍ ବୁକିଂ ପାଇଁ ଏହି ଅଫର ପ୍ରଯୁଜ୍ୟ । ଥରେ ଟିକେଟ୍ ବୁକ୍ ହେବା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏହାକୁ କ୍ୟାନସଲ୍ କରିବ ନାହିଁ କି ଟଙ୍କା ରିଟର୍ନ ମଧ୍ୟ କରିବ ନାହିଁ । ତେବେ ଏଥିପାଇଁ ଟର୍ମସ୍ ଏବଂ କଣ୍ଡିସନ୍ ମଧ୍ୟ ରହିଛି । ଅଧିକ ସୂଚନା ପାଇଁ କମ୍ପାନୀର ଅଫିସିଆଲ ୱେବସାଇଟ ଭିଜିଟ କରନ୍ତୁ ।
ତେବେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଏହି ‘ନ୍ୟୁ ଇୟର ସେଲ୍’ ସାଧାରଣ ଲୋକଙ୍କ ପାଇଁ ବେଶ ଲାଭଦାୟୀ ହେବାକୁ ଯାଉଛି । ଏହି ସେଲ୍ ଅଧୀନରେ ଆପଣ ଏବେ ଟ୍ରେନ ଟିକେଟର ଦାମରେ ଫ୍ଲାଇଟରେ ଯାତ୍ରା କରିପାରିବେ । ଯଦି ଆପଣ ମଧ୍ୟ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଏହି ବିମାନ ଟିକେଟ ବୁକ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହାର ଅଫିସିଆଲ ୱେବସାଇଟରେ ଯାଇ କରିପାରିବେ ।