ଏୟାରଟେଲ ନିଜର ଏହି ଦୁଇ ପ୍ଲାନରେ କଲା ପରିବର୍ତ୍ତନ, ଏବେ ମିଳିବ ଅନଲିମିଟେଡ଼ ଡାଟା

ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍ ଏହାର ଦୁଇଟି ପୋଷ୍ଟପେଡ୍ ପ୍ଲାନରେ ପରିବର୍ତ୍ତନ ଆଣିଛି । ୱାନ ଏୟାରଟେଲ ପୋଷ୍ଟପେଡ୍ ପ୍ଲାନ ଜରିଆରେ ଉପଭୋକ୍ତାମାନେ ଗୋଟିଏ ବିଲ୍ ମଧ୍ୟରେ ମୋବାଇଲ୍, ବ୍ରଡବ୍ୟାଣ୍ଡ ଏବଂ DTH ସର୍ଭିସ ଭଳି ଏକାଧିକ କନେକ୍ସନକୁ କମ୍ବାଇନ କରିବାର ସୁବିଧା ପାଆନ୍ତି ।

କମ୍ପାନୀ ଏହାର 1,499 ଟଙ୍କା ଏବଂ 1,999 ଟଙ୍କାର ଦୁଇ ୱାନ ଏୟାରଟେଲ ପ୍ଲାନରେ ପରିବର୍ତ୍ତନ ଆଣିଛି । ବର୍ତ୍ତମାନ ଏହି ପ୍ଲାନରେ ଅନଲିମିଟେଡ଼ ଡାଟା ଦିଆଯାଉଛି । ଏୟାରଟେଲର 1,499 ଟଙ୍କା ୱାନ ଏୟାରଟେଲ ଯୋଜନାରେ ଗୋଟିଏ ବିଲ ମଧ୍ୟରେ ବ୍ରଡବ୍ୟାଣ୍ଡ ଏବଂ ପୋଷ୍ଟପେଡ୍ ମୋବାଇଲ୍ ସେବା କମ୍ବାଇନ ହୋଇଥାଏ । ଏହି ଯୋଜନାରେ ଗ୍ରାହକଙ୍କୁ 2 ପୋଷ୍ଟପେଡ କନେକ୍ସନ ଅଫର କରାଯାଇଥାଏ ଏବଂ 75 ଜିବି ଡାଟା ମିଳିଥାଏ । ଏହା ସହିତ ଉପଭୋକ୍ତାମାନେ ଅସୀମିତ କଲିଂର ଲାଭ ମଧ୍ୟ ପାଇଥାନ୍ତି । ଏହି ଯୋଜନାରେ 200Mbps ବେଗରେ ଅନଲିମିଟେଡ଼ ଇଣ୍ଟରନେଟ୍ ସହିତ ଫାଇବର ଏବଂ ଲ୍ୟାଣ୍ଡଲାଇନ୍ ସେବା ମଧ୍ୟ ପ୍ରଦାନ କରେ । ଏହା ସହିତ ଗ୍ରାହକଙ୍କୁ ଏକ ବର୍ଷ ପାଇଁ ଆମାଜନ ପ୍ରାଇମ ଭିଡିଓ ଏବଂ ଏୟାରଟେଲ ଏକ୍ସଟ୍ରାଇମର ସବସ୍କ୍ରିପସନ୍ ଦିଆଯାଏ ।

Nokia strikes 4G network deal with Bharti Airtel for Rs 7,500 crore |  Business Standard News

ଅନ୍ୟପକ୍ଷରେ, ଯଦି ଆପଣ 1,999 ଟଙ୍କାର ପ୍ଲାନ ନେଉଛନ୍ତି ତେବେ ଏହି ୱାନ ଏୟାରଟେଲ ଯୋଜନାରେ ଚାରୋଟି ସେବା ଗୋଟିଏ ବିଲରେ ମିଳିତ ହେବ । ଏହି ସେବାଗୁଡିକ ମୋବାଇଲ୍, ବ୍ରଡବ୍ୟାଣ୍ଡ, ଲ୍ୟାଣ୍ଡଲାଇନ ଏବଂ DTH ଅଟେ । ଏହି ଯୋଜନା ଅଧୀନରେ ଗ୍ରାହକମାନଙ୍କୁ ପୋଷ୍ଟପେଡ୍ ସଂଯୋଗ ଦିଆଯାଏ । ଏଥିରେ 75 ଜିବି ଡାଟା ସହିତ ଅନଲିମିଟେଡ଼ କଲର ସୁବିଧା ମିଳିବ ।

ଗ୍ରାହକମାନେ ଏହି ଯୋଜନାରେ 424ଟି ଟିଭି ଚ୍ୟାନେଲ ମଧ୍ୟ ଯୋଡିପାରିବେ । ଏଥିରେ 200Mbps ସ୍ପିଡ୍ ଏବଂ ଅସୀମିତ ଇଣ୍ଟରନେଟ୍ ସହିତ ଫାଇବର ଏବଂ ଲ୍ୟାଣ୍ଡଲାଇନ ସେବା ମଧ୍ୟ ରହିଛି । ଏହି ଯୋଜନାରେ ଗ୍ରାହକଙ୍କୁ 1 ବର୍ଷ ପାଇଁ ଆମାଜନ ପ୍ରାଇମ ଭିଡିଓ ସବସ୍କ୍ରିପସନ୍ ଏବଂ ଏୟାରଟେଲ ଏକ୍ସଟ୍ରିମ ମଧ୍ୟ ଦିଆଯାଇଛି ।

 

 

 

 

 

 

 

 

You might also like