ବ୍ୟବସାୟ ଓ ଅର୍ଥନୀତି

ମୋବାଇଲ ବିଲ୍‌ ଉପରେ ମହଙ୍ଗା ମାଡ଼! ଆରମ୍ଭ କରି ଦେଲା Airtel, ୨୦ରୁ ୫୦୧ ଟଙ୍କା ପର୍ଯ୍ୟନ୍ତ ରିଚାର୍ଜ ଦରରେ ବୃଦ୍ଧି

ଟେଲିକମ୍‌ ସର୍ଭିସ୍‌ ପ୍ରୋଭାଇଡର କମ୍ପାନୀ ‘ଭାରତୀ ଏୟାରଟେଲ’ ପ୍ରିପେଡ୍‌ ପ୍ଲାନ୍ସର ଟାରିଫ୍‌ ଦରରେ ବୃଦ୍ଧି ଘୋଷଣା କରିଛି। କମ୍ପାନୀ ଏଥିରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି। ନୂଆ ଟାରିଫ୍‌ ଦର ୨୬ ନଭେମ୍ବରରୁ ଲାଗୁ ହେବ। ଏବେ ଏୟାରଟେଲ ପରେ ବାକି ଟେଲିକମ୍‌ କମ୍ପାନୀ ମଧ୍ୟ ଟାରିଫ୍‌ରେ ବୃଦ୍ଧି କରି ପାରନ୍ତି। କମ୍ପାନୀ କହିଛି କି, ଏହାର ୭୯ ଟଙ୍କାର ବେସ୍‌ ପ୍ଲାନ ଏବେ ୯୯ ଟଙ୍କା ହୋଇ ଯାଇଛି। ଏଥିରେ ୫୦ ପ୍ରତିଶତ ଅଧିକ ଟକ୍‌ ଟାଇମ୍‌ ମିଳିବ। ଏହିଭଳି ୧୪୯ ଟଙ୍କାର ପ୍ଲାନ ୧୭୯ ଟଙ୍କାରେ ଉପଲବ୍ଧ ହେବ। ଏଥିରେ ୨୮ ଦିନର ବୈଧତା ସହିତ ଅନଲିମିଟେଡ୍‌ କଲିଙ୍ଗ୍‌, ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ ଏବଂ ମୋଟ ୨ ଜିବି ଡାଟା ମିଳିବ। ଏହିଭଳି ୨୧୯ ଟଙ୍କାର ପ୍ଲାନ ଏବେ ୨୬୫ ଟଙ୍କାର ହୋଇ ଯାଇଛି। ଏଥିରେ ୨୮ ଦିନର ବୈଧତା ସହିତ ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ ଏବଂ ୧ ଜିବି ଡାଟା ମିଳିବ।

ଏୟାରଟେଲ ବନାମ ଜିଓ

ଏୟାରଟେଲ ବେସ୍‌ ପ୍ଲାନ ଯେଉଁଠି ୨୦ ଟଙ୍କା ମହଙ୍ଗା ହୋଇଛି, ସେଠି ସବୁଠାରୁ ମହଙ୍ଗା ପ୍ଲାନରେ ୫୦୧ ଟଙ୍କା ବୃଦ୍ଧି ଘଟିଛି। କମ୍ପାନୀର ସବୁଠାରୁ ମହଙ୍ଗା ପ୍ଲାନ ଏ ପର୍ଯ୍ୟନ୍ତ ୨୪୯୮ ଟଙ୍କାର ଥିଲା, ଯାହାକି ଏବେ ୨୯୯୯ ଟଙ୍କା ହୋଇ ଯାଇଛି। ଏଥିରେ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଅନଲିମିଟେଡ୍‌ କଲିଙ୍ଗ୍‌, ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ ଏବଂ ୨ ଜିବି ଡାଟା ମିଳିବ। ଏହି ବୃଦ୍ଧି ପରେ ଏୟାରଟେଲର ପ୍ରିପେଡ୍‌ ପ୍ଲାନ୍ସ ରିଲାୟନ୍ସ ଜିଓ (Reliance Jio) ତୁଳନାରେ ୩୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇ ଯାଇଛି। ଜିଓର ୨ ଜିବି ଏବଂ ୨୮ ଦିନିଆ ବୈଧତା ଯୁକ୍ତ ପ୍ଲାନ ୧୨୯ ଟଙ୍କାର ରହିଛି, ଯେତେବେଳେ କି ଏୟାରଟେଲର ଏହି ପ୍ଲାନର ଦାମ୍‌ ୧୭୯ ଟଙ୍କା ହୋଇ ଯାଇଛି। ସେହିପରି ଜିଓର ଦୈନିକ ୧.୫ ଜିବି ଡାଟା ଏବଂ ୮୪ ଦିନିଆ ବୈଧତା ଯୁକ୍ତ ପ୍ଲାନ ୫୫୫ ଟଙ୍କାର ଥିବା ବେଳେ ଏୟାରଟେଲର ଗ୍ରାହକମାନଙ୍କୁ ଏଥିପାଇଁ ୭୧୯ ଟଙ୍କା ଦେବାକୁ ପଡ଼ିବ।

ଆହୁରି ବଢ଼ିପାରେ ଟାରିଫ୍‌

ଏୟାରଟେଲ ଏକ ବିବୃତ୍ତିରେ କହିଛି କି, ହାରାହାରି ଉପଭୋକ୍ତା ରାଜସ୍ୱ (ARPU) ୨୦୦ ଟଙ୍କା ହେବା ଉଚିତ ଏବଂ ଏହାକୁ ବଢ଼ାଇ ୩୦୦ ଟଙ୍କାରେ ପହଞ୍ଚାଇବା ଦରକାର, ଯେପରି କମ୍ପାନୀଗୁଡ଼ିକ ବିନିଯୋଗ ହୋଇଥିବା ପୁଞ୍ଜି ଉପରେ ଯୁକ୍ତିଯୁକ୍ତ ରିଟର୍ନ ପାଇ ପାରିବେ। କମ୍ପାନୀ କହିଛି, ଏକ ହେଲ୍‌ଦି ବିଜନେସ୍‌ ମଡେଲ ପାଇଁ ଏହା ବହୁତ ଜରୁରୀ। ARPU ଏହି ସ୍ତରକୁ ଆସିବା ଦ୍ୱାରା ନେଟ୍‌ଓ୍ଵାର୍କ ଏବଂ ସ୍ପେକ୍ଟ୍ରମ୍‌ ପାଇଁ ଜରୁରୀ ନିବେଶ ମିଳିବ। ଏଥି ସହିତ କମ୍ପାନୀକୁ ଦେଶରେ ୫ଜି ସେବା ଆରମ୍ଭ କରିବା ପାଇଁ ସମ୍ବଳ ମିଳି ପାରିବ, ଯେଉଁ କାରଣରୁ କମ୍ପାନୀ ନଭେମ୍ବରରେ ଟାରିଫ୍‌ ବଢ଼ାଇବାକୁ ନିଷ୍ପତ୍ତି ନେଇଛି। ଏୟାରଟେଲ ପରେ ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଟାରିଫ୍‌ ଦରରେ ପରିବର୍ତ୍ତନ କରି ପାରନ୍ତି। ଖାସ୍‌ କରି ଅଧିକ କରଜରେ ସଂଘର୍ଷ କରୁଥିବା ଭୋଡାଫୋନ ଆଇଡିଆ ନିଜର ପ୍ରିପେଡ୍‌ ଦରକୁ ମହଙ୍ଗା କରି ପାରନ୍ତି।

Roshni

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

9 hours ago

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶ୍ରୀଜୀଉଙ୍କୁ ସସ୍ତ୍ରୀକ ଦର୍ଶନ କରିଛନ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶରେ…

10 hours ago

ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସନ୍ତାକାଲିଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

11 hours ago