ଜିଓକୁ ଟକ୍କର ଦେବାକୁ ଏୟାରଟେଲ୍ ଲଞ୍ଚ୍ କଲା ନୂଆ ଶସ୍ତା ପ୍ଲାନ୍, ମିଳିବ ଏସବୁ ସୁବିଧା

ଗ୍ରାହକଙ୍କ ପାଇଁ ନୂଆ ପ୍ଲାନ୍ ଲଞ୍ଚ୍ କଲା ଏୟାରଟେଲ୍। ଏୟାରଟେଲ୍ ନୂଆ ୩୯୯ ଟଙ୍କିଆ ପୋଷ୍ଟପେଡ୍ ପ୍ଲାନ୍ ସବୁ ସର୍କଲ ପାଇଁ ଉପଲବ୍ଧ କରିଛି। ରିଲାଏନ୍ସ ଜିଓ ସହ ମୁକାବିଲା କରିବା ପାଇଁ କମ୍ପାନୀ ତରଫରୁ ଏହି ପ୍ଲାନ୍ ଲଞ୍ଚ୍ କରାଯାଇଛି। ଏୟାରଟେଲର ଏହା ସବୁଠୁ ଶସ୍ତା ପୋଷ୍ଟପେଡ୍ ପ୍ଲାନ୍। ଏଥିରେ ୟୁଜରଙ୍କୁ ୪୦ ଜିବି ୩ଜି/୪ଜି ଡାଟା ମିଳିବ।
ଏଥିସହ ଏହି ପ୍ଲାନ୍ରେ ସମସ୍ତ ନେଟ୍ଓ୍ଵାର୍କକୁ ଅନ୍ଲିମିଟେଡ୍ କଲିଂ ସୁବିଧା ମଧ୍ୟ ମିଳିବ। ପ୍ଲାନ୍ରେ ପ୍ରତିଦିନ ୧୦୦ ଏସ୍ଏମ୍ଏସ୍ ମିଳିବ। ଏହା ସହ ଏୟାରଟେଲ Xstream ପ୍ରିମିୟମ୍, ଏକ ବର୍ଷ ପାଇଁ Wynk ମ୍ୟୁଜିକ ଓ Shaw ଏକାଡେମୀ ସବ୍ସ୍କ୍ରିପ୍ସନ୍ ମଧ୍ୟ ମିଳିବ।
ଏୟାରଟେଲ ନିଜ ୩୯୯ ଟଙ୍କିଆ ପ୍ଲାନ୍ ମାଧ୍ୟମରେ ଜିଓର ୩୯୯ ଟଙ୍କିଆ ପ୍ଲାନ୍କୁ ଟକ୍କର ଦେବ। କିନ୍ତୁ ଲାଭ ମାମଲାରେ ଏୟାରଟେଲ ଜିଓଠୁ ପଛରେ ରହିଯାଇଛି। ଜିଓର ୩୯୯ ଟଙ୍କିଆ ପୋଷ୍ଟପେଡ୍ ପ୍ଲାନ୍ରେ ୭୫ ଜିବି ଡାଟା ସହ ଅନ୍ଲିମିଟେଡ୍ କଲିଂ ଓ ମେସେଜିଂ ସୁବିଧା ମଧ୍ୟ ରହିଛି। ଏହା ବ୍ୟତୀତ ଏଥିରେ ନେଟ୍ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍ ଭିଡିଓ ଓ ଡିଜ୍ନୀ ପ୍ଲସ୍ ହଟସ୍ପଟ୍ ଭିଆଇପିର ସବ୍ସ୍କ୍ରିପ୍ସନ୍ ମଧ୍ୟ କମ୍ପାନୀ ଦେଉଛି। ମାତ୍ର ଏୟାରଟେଲରେ ଏସବୁ ସୁବିଧା ମିଳିବ ନାହିଁ। ଜିଓର ପ୍ଲାନ୍ରେ ୩୫ ଜିବି ଅତିରିକ୍ତ ଡାଟା ମିଳୁଛି।