ବରିଷ୍ଠ ନାଗରିକଙ୍କୁ ଏୟାର ଇଣ୍ଡିଆ ଦେଲା ବଡ଼ ଉପହାର, ଏବେ ବିମାନଯାତ୍ରା କଲେ ଦେବେ ଅଧା ଭଡ଼ା

ବରିଷ୍ଠ ନାଗରିକଙ୍କ ପାଇଁ ଖୁସିଖବର। ଭାରତର ସରକାରୀ ଏୟାରଲାଇନ୍ସ ଏୟାର ଇଣ୍ଡିଆ ଘରୋଇ ଉଡ଼ାଣରେ ସମସ୍ତ ବରିଷ୍ଠ ନାଗରିକଙ୍କ ଭଡ଼ାକୁ ୫୦ ପ୍ରତିଶତ ଛାଡ଼ କରିବାକୁ ଘୋଷଣା କରିଛି। ନୂଆବର୍ଷ ଓ କ୍ରିସ୍‌ମାସ୍‌ରେ ବିମାନଯାତ୍ରା କରିବାକୁ ଯୋଜନା କରୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ଏହା ଏୟାର ଇଣ୍ଡିଆ ତରଫରୁ ଏକ ବଡ଼ ଉପହାର ବୋଲି କୁହାଯାଉଛି।

ଏୟାର ଇଣ୍ଡିଆ ମୁତାବକ ବରିଷ୍ଠ ନାଗରିକଙ୍କୁ ଟିକେଟ୍‌ ବୁକ୍‌ କରିବା ସମୟରେ ବେସ୍‌ ଫେୟାରର ୫୦ ପ୍ରତିଶତ ଛାଡ଼ କରାଯିବ। ଏହି ସ୍କିମ୍‌ କେବଳ ଡୋମେଷ୍ଟିକ୍‌ ଫ୍ଲାଇଟ୍‌ ପାଇଁ ଲାଗୁ ହେବ। ଏଥିସହ ୬୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକ ହିଁ ଏହି ସ୍କିମ୍‌ର ଫାଇଦା ଉଠାଇପାରିବେ।

ଅଫିସିଆଲ ୱେବ୍‌ସାଇଟ୍‌ରେ ଦିଆଯାଇଥିବା ସୂଚନା ମୁତାବକ ଏହି ସ୍କିମ୍‌ର ଲାଭ ଉଠାଇବା ପାଇଁ କେତେକ ସର୍ତ୍ତ ରହିଛି।

ଆସନ୍ତୁ ଜାଣିବା କ’ଣ ରହିଛି ସର୍ତ୍ତ…

  • ଯାତ୍ରା କରୁଥିବା ବରିଷ୍ଠ ବ୍ୟକ୍ତି ଭାରତର ନାଗରିକ ହୋଇଥିବା ଜରୁରୀ।
  • ଯାତ୍ରା କରିବା ଦିନ ତାଙ୍କ ବୟସ ୬୦ ବର୍ଷ ହୋଇଥିବା ଆବଶ୍ୟକ।
  • ଟଙ୍କା ଛାଡ଼ କରିବା ପାଇଁ ବରିଷ୍ଠ ନାଗରିକଙ୍କର ଏକ ଫଟୋ ଆଇଡି ଆବଶ୍ୟକ, ଯେଉଁଥିରେ ତାଙ୍କ ଜନ୍ମ ତିଥି ଲେଖାଥିବ।
  • ଏଥିପାଇଁ ଭୋଟର କାର୍ଡ, ପାସ୍‌ପୋର୍ଟ, ଡ୍ରାଇଭିଂ ଲାଇସେନ୍ସ କିମ୍ବା ସିନିୟର ସିଟିଜେନ୍‌ ଆଇଡି ଦେଖାଇପାରିବେ।
  • ଯେଉଁ ବ୍ୟକ୍ତିଙ୍କ ପାଖରେ ଏସବୁ କାଗଜପତ୍ର ନଥିବ ସେମାନେ ଏହି ସ୍କିମ୍‌ର ଲାଭ ଉଠାଇପାରିବେ ନାହିଁ ବୋଲି ଏୟାର ଇଣ୍ଡିଆ ତରଫରୁ କୁହାଯାଇଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.