ଜିଓ ପରେ ଏବେ ଏୟାରଟେଲ ଏବଂ ଭୋଡ଼ାଫୋନ୍ ମଧ୍ୟ ପର୍ଣ୍ଣ ସାଇଟକୁ କଲେ ବ୍ଯାନ୍

ନୂଆଦିଲ୍ଲୀ : ନିକଟରେ ଦେଶରେ ପର୍ଣ୍ଣ ୱେବସାଇଟକୁ ବନ୍ଦ କରିବା ନେଇ ଅନେକ ପ୍ରକାର ନିୟମ ଲାଗୁ କରାଯାଇଥିଲା । ହେଲେ ସଫଳତା ମିଳିନଥିଲା । ଏବେ କିନ୍ତୁ ଟେଲିକମ୍ କମ୍ପାନୀମାନେ ନିଜ ଆଡୁ ପର୍ଣ୍ଣ ସାଇଟ୍ ବନ୍ଦ କରିବା ଆରମ୍ଭ କରିଛନ୍ତି । ମିଳିଥିବା ସୂଚନା ମୁତାବକ, ଜିଓ ପରେ ଏବେ ଟେଲିକମ୍ କମ୍ପାନି ଭୋଡ଼ାଫୋନ୍ ଏବଂ ଏୟାରଟେଲ ମଧ୍ୟ ତାଙ୍କ ନେଟୱାର୍କରେ ପର୍ଣ୍ଣ ସାଇଟକୁ ବ୍ଯାନ୍ କରିଛନ୍ତି। ଏବେ ଏହି କମ୍ପାନି ନେଟୱାର୍କରେ ୮୨୭ଟି ପର୍ଣ୍ଣୋଗ୍ରାଫିକ୍ ୱେବସାଇଟକୁ ବନ୍ଦ କରାଯାଇଛି।

banned

ଉତ୍ତରାଖଣ୍ଡ ହାଇକୋର୍ଟ ଗତ ସେପ୍ଟେମ୍ବର ୨୮ରେ ଏକ ନିୟମ ଲାଗୁ କରିବା ସହ ତାଗିଦ କରି କହିଥିଲେ ଯଦି କୌଣସି ଟେଲିକମ୍ କମ୍ପାନି ପର୍ଣ୍ଣସାଇଟଗୁଡ଼ିକୁ ବନ୍ଦ ନକରୁଛନ୍ତି ତେବେ ତାଙ୍କ ଲାଇସେନ୍ସକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ରଦ୍ଦ କରାଯିବ। ଏହି ନିର୍ଦ୍ଦେଶ ପରେ DoT ସମସ୍ତ ଇଣ୍ଟରନେଟ କମ୍ପାନିକୁ ପର୍ଣ୍ଣ ସାଇଟ ବ୍ଳକ୍  କରିବା ପାଇଁ ଆଦେଶ ଦେଇଥିଲେ। ଯାହା ପରେ ଦେଶର ବଡ଼ ଟେଲିକମ୍ କମ୍ପାନି ଜିଓ ସମସ୍ତ ନିର୍ଦ୍ଦେଶକୁ ପାଳନ କରିବା ସହ ତୁରନ୍ତ ନେଟୱାକରେ ବ୍ଯାନ୍ କରିଥିଲା ସମସ୍ତ ପର୍ଣ୍ଣ ସାଇଟ।

Airtel_vs_Reliance

ତେବେ ଭାରତରେ ଜିଓ ନେଟୱର୍କ ଦ୍ବାରା ପର୍ଣ୍ଣସାଇଟକୁ ବ୍ଯାନ କରାଯିବା ପରେ, ପ୍ରସିଦ୍ଧ ପର୍ଣ୍ଣ ୱେବସାଇଟ Pornhub ନିଜର ଡୋମେନ୍ ଡଟ୍ କମ ବଦଳାଇ ଡଟ୍ ନେଟ କରିଦେଇଥିଲେ। ଯାହାଫଳରେ ଗ୍ରାହକ ପୁଣି ଦେଖିପାରୁଛନ୍ତି ଅଶ୍ଳୀଳ ସାଇଟ। ଏ ବିଷୟରେ Pornhub ନିଜ ଟ୍ବିଟରେ ସୂଚନା ମଧ୍ୟ ଦେଇଥିଲେ। ଟ୍ବିଟରେ ଲେଖାଯାଇଥିଲା ଯେ ଭାରତରେ ଆମର ୱେବସାଇଟରେ ବ୍ଯାନ୍ ଲଗାଯିବା ପରେ ଗ୍ରାହକଙ୍କ ପାଇଁ ଡୋମେନ୍ ଆଇଡିକୁ ପରିବର୍ତ୍ତନ କରାଯାଇଛି।

ନିକଟରେ ମିଳିଥିବା ସୂଚନା ଅନୁଯାୟୀ, କିଛି ଗ୍ରାହକ ଅଲିବାବା ୟୁସିବ୍ରାଉଜରରେ ଜିଓ ନେଟୱର୍କ ଦ୍ବାରା  ଅଶ୍ଳୀଳ ୱେବସାଇଟ ଖୋଲୁଛନ୍ତି। ଏବେ ଦେଖିବାକୁ ବାକି ରହିଲା କିପରି ଏହି ପର୍ଣ୍ଣସାଇଟ ସଂପୂର୍ଣ୍ଣ ଭାବେ ବନ୍ଦ ହେଉଛି। ତେବେ ଜିଓ ପରେ ବର୍ତ୍ତମାନ ଭୋଡ଼ାଫୋନ୍ ଏବଂ ଏୟାରଟେଲ ଗ୍ରାହକ ନିଜ ନେଟୱର୍କରେ ଆଉ ଦେଖି ପାରିବେନି ପର୍ଣ୍ଣସାଇଟ୍।