ଏୟାର ଇଣ୍ଡିଆର ସାଧାରଣତନ୍ତ୍ର ଦିବସ ଅଫର , ମାତ୍ର ୯୭୯ ଟଙ୍କାରେ କରିପାରିବେ ଯାତ୍ରା

କେନ୍ୟୁଜ୍ : ଏୟାର ଇଣ୍ଡିଆର ସାଧାରଣତନ୍ତ୍ର ଦିବସ ଅଫର । ଆଜି ସାଧାରଣତନ୍ତ୍ର ଦିବସ ଅବସରରେ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବିମାନ ମାର୍ଗରେ ଯାତ୍ରୀଙ୍କ ଟିକେଟରେ ଆକର୍ଷଣୀୟ ରିହାତି ଦେଉଛି ଏୟାର ଇଣ୍ଡିଆ । ଏନେଇ ଏୟାରଲାଇନ୍ ପ୍ରବକ୍ତା ସୂଚନା ଦେଇଛନ୍ତି।

ତେବେ ଅଫରଟି ହେଉଛି, ଏୟାରଲାଇନ୍ ତିନିଦିନ ଧରି ଅର୍ଥାତ୍ ଜାନୁଆରି ୨୬ରୁ ୨୮ ପର‌୍ୟ୍ୟନ୍ତ ଟିକେଟରେ ରିହାତି କରି ବିକ୍ରି ଆରମ୍ଭ କରିବ। ଏବଂ ଯାତ୍ରୀ ୨୦୧୯ ସେପ୍ଟେମ୍ବର ୩୦ରୁ ଏହି ଟିକେଟରେ ଯାତ୍ରା କରି ପାରିବେ। ଟିକେଟରେ ପ୍ରଥମେ ଆସ ପ୍ରଥମେ ପାଅ ଆଧାରରେ ଏୟାର ଇଣ୍ଡିଆ ୱେବସାଇଟ୍, ଏୟାରଲାଇନ୍ ଓ ସିଟି ବୁକିଂ ଅଫିସ୍, କଲ ସେଣ୍ଟର୍ସ ତଥା ଟ୍ରେବଲ ଏଜେଣ୍ଟ ମାଧ୍ୟମରେ ଯାତ୍ରୀ କ୍ରୟ କରି ପାରିବେ।

ତେବେ ଘରୋଇ ମାର୍ଗରେ ଇକୋନମି କ୍ଲାସ ଟିକେଟର ପ୍ରାରମ୍ଭିକ ମୂଲ୍ୟ ୯୭୯ ଟଙ୍କା ରହିଥିବାବେଳେ ବିଜନେସ୍ କ୍ଲାସରେ ୬,୯୬୫ ଟଙ୍କା ରହିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ପାଇଁ ଇକୋନମି କ୍ଲାସର ପ୍ରାରମ୍ଭିକ ଟିକେଟ  ମୂଲ୍ୟ ୫୦ହଜାର ଟଙ୍କା ପର‌୍ୟ୍ୟନ୍ତ ରହିଛି।

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

4 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

8 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

8 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

8 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

8 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

8 hours ago