Airtel ର ଏହି ପ୍ଲାନରେ ମାତ୍ର ୫ ଟଙ୍କାରେ ମିଳୁଛି ୧ ଜିବି ଡାଟା, ତା’ ସହିତ Disney+ Hotstar VIP ସବସ୍କ୍ରିପସନ ମାଗଣା

Bharti Airtel ନିଜ ୟୁଜର୍ସଙ୍କୁ କେବଳ ୫ଟଙ୍କାରେ ୧ ଜିବି ଡାଟା ଦେଉଛି। ଏହି ଡିଲକୁ ଖାସ୍ କରିବା ପାଇଁ ଭାରତୀ ଏୟାରଟେଲ ସହିତ ଓଟିଟି ବେନିଫିଟ୍ ଦେଉଛି। ରିଲାଏନ୍ସ ଜିଓକୁ ଟକ୍କର ଦେବାକୁ ଏୟାରଟେଲ ନୂଆ ଅଫର ଆଣିଛି।

ଏୟାରଟେଲର ପ୍ଲାନ ଅନ୍ଯ କମ୍ପାନୀ ପ୍ଲାନ ଠାରୁ ଅଧିକ କିନ୍ତୁ ନେଟୱାର୍କ କ୍ବାଲିଟି ଅନ୍ଯ ନେଟୱାର୍କ ଠାରୁ ବେଶ୍ ଭଲ। ଏୟାରଟେଲର ୪୪୮ ଟଙ୍କିଆ ପ୍ରିପେଡ ପ୍ଲାନରେ କେବଳ ୫ ଟଙ୍କାରେ ୧ ଜିବି ଡାଟା ସହିତ ଓଟିଟି ସବସ୍କ୍ରିପସନ ମଧ୍ୟ ଦେଉଛି। ଏହି ପ୍ଲାନରେ ୨୮ ଦିନକୁ ୮୪ ଜିବି ଡାଟା ମିଳୁଛି। ଅର୍ଥାତ୍ ଆପଣଙ୍କୁ ୧ ଜିବି ଡାଟା ପାଇଁ ୫.୩ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏହା ସହିତ ଏଥିରେ ବର୍ଷେ ପର୍ଯ୍ଯନ୍ତ ଡିଜନୀ ହଟଷ୍ଟାର ଭିଆଇପି ସବସ୍କ୍ରିପସନ ମାଗଣା ମଧ୍ୟ ଦେଉଛି।

ଏହି ପ୍ଲାନରେ ୟୁଜର୍ସକୁ ପ୍ରତିଦିନ ୩ ଜିବି ଡାଟା ମିଳୁଛି। ଏହାଛଡା ପ୍ଲାନରେ ଅନଲମିଟେଡ୍ କଲ ଏବଂ ୧୦୦ SMS ବେନିଫିଟ୍ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.