ଏୟାରଟେଲର ୬୫ ଏବଂ ଜିଓର ୬୧ ଟଙ୍କିଆ ପ୍ଲାନ୍‌ ଭିତରୁ କେଉଁଟା ଆପଣଙ୍କ ବେଷ୍ଟ ରହିବ ଜାଣନ୍ତୁ

ଏୟାରଟେଲ ଗତ କିଛି ତଳେ ୬୫ ଟଙ୍କା ଦାମର ଏକ ରିଚାର୍ଜ ପ୍ଲାନ୍‌ ଲଞ୍ଚ୍‌ କରିଛି। ଯଦିଓ ଜିଓ ନିଜର ୟୁଜର୍ସଙ୍କୁ ପୂର୍ବରୁ ହିଁ ଏହାଠାରୁ କମ୍‌ ଦାମର ଏକ ପ୍ଲାନ୍‌ ଦେଇସାରିଛି। କିନ୍ତୁ ଜିଓ ଏବଂ ଏୟାରଟେଲ ଗୋଟିଏ ରେଞ୍ଜ ପ୍ଲାନରେ କିଏ ନିଜର ୟୁଜର୍ସଙ୍କୁ ଅଧିକ ଫାଇଦା ଦେଉଛି ତାହା ଜାଣିବାର ଅଛି। ଏଥିପାଇଁ ଆମେ ଆପଣଙ୍କୁ ଦୁଇଟି ପ୍ଲାନ ବିଷୟରେ ଦେବାକୁ ଯାଉଛି।

ଏୟାରଟେଲ ୬୫ ପ୍ଲାନ୍‌

ଏୟାରଟେଲ ୬୫ ପ୍ଲାନ୍‌ ଦାମ୍‌ ମଧ୍ୟ ୬୫ ଟଙ୍କା ହିଁ ଅଛି। ଏହା ଏକ ଡାଟା ଭାଉଚର ଯାହା ଜରିଆରେ କମ୍ପାନୀ ୟୁଜର୍ସଙ୍କୁ ୪ଜି ସ୍ପିଡ ଡାଟା ଦେଇଥାଏ। ଏହି ପ୍ୟାକରେ ୟୁଜର୍ସଙ୍କୁ ୪ଜିବି ଡାଟା ମିଳିଥାଏ। ଏହି ପ୍ଲାନରେ ୟୁଜର୍ସଙ୍କୁ କଲିଙ୍ଗ ଏବଂ ଏସଏମଏସର କୌଣସି ସୁବିଧା ମିଳିନଥାଏ। କିନ୍ତୁ ଏହି ପ୍ଲାନରେ ମିଳୁଥିବା ଡାଟା ଜରିଆରେ ୟୁଜର୍ସ ହ୍ଵାଟ୍ସଆପ୍‌ କଲ୍‌ କରିପାରିବେ। ଏହି ପ୍ଲାନରେ ୟୁଜର୍ସଙ୍କୁ କୌଣସି ପ୍ରକାରରର କିଛି ଭ୍ୟାଲିଡିଟୀ ନଥାଏ। ଏହି ପ୍ଲାନ ସେତେ ପର୍ଯ୍ୟନ୍ତ ହିଁ ଚାଲିବ ଯେତେ ପର୍ଯ୍ୟନ୍ତ ଆପଣଙ୍କ ଫୋନର ମେନ୍‌ ପ୍ଲାନ ଚାଲୁ ରହିଥିବ। ଯଦିଓ କମ୍ପାନୀ ୪ଜିବି ଡାଟା କୋଟା ଶେଷ ହେବା ପରେ ୟୁଜର୍ସଙ୍କୁ ୫୦ ଟଙ୍କା ପ୍ରତି ଏମବି ଅନୁସାରେ ଚାର୍ଜ ରଖିଛି।

ଜିଓ ୬୧ ପ୍ଲାନ

ଜିଓର ଏହି ପ୍ଲାନର ଦାମ୍‌ ରହିଛି ୬୧ ଟଙ୍କା। ଏୟାରଟେଲ ଭଳି ଏହା ମଧ୍ୟ ଏକ ଡାଟା ଭାଉଚର ହିଁ ଅଟେ। ଯାହା ଜରିଆରେ କମ୍ପାନୀ ୟୁଜର୍ସଙ୍କୁ ୪ଜି ସ୍ପିଡରେ ଡାଟା ଦେଇଥାଏ। କିନ୍ତୁ ଏହି ପ୍ଲାନରେ ୟୁଜର୍ସଙ୍କୁ ୬ଜିବି ଡାଟା ମିଳିଥାଏ। ଏହି ପ୍ଲାନରେ ମଧ୍ୟ ୟୁଜର୍ସଙ୍କୁ କଲିଙ୍ଗ କିମ୍ବା ଏସଏମଏସର କୌଣସି ସୁବିଧା ମିଳିନଥାଏ। କିନ୍ତୁ ପ୍ଲାନରେ ମିଳୁଥିବା ଡାଟା ଜରିଆରେ ୟୁଜର୍ସ ହ୍ଵାଟ୍ସଆପ୍‌ କଲ୍‌ କରିପାରିବେ। ଏହି ପ୍ଲାନରେ କୌଣସି ପ୍ରକାର କିଛି ଭ୍ୟାଲିଡିଟୀ ନାହିଁ। ଏହି ପ୍ଲାନ ବି ସେତେ ପର୍ଯ୍ୟନ୍ତ ଚାଲିବ ଯେତେ ପର୍ଯ୍ୟନ୍ତ ଆପଣଙ୍କ ଫୋନର ମେନ୍‌ ପ୍ଲାନ ଚାଲୁ ରହିଥିବ। ୬ଜିବି ଡାଟା କୋଟା ଶେଷ ହେବା ପରେ ଫୋନରେ ଇଣ୍ଟରନେଟ ସ୍ପିଡ୍‌ ହ୍ରାସ ପାଇ ୬୪କେବିପିଏସରେ ପହଁଚିଯିବ।

Leave A Reply

Your email address will not be published.