ଏୟାର ଇଣ୍ଡିଆର ସ୍ପେଶାଲ ‘ନମସ୍ତେ ୱାଲର୍ଡ’ ସେଲ୍, ମାତ୍ର ୧୪୯୯ ଟଙ୍କା ମିଳୁଛି ଟିକେଟ୍

ଟାଟା ଗ୍ରୁପ ଅଧିନରେ ଚାଲିଥିବା ଏୟାର ଇଣ୍ଡିଆ ଏୟାରଲାଇନ୍ସ ଯାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି । ବିମାନ ଯାତ୍ରୀଙ୍କ ପାଇଁ ସ୍ପେଶାଲ ‘ନମସ୍ତେ ୱାଲର୍ଡ’ ସେଲ ଘୋଷଣା କରିଛି ଏୟାରଲାଇନ୍ସ । ଏହି ସେଲ୍ ଅଧିନରେ ଘରୋଇ ଏବଂ ଅର୍ନ୍ତରାଷ୍ଟ୍ରୀୟ ଉଡ଼ାଣର ସମସ୍ତ କ୍ୟାବିନ କ୍ଲାସରେ ଆକର୍ଷଣୀୟ ଛାଡ ମିଳିବ ।

ଏହି ସେଲରେ ବିମାନ ଯାତ୍ରୀ ବିଜନେସ କ୍ଲାସ ଏବଂ ପ୍ରିମିୟମ ଇକୋନୋମୀ କ୍ଲାସରେ ମଧ୍ୟ ଛାଡ ମିଳିବ । ସବୁଠାରୁ ଅଧିକ ଲୋକ ବିଳାସପୂର୍ଣ୍ଣ ଯାତ୍ରାର ମଜା ଉଠାଇପାରିବେ । ଇକୋନୋମୀ କ୍ଲାସ୍ ପାଇଁ ଟିକେଟ ଦର ୧,୪୯୯ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ପ୍ରିମିୟମ ଇକୋନୋମୀ କ୍ଲାସ ଟିକେଟ ଦାମ୍ ୩,୭୪୯ ଟଙ୍କା ରହିଛି । ସେହିପରି ବିଜନେସ କ୍ଲାସ ପାଇଁ ୯,୯୯୯ ଟଙ୍କାରୁ ଟିକେଟ ଦାମ୍ ଆରମ୍ଭ ହେଉଛି ।

ଅର୍ନ୍ତଜାତୀୟ ଉଡ଼ାଣ ପାଇଁ ଇକୋନୋମୀ କ୍ଲାସ୍ ୧୨,୫୭୭ ଟଙ୍କାରୁ ଟିକେଟ ଦାମ୍ ଆରମ୍ଭ ହେଉଥିବା ବେଳେ ପ୍ରିମିୟମ ଇକୋନୋମୀ କ୍ଲାସ୍ ପାଇଁ ୧୬,୨୧୩ ଟଙ୍କା ଏବଂ ବିଜନେସ କ୍ଲାସ ପାଇଁ ୨୦,୮୭୦ ଟଙ୍କାରୁ ଟିକେଟ ଦାମ୍ ଆରମ୍ଭ ହେଉଛି ।

ଯାତ୍ରୀ ଟିକେଟ ଏୟାର ଇଣ୍ଡିଆ ୱେବସାଇଟ, ମୋବାଇଲ ଆପ୍, ଏୟାରପୋର୍ଟ ଟିକେଟ କାଉଣ୍ଟର, କଷ୍ଟମର କେୟାର ଏବଂ ଟ୍ରାଭେଲ ଏଜେଣ୍ଟ ଜରିଆରେ ବୁକିଂ କରିପାରିବେ । ଫେବୃଆରୀ ୨ ରୁ ଫେବୃଆରୀ ୬ ମଧ୍ୟରେ ବୁକିଂ କଲେ କୌଣସି ଅତିରିକ୍ତ ଶୁଳ୍କ ଲଗାଯିବ ନାହିଁ ।

ଏୟାର ଇଣ୍ଡିଆର ମୁଖ୍ୟ ବାଣିଜ୍ୟ ଅଧିକାରୀ କହିଛନ୍ତି, ଏହି ସେଲ ଯାତ୍ରୀଙ୍କୁ ବଢିଆ ସୁଯୋଗ ଦେବ । ଯାତ୍ରୀ ଗରମ ଦିନରେ ଛୁଟି କାଟିବାକୁ ଚାହୁଁଥିଲେ, ଏବେଠାରୁ ପ୍ଲାନ୍ କରିପାରିବେ । ଏହି ବିଶେଷ ଅଫର ଯୋଗୁଁ ଯାତ୍ରୀଙ୍କୁ ଏୟାର ଇଣ୍ଡିଆ ବଢିଆ ସେବାର ଅନୁଭବ ନେଇପାରିବେ ।

Also Read : ସାରା ବିଶ୍ୱରେ ସେଲ୍ ହେଉଛି Hero ବାଇକ୍ସ ଏବଂ ସ୍କୁଟର, ମାତ୍ର ୩୧ ଦିନରେ ୪ ଲକ୍ଷରୁ ଅଧିକ ସେଲ୍

You might also like