ଏୟାରଟେଲର ବଡ଼ ଅଫର, ଏହି ପ୍ରିପେଡ଼ ଗ୍ରାହକଙ୍କୁ ମିଳିବ ୪ ଲକ୍ଷ ଟଙ୍କାର ବୀମା

ଭାରତୀ ଏୟାରଟେଲ ନିଜର ଗ୍ରାହକ ମାନଙ୍କ ପାଇଁ ଏକ ଆକର୍ଷଣୀୟ ଅଫର ନେଇ ଆସିଛି । ଏହି ଅଫର ଅନୁଯାୟୀ ୫୯୯ଟଙ୍କା ପ୍ଲାନ ନେଉଥିବା କମ୍ପାନୀର ପ୍ରିପେଡ଼ ମୋବାଇଲ ଗ୍ରାହକମାନଙ୍କୁ ଭାରତୀ ଆକ୍ସାର ଜୀବନବୀମା ମିଳିବ । ଦୁଇଟି କମ୍ପାନୀ ମଧ୍ୟରେ ହୋଇଥିବା ପାର୍ଟନରସିପ ଚୁକ୍ତି ଦ୍ୱାରା ଏହି ସୁବିଧା ଉପଲବ୍ଧ ହୋଇଛି ।

 

ସୂଚନା ଅନୁଯାୟୀ ଗତ ସୋମବାର ଦିନ ଭାରତୀ ଏୟାରଟେଲ ଘୋଷଣା କରିଥିଲା ଯେ ୫୯୯ଟଙ୍କାର ପ୍ରିପେଡ଼ ପ୍ଲାନ ଦ୍ୱାରା ପ୍ରତିଦିନ ୨ଜିବି ଡାଟା ସହିତ ୧୦୦ ଏସଏମଏସ ଓ ଯେକୌଣସି ନେଟୱାର୍କକୁ ଅନଲିମିଟେଡ଼ କଲ କରାଯାଇପାରିବ । ଏହାସହିତ ଭାରତୀ ଆକ୍ସା ଲାଇଫ ଇନ୍ସୁରାନ୍ସ ତରଫରୁ ଚାରି ଲକ୍ଷ ଟଙ୍କାର ଜୀବନ ବୀମା ମଧ୍ୟ ଯୋଗାଇ ଦିଆଯିବ ।

ଏହାସହ ପଢନ୍ତୁ Vodafone ବନ୍ଦ ହେବାକୁ ନେଇ ଚାଲିଥିବା ଚର୍ଚ୍ଚାର ଉତ୍ତର ରଖିଲା କମ୍ପାନୀ, କହିଲା…

ଦୁଇଟି କମ୍ପାନୀଙ୍କ କହିବା ଅନୁଯାୟୀ ଏହି ରିଚାର୍ଜ ୮୪ ଦିନ ବୈଧତା ସହିତ ଆସୁଅଛି ଏବଂ ପ୍ରତି ରିଚାର୍ଜ ସହିତ ତିନି ମାସ ପାଇଁ ବୀମା କବର ଉପଲବ୍ଧ ରହିବ । ୧୮ ରୁ ୫୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଗ୍ରାହକଙ୍କୁ ମିଳୁଥିବା ଏହି ବୀମା କବର ପାଇଁ କୌଣସି କାଗଜପତ୍ର ଦେବାକୁ ପଡିବ ନାହିଁ କିମ୍ବା କୌଣସି ଚିକିତ୍ସା ଯାଞ୍ଚ କରିବାର ଆବଶ୍ୟକତା ପଡିବ ନାହିଁ । ବୀମାର କାଗଜପତ୍ର ଅତିଶୀଘ୍ର ଡିଜିଟାଲି ଜାରି କରିଦିଆଯିବ । ଏହି ଅଫରକୁ ବର୍ତ୍ତମାନ ଦିଲ୍ଲୀ ସହିତ ଅନ୍ୟ କିଛି ରାଜ୍ୟରେ ଲାଗୁ କରାଯାଇଛି ଏବଂ ଅତିଶୀଘ୍ର ଏହାକୁ ସାରା ଦେଶରେ ଲାଗୁ କରିଦିଆଯିବ ବୋଲି ସୂଚନା ମିଳିଛି ।

KNews Bureau

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

40 seconds ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

35 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

43 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

58 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago