Airtel ଦେଉଛି iPhone 11 Pro Max ଜିତିବାର ମଉକା, ୭ ଜାନୁୟାରୀ ପଯ୍ୟର୍ନ୍ତ ରହିଛି ସୁବର୍ଣ୍ଣ ସୁଯୋଗ

୩୧ ଡିସେମ୍ବର ଅର୍ଥାତ୍‌ ଆଜି ହେଉଛି ବର୍ଷର ଶେଷ ଦିନ। ଏହି ମଉକାରେ Airtel ଏକ ନୂଆ ପ୍ରମୋଶନାଲ୍‌ ଇଭେଣ୍ଟ୍‌ ଆରମ୍ଭ କରିଛି। ଏହି ଆକ୍ଟିଭିଟି ଅଧୀନରେ Airtel ୟୁଜରମାନଙ୍କୁ ନିଜ ଫ୍ୟାମିଲି ମେମ୍ବର୍ସ ଏବଂ ସାଙ୍ଗସାଥୀମାନଙ୍କୁ ‘ହାପି ହଲିଡେ’ ଓ୍ଵିଶ୍‌ କରିବାକୁ ହେବ।

Airtel ଦ୍ୱାରା ୟୁଜରମାନଙ୍କୁ ଅନ୍ୟ Airtel ସବ୍ସକ୍ରାଇବର୍ସଙ୍କୁ ଓ୍ଵିଶ୍‌ କରିବା ଉପରେ ଅଲଗା ଅଲଗା ଷ୍ଟିକର୍ସ ଜିତିବାର ମଉକା ଦିଆଯାଉଛି। ୟୁଜର୍ସଙ୍କୁ ନିଶ୍ଚିତ ହଲିଡେ’ ଗିଫ୍ଟ ଜିତିବା ପାଇଁ ସମସ୍ତ ୫ଟି ‘ଓ୍ଵିଣ୍ଟର ସ୍ପେଶାଲ ଷ୍ଟିକର୍ସ’ ସଂଗ୍ରହ କରିବାକୁ ହେବ। ଏହି ୫ଟି ଷ୍ଟିକରରେ ଗୋଟିଏ ନର୍ଥ ଷ୍ଟାର୍‌, ଗୋଟିଏ ଫ୍ୟାଣ୍ଟାସି କପ୍‌କେକ୍‌, ସ୍ୟାଣ୍ଟା ଶକ୍ସ, ହଟ୍‌ ଚକୋଲେଟ୍‌ ଏବଂ ସ୍ନୋଇ ଫ୍ଲେକ୍‌ ସାମିଲ ରହିଛି। କେହି ଜଣେ ଫ୍ୟାମିଲି ମେମ୍ବର କିମ୍ବା ସାଙ୍ଗକୁ ଷ୍ଟିକର ପଠାଇବାର ଅର୍ଥ ହେଲା, ସେଣ୍ଡର ଏବଂ ରିସିଭର ଉଭୟଙ୍କୁ ହିଁ ଷ୍ଟିକର ମିଳିବ। ସବୁଠାରୁ ଲାଭଦାୟକ କଥା ହେଲା, ୟୁଜରମାନେ ଏହି କଣ୍ଟେଷ୍ଟରେ iPhone 11 Pro Max ପଯ୍ୟର୍ନ୍ତ ଜିତିପାରିବେ।

air2

ୟୁଜରମାନେ Airtel ଆପ୍‌ରେ ଅଫର୍‌ କାର୍ଡସରେ ସ୍କ୍ରୋଲ କରି ‘ଏୟାରଟେଲ୍‌ ହାପି ହଲିଡେ’ ସେକ୍ସନକୁ ଆକ୍ସେସ୍‌ କରିପାରିବେ। କମ୍ପାନୀର କହିବା ଅନୁଯାୟୀ, ୟୁଜରମାନଙ୍କୁ ସମସ୍ତ ୫ଟି ଷ୍ଟିକର୍ସ ସଂଗ୍ରହ କରିବା ପରେ ଏକ ସ୍କ୍ରାଚ୍‌ କାର୍ଡ ମିଳିବ। ଏଥିରେ ସେମାନଙ୍କୁ ଲକ୍ଷାଧିକ ଟଙ୍କାର ପୁରସ୍କାର ଜିତିବାର ମଉକା ମିଳିବ।

air3

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥିପାଇଁ ୟୁଜରମାନଙ୍କୁ ନିଜର ଆଣ୍ଡ୍ରୋଏଡ୍‌ ଡିଭାଇସ୍‌ରେ ଏୟାରଟେଲ୍‌ ଆପ୍‌ ଇନ୍‌ଷ୍ଟଲ କରିବା ନିହାତି ଜରୁରୀ। ଏହି ଇଭେଣ୍ଟ୍‌ ios ୟୁଜରମାନଙ୍କ ପାଇଁ ଉପଲବ୍ଧ ନାହିଁ। ଏହି ଆକ୍ଟିଭିଟି ୨୦୨୦ ଜାନୁୟାରୀ ୭ ତାରିଖ ପଯ୍ୟର୍ନ୍ତ ଜାରି ରହିଛି।

air4

କମ୍ପାନୀ ଆଉ ମଧ୍ୟ କହିଛି, ୟୁଜର୍ସଙ୍କୁ ସ୍ମାର୍ଟ ଟିଭି ଜିତିବାର ମଧ୍ୟ ମଉକା ମିଳିବ। ୟୁଜରମାନେ ଓ୍ଵିଣ୍ଟର ସ୍ପେଶାଲ ଷ୍ଟିକର୍ସକୁ ଶେୟାର କରିବା ପାଇଁ ହ୍ଵାଟସ୍‌ଆପ, ଫେସ୍‌ବୁକ ମେସେଞ୍ଜର ଏବଂ ଏସ୍‌ଏମ୍‌ଏସ୍‌ର ବ୍ୟବହାର କରିପାରିବେ। ୟୁଜରମାନେ ଷ୍ଟିକର୍ସ ଜିତିବା ପାଇଁ ଅଲଗା ଅଲଗା ୟୁଜରଙ୍କୁ ଷ୍ଟିକର୍ସ ସେଣ୍ଡ କରିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like