Airtelର ଏହି ପ୍ଲାନରେ ଗ୍ରାହକଙ୍କୁ ମିଳିବ ଏକ୍ସଟ୍ରା ଡାଟା, ଆପଣ ବି ସୁଯୋଗର ଲାଭ ଉଠାନ୍ତୁ

ଦେଶର ଅନ୍ୟତମ ଟେଲିକମ କମ୍ପାନୀ ଏୟାରଟେଲ ୨୫୦ରୁ ବି କମ ଟଙ୍କାରେ ପ୍ରତିଦିନ ୫୦୦ ଏମବି ଡାଟା ଫ୍ରିରେ ଯୋଗାଇ ଦିଆଯିବ । ଏହି ଲାଭ ୨୪୯ ଟଙ୍କିଆ ପ୍ରି-ପେଡ ପ୍ଲାନ ଉପଯୋଗ କରୁଥିବା ଗ୍ରାହକ ମାନଙ୍କୁ ଯୋଗାଇ ଦିଆଯିବ । ଏହି ପ୍ଲାନ ଗ୍ରାହକ ମାନଙ୍କୁ ପ୍ରତିଦିନ ୧.୫ GB ପ୍ରତିଦିନର ଡାଟା ୨୮ ଦିନର ଭ୍ୟାଲିଡିଟି ସହିତ ମିଳିବ । ଏୟାରଟେଲର ଏହି ପ୍ଲାନ ଜିଓର ୨୪୯ ଟଙ୍କିଆ ପ୍ଲାନକୁ କଡା ଟକ୍କର ଦେବ । କମ୍ପାନୀର ୨୪୯ ଟଙ୍କିଆ ପ୍ଲାନରେ ଆସିଥିବା ଏହି ପରିବର୍ତ୍ତନ ଗୁଡିକୁ Telecom Talk ସ୍ପଟ କରିଥିଲେ । ପ୍ରତିଦିନ ଏଥିରେ ୧.୫ GB ଡାଟା ମିଳୁଥିବା ବେଳେ ଆସଇସିନାଲ ବା ଅତିରିକ୍ତ ଭାବରେ ୫୦୦ MB ଡ଼େଲି ଡାଟା ମିଳିପାରିବ । ଆଉ ମୋଟ ରୂପରେ ଦେଖିବାକୁ ଗଲେ ଉପଭୋକ୍ତା ମାନଙ୍କୁ ପ୍ରତିଦିନ ୨ ଜିବି ଡାଟା ମିଳିପାରିବ । ଏୟାରଟେଲ ଥାଙ୍କସ ଆପ ଜରିଆରେ ରିଡିମ କରାଯାଇପାରିବ । ଏହାସହ ପ୍ରତିଦିନ ୧୦୦ ଏସଏମଏସ ସମେତ ଅନଲିମିଟେଡ଼ କଲ ବି କରାଯାଇପାରିବ ।

ଏସବୁ ସହିତ ପ୍ରାଇମ ଭିଡିଓ ମୋବାଇଲ ଏଡିସନର ଫ୍ରି ଟ୍ରାଏଲ, ୩ ମାସ ପାଇଁ Apollo ୨୭/୭ ସର୍କଲ, ଫ୍ରି ଅନଲାଇନ କୋରସେସ, FASTag ଉପରେ ୧୦୦ ଟଙ୍କାର କ୍ୟାଶ୍ୱବ୍ୟାକ, ଫ୍ରି ହେଲୋଟ୍ୟୁନସ ସମେତ ଫ୍ରି ବିଙ୍ଗ ମ୍ୟୁଜିକ ସବସ୍କ୍ରିପସନ ସୁବିଧା ଆଦି ମିଳିପାରିବ । Airtelର ଏହି ପ୍ଲାନର ତୁଳନା ଜିଓର ୨୪୯ ଟଙ୍କିଆ ପ୍ଲାନ ସହିତ କରାଯାଉଛି । ଜିଓର ଏହି ପ୍ଲାନରେ ୨ GB ଡାଟା ସୁବିଧା ମିଳିଥାଏ । ଏହା ସହିତ ଜିଓ ପ୍ଲାନରେ ଅନଲିମିଟେଡ଼ କଲସ, ପ୍ରତିଦିନ ୧୦୦ ଏସଏମଏସ ୨୮ ଦିନର ଭ୍ୟାଲିଡିଟି ସହିତ ଉପଲବ୍ଧ ହୋଇଥାଏ । ଏଥିରେ Jio TV, Jio Cinema, JioSecurity ସମେତ JioCloud ପରି ଆପ୍ସ ଓ ଅନ୍ୟ ସବସ୍କ୍ରିପସନରେ ଅଫର ମାନ ମିଳିଥାଏ । ଜିଓ ସମେତ ଏୟାରଟେଲର ଏହି ପ୍ଲାନ ଭୋଡାଫୋନ ଆଇଡ଼ିଆର ସେହି ସମାନ ମୂଲ୍ୟର ପ୍ଲାନକୁ ବି କଡା ଟକ୍କର ଦେବ ବୋଲି ଜଣାଯାଇଛି | ଏଥିରେ ବି କମ୍ପାନୀ ପ୍ରତିଦିନ 1.5 ଜିବି ଡାଟା ଗ୍ରାହକ ମାନଙ୍କୁ ଯୋଗାଇ ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.