ଅକ୍ଟୋବରରେ ମହଙ୍ଗା ହୋଇପାରେ ବିମାନ ଯାତ୍ରା, ଜାଣନ୍ତୁ କାହିଁକି

ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ। ବଢ଼ିବାକୁ ଯାଉଛି ବିମାନ ଟିକେଟ। ସମସ୍ତ ଏୟାରଲାଇନ୍‌ ଅକ୍ଟୋବର ରୁ ବିମାନ ଟିକେଟ ବୃଦ୍ଧି କରିପାରନ୍ତି। ଯାହାଦ୍ୱାରା ଆପଣଙ୍କ ବିମାନ ଯାତ୍ରା ମହଙ୍ଗା ହୋଇଯାଇପାରେ। ଯଦି ଆପଣ ଆସନ୍ତା ପାର୍ବଣ ଋତୁରେ ବା ଫେଷ୍ଟିଭ୍‌ ସିଜନରେ କିମ୍ବା ଅକ୍ଟୋବରରେ ବିମାନ ଯାତ୍ରା କରିବାକୁ ପ୍ଲାନ କରୁଛନ୍ତି ତାହେଲେ ଏହି ଖବରକୁ ନିଶ୍ଚିତ ପଢ଼ିଦିଅନ୍ତୁ।

ସରକାରଙ୍କ ଦ୍ୱାରା ଏଭିଏସନ୍‌ ଟରବାଇନ୍‌ ଫୁଏଲ (ATF) ଉପରେ କଷ୍ଟମ ଡ୍ୟୁଟି ଲଗାଇବା ପରେ ଟିକେଟ୍‌ ଦର ବୃଦ୍ଧି ହେବ ବୋଲି ସମ୍ଭାବନା କରାଯାଉଛି। ଏହି ବୃଦ୍ଧି ଆସନ୍ତା ମାସ ଫେଷ୍ଟିଭ୍‌ ସିଜନରେ କରାଯାଇପାରେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆଗକୁ ଦଶହରା, ନବରାତ୍ରୀ, ଭାଇଦୁଜ ଭଳି ବଡ ପର୍ବ ଆସିବାକୁ ଯାଉଛି।

ନିକଟରେ ଏଟିଏଫ ଦ୍ୱାରା ଲଗାଯାଇଥିବା ୫ ପ୍ରତିଶତ କଷ୍ଟମ ଡ୍ୟୁଟି ବିମାନ କମ୍ପାନୀ ଉପରେ ବଡ ପ୍ରଭାବ ପକାଇଛି। ଯାହାପରେ ଗତ ବର୍ଷ ପରେ ଏୟାରଲାଇନ୍‌ ଇଣ୍ଡଷ୍ଟ୍ରୀ ଅକ୍ଟୋବରରେ ବିମାନ ଟିକେଟ ବୃଦ୍ଧି କରିବା ପାଇଁ ସଂକେତ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.