Airtelର ଏହି ପ୍ଲାନରେ ଗ୍ରାହକଙ୍କୁ ମିଳିବ ୪ ଲକ୍ଷ ଟଙ୍କାର ‘ଲାଇଫ ଇନ୍ସୁରାନ୍ସ କଭର’

ଦେଶର ଅନ୍ୟତମ ଟେଲିକମ କମ୍ପାନୀ ଏୟାରଟେଲ ନୂଆ ବର୍ଷରେ ନିଜ ଉପଭୋକ୍ତା ମାନଙ୍କ ପାଇଁ ଏକ ଖାସ ଅଫର ଆଣିଛି । ଏହି ଅଫର ମାଧ୍ୟମରେ ୟୁଜର୍ସ ମାନଙ୍କୁ ୨୭୯ ଟଙ୍କିଆ ପ୍ଲାନ ସହ ୪ ଲକ୍ଷ ଟଙ୍କାର ଲାଇଫ ଇନ୍ସୁରାନ୍ସ କଭର ମଧ୍ୟ ମିଳିପାରିବ । ଏହାବାଦ କମ୍ପାନୀ ୟୁଜର୍ସ ମାନଙ୍କୁ ଡାଟା ଓ ଅନଲିମିଟେଡ଼ କଳିଙ୍ଗ ସୁବିଧା ଦେବ ବୋଲି ଜଣା ଯାଇଛି । ଏହା ପୂର୍ବରୁ କମ୍ପାନୀ ନିଜ ୨୪୯ ଟଙ୍କିଆ ଓ ୫୯୯ ଟଙ୍କା ଵାଲା ପ୍ଲାନ ସହ ଇନ୍ସୁରାନ୍ସ କଭର ନିଜ ଉପଭୋକ୍ତା ମାନଙ୍କ ପାଇଁ ଜାରି କରିଥିଲା । କିଛି ଦିନ ପୂର୍ବେ ହିଁ ଏୟାରଟେଲ କମ୍ପାନୀ ୨୭୯ ଓ ୩୭୯ ଟଙ୍କିଆ ପ୍ଲାନ ବଜାରରେ ଲଞ୍ଚ କରିଥିଲା । ଯାହାକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଥିଲେ । ରିଲାଏନ୍ସ ଜିଓ, ଭୋଡ଼ାଫୋନ – ଆଇଡ଼ିଆ ପରି କମ୍ପାନୀ ମାନଙ୍କ ପ୍ଲାନ ଗୁଡିକୁ ବି ଏୟାରଟେଲର ଏହି ପ୍ଲାନ କଡା ଟକ୍କର ଦେଇଥିବା ଜଣାଯାଇଛି ।

airtel new

Airtelର ୨୭୯ ଟଙ୍କିଆ ପ୍ଲାନ:

ୟୁଜର୍ସ ମାନଙ୍କୁ ଏହି ପ୍ଲାନ ମାଧ୍ୟମରେ ପ୍ରତିଦିନ ୧.୫ ଯିବି ଡାଟା ମିଳିବା ସହିତ ୧୦୦ ଏସଏମଏସର ସୁବିଧା ମଧ୍ୟ ମିଳିବ । ଏହା ସହ ୟୁଜର୍ସ କୌଣସି ନେଟୱର୍କକୁ ଅନଲିମିଟେଡ଼ କଲ ମଧ୍ୟ କରିପାରିବେ । ଏହାବାଦ ଗ୍ରାହକ ମାନଙ୍କୁ ଏହା ମାଧ୍ୟମରେ ୪ ଲକ୍ଷ ଟଙ୍କାର ଲାଇଫ ଇନ୍ସୁରାନ୍ସ କଭର ସହ ବିଙ୍କ ମ୍ୟୁଜିକ ଓ ଏୟାରଟେଲ ଏକ୍ସଟ୍ରିମ ସବସ୍କ୍ରିପସନର ସୁବିଧାର ଲାଭ ଉଠାଇ ପାରିବେ । ଏହି ପ୍ୟାକର ସମୟ ସୀମା ୨୮ ଦିନ ରହିବ ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ ହୋଇଛି ।

airtel new

Airtelର ୩୭୯ ଟଙ୍କିଆ ପ୍ଲାନ:

ୟୁଜର୍ସ ମାନଙ୍କୁ ଏୟାରଟେଲର ଏହି ପ୍ଲାନରେ ୬ ଜିବି ଡାଟା ସହିତ ୯୦୦ ଏସଏମଏସର ସୁବିଧା ମିଳିବ । ୟୁଜର୍ସ ମାନେ ଯେକୌଣସି ନେଟୱର୍କକୁ ଅନଲିମିଟେଡ଼ କଲ ମଧ୍ୟ କରିପାରିବେ । ପୂର୍ବ ପ୍ଲାନ ପରି ଏଥିରେ ମଧ୍ୟ କମ୍ପାନୀ ବିଙ୍କ ମ୍ୟୁଜିକ ସହ ଏୟାରଟେଲ ଏକଷ୍ଟ୍ରିମର ମାଗଣା ସବସ୍କ୍ରିପସନ ସୁବିଧା ମାନ ଦେଉଛି । ଏହି ପ୍ୟାକର ସମୟ ସୀମା ୮୪ ଦିନ ରହିବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.