ଲକଡାଉନ ବଢ଼ିବା ପରେ ଟିକେଟ ବୁକିଂ ଟଙ୍କା ଫେରସ୍ତ କରୁନାହାନ୍ତି ଏୟାରଲାଇନ୍ସ, ଅଟକିଛି ୮୦୦୦ କୋଟି

ଲକଡାଉନ-୨ ମେ ୩ ଯାଏଁ ଲାଗୁ ହେବା ଯୋଗୁ ସମସ୍ତ ଏୟାରଲାଇନର ଉଡାଣ ପୁଣିଥରେ ରଦ୍ଦ ହୋଇଛି। କେତେକ ଏୟାରଲାଇନ୍ସ ଏପ୍ରିଲ ୧୪ ପରଠାରୁ ଟିକେଟ ବୁକିଂ ମଧ୍ୟ ଆରମ୍ଭ କରିଦେଇଥିଲେ। ମାତ୍ର ଏବେ ସେମାନେ ଟଙ୍କା ଫେରସ୍ତ କରିବାକୁ ରାଜି ହେଉନଥିବା ଜଣାଯାଇଛି। ଫଳରେ ଏଜେଣ୍ଟଙ୍କ ସହ ଝଗଡ଼ା ହେଉଥିବା ଜାଣିବାକୁ ମିଳିଛି। ଏଜେଣ୍ଟଙ୍କ କହିବାନୁସାରେ କିଛି ଗ୍ରାହକ ଏନେଇ ପୋଲିସରେ ମଧ୍ୟ ଅଭିଯୋଗ କରିଛନ୍ତି।

ticket

ରିପୋର୍ଟ ମୁତାବକ ଏୟାରଲାଇନସକୁ ଏବେ ଟିକେଟ କ୍ୟାନ୍ସଲ ପାଇଁ ୮୦୦୦ କୋଟି ଟଙ୍କା ଦେବାକୁ ପଡ଼ିବ। ଏଣୁ ସେମାନେ ନଗଦ ଦେବାକୁ ରାଜି ହେଉନାହାନ୍ତି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନର ପରାମର୍ଶକ୍ରମେ ଯାତ୍ରୀଙ୍କୁ ଟିକେଟ କ୍ୟାନ୍ସଲ କରିବା ପରିବର୍ତ୍ତେ ଏହାକୁ କ୍ରେଡିଟ ସେଲରେ ପରିବର୍ତ୍ତିତ କରିବାକୁ କୁହାଯାଇଛି। ମାତ୍ର ସେମାନେ ଏହାକୁ କିପରି ବ୍ୟବହାର କରାଯିବ ସେନେଇ ଜାଣିନଥିବାରୁ ତାଙ୍କୁ ତାଙ୍କ ଟଙ୍କା ସିଧାସଳଖ ଦେବାକୁ ଦାବି କରୁଛନ୍ତି।

Tips To Buy Cheap Airline Tickets | Travel to Work

କ୍ରେଡିଟ ସେଲ କ’ଣ?

କ୍ରେଡିଟ ସେଲ ଅର୍ଥାତ ଏୟାରଲାଇନ୍ସ ତରଫରୁ କ୍ୟାନ୍ସଲ ଟିକେଟ ବଦଳରେ ଯାତ୍ରୀଙ୍କୁ ଏକ ନୋଟ ଦିଆଯିବ। ଏହାକୁ ବ୍ୟବହାର କରି ଯାତ୍ରୀ ପରବର୍ତ୍ତୀ ଟିକେଟ ବୁକିଂ କରିପାରିବେ। ଅର୍ଥାତ ଟିକେଟ ଅର୍ଥ ଏୟାରଲାଇନ୍ସ ପାଖରେ ହିଁ ରହିବ ଓ ପରବର୍ତ୍ତୀ ବୁକିଂ ବେଳେ ସେଥିରୁ ଟଙ୍କା କାଟ ହେବ। କିନ୍ତୁ ଯାତ୍ରୀଙ୍କୁ ନିଜ ଟଙ୍କା ଫେରସ୍ତ ମିଳିବ ନାହିଁ। ମାତ୍ର ଯାତ୍ରୀମାନେ ରାଜି ନ ହେବାରୁ ଝଗଡ଼ା ବଢ଼ୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.