ମେସିନ ରାନ୍ଧିବ ସ୍ୱାଦିଷ୍ଟ ଭୋଜନ, କେବଳ ଭଏସ ଶୁଣି କାମ କରିବ ଏହି ଡିଭାଇସ

କେବଳ କହିଦେଲେ ଆପଣଙ୍କ ସ୍ୱର ଶୁଣି ଏହି ଗାଜେଟ୍ସ ଗୁଡ଼ିକ କାମ କରିବ । ବର୍ତ୍ତମାନ ଡଚ୍ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଫିଲିପ୍ସ ଭାରତୀୟ ବଜାରରେ ଏୟାରଫ୍ରିୟର ଏକ୍ସଏଲ୍ କନେକ୍ଟେଡ୍ ନାମକ ଏକ ନୂତନ ଉପକରଣ ଲଞ୍ଚ କରିଛି ।

ଟେକ୍ନୋଲୋଜି ଦୁନିଆରେ ସ୍ମାର୍ଟ ଡିଭାଇସର ଟ୍ରେଣ୍ଡ ବର୍ତ୍ତମାନ ଜୋରରେ ଚାଲିଛି । ଆଉ ଏହାରି ସାହାଯ୍ୟରେ ଲାଇଟ୍ ବନ୍ଦ କରିବା ହେଉ ବା କବାଟ ଲକ୍ ଖୋଲିବା ହେଉ କିମ୍ବା ଅନ୍ୟାନ୍ୟ ଉପକରଣ ଚଳାଇବା ଭଳି କାର୍ଯ୍ୟ କେବଳ ଭଏସ୍ ଦେଇ କରାଯାଇପାରିବ । ଅର୍ଥାତ୍ କେବଳ କହିଦେଲେ ଆପଣଙ୍କ ସ୍ୱର ଶୁଣି ଏହି ଗାଜେଟ୍ସ ଗୁଡ଼ିକ କାମ କରିବ । ବର୍ତ୍ତମାନ ଡଚ୍ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଫିଲିପ୍ସ ଭାରତୀୟ ବଜାରରେ ଏୟାରଫ୍ରିୟର ଏକ୍ସଏଲ୍ କନେକ୍ଟେଡ୍ ନାମକ ଏକ ନୂତନ ଉପକରଣ ଲଞ୍ଚ କରିଛି ।

ଫିଲିପ୍ସ ଏୟାରଫ୍ରିୟର ଏକ୍ସଏଲ୍ କନେକ୍ଟେଡ୍ ସାହାଯ୍ୟରେ କେବଳ ଭଏସ୍ କମାଣ୍ଡ ଦେଇ ରୋଷେଇ କରାଯାଇପାରିବ । ଏହି ଏୟାର ଫ୍ରାଏର୍ ୮୦ ଡିଗ୍ରୀ ସେଲସିୟସରୁ ୨୦୦ ଡିଗ୍ରୀର ତାପମାତ୍ରା ରିସର ମଧ୍ୟରେ ରୋଷେଇ କରିବାର ଅପ୍ସନ୍ ରହିଛି । ଏହା ଖାଦ୍ୟରନ୍ଧା ମେସିନରେ ଟଚ୍ ସ୍କ୍ରିନ୍ ଅପ୍ସନ୍ ସହିତ ସାତଟି ପ୍ରୋଗ୍ରାମ ହୋଇଥିବା ଅପ୍ସନ୍ ରହିଛି । ଯେଉଁଥିରେ ଖାଦ୍ୟ ଗରମ କରିବା,ଭଜିବା, ସେକିବା, ରୋଷ୍ଟ କରିବା ଏବଂ ଖାଦ୍ୟକୁ ପୁଣିଥରେ ଗରମ କରିବାର ବିକଳ୍ପ ରହିଛି ।

ଏହି ମେସିନରେ ଏକକାଳିନ ପାଞ୍ଚ ଜଣଙ୍କ ପାଇଁ ଖାଦ୍ୟ ରନ୍ଧାଯାଇପାରିବ, ଏଥିରେ ୧ କେଜି ୨୦୦ ଗ୍ରାମ କ୍ଷମତାର ଟୋକେଇ ଏବଂ ୬.୨ କେଜିର ପ୍ୟାନ ବ୍ୟବହାର କରିବାକୁ ଦେଇଛି । ଉଭୟ ପାତ୍ରକୁ ମେସିନ୍ ରୋଷେଇ କରିବା ରେ ବାହାର କରାଯାଇାରିବ ଏବଂ ଏହାକୁ ଧୂଆଧୂଇ ମଧ୍ୟ କରାଯାଇପାରିବ । ଏହି ଖାଦ୍ୟ ରନ୍ଧା ମେସିନରେ ୧୦୦ ପ୍ରକାରରୁ ଅଧିକ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇାରିବ । ତେବେ ବର୍ତ୍ତମାନ ଏହି ଡିଭାଇସ୍ ବା ମେସିନ୍ ତାର ଲଞ୍ଚ ଅଫର ଜରିଆରେ ଲୋକଙ୍କୁ ୧୭ ହଜାର ୯୯ ଟଙ୍କାରେ ଉପଲବ୍ଧ ।

Leave A Reply

Your email address will not be published.