ଛଟେଇ ମଧ୍ୟରେ ଯୁବପିଢିଙ୍କୁ ଖୁସି ଖବର ଦେଲା ଆକାଶ ଏୟାର, ଆଗାମୀ ବର୍ଷ ମଧ୍ୟରେ ୧୦୦୦ କର୍ମଚାରୀଙ୍କୁ ମିଳିବ ନିଯୁକ୍ତି

ଯୁବପିଢିଙ୍କ ପାଇଁ ଖୁସି ଖବର । ବିଶ୍ୱର ଅନେକ ଟେକ୍‌ କମ୍ପାନୀ କର୍ମଚାରୀ ଛଟେଇ କରୁଥିବା ବେଳେ ଆକାଶ ଏୟାର ୧୦୦୦ରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେବ ବୋଲି ଘୋଷଣା କରିଛି । ୨୦୨୪ ବେଳକୁ ୧୦୦୦ରୁ ଅଧିକ କର୍ମଚାରୀଙ୍କୁ ଚାକିରି ଦେବ ।

ଭାରତ ସମତେ ଦୁନିଆର ଅନେକ ସ୍ଥାନରେ କର୍ମଚାରୀ ଛଟେଇ ଚାଲିଥିବା ବେଳେ ଯୁବପିଢିଙ୍କୁ ଖୁସିଖବର ଦେଇଛି ଆକାର ଏୟାର କମ୍ପାନୀ । ଆକାଶ ଏୟାର କମ୍ପାନୀ ବଡ ଧରଣର ନିଯୁକ୍ତି ଦେବ ବୋଲି ଘୋଷଣା କରିଛି । କମ୍ପାନୀ ୨୦୨୪ ବେଳକୁ ପାଖାପାଖି ୧୦୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବ । ଏହାସହିତ କର୍ମଚାରୀଙ୍କ ସଂଖ୍ୟା ୩୦୦୦ ପାର କରିବ ବୋଲି ସୂଚନା ମିଳିଛି। କମ୍ପାନୀର ମୁଖ୍ୟ ବିନୟ ଦୁବେ ଏହି ସୂଚନା ଦେଇଛନ୍ତି ।

ଦୁବେ କହିଛନ୍ତି, ଆମ ପାଖରେ ୨୦୦୦ରୁ ଅଧିକ କର୍ମଚାରୀ ରହିଥିବା ବେଳେ ଚଳିତବର୍ଷ ଆଉ ହଜାରେ କର୍ମଚାରୀଙ୍କୁ ନିଯୁକ୍ତି ମିଳିବ । ଏଥିରେ ୧୧୦୦ ପାଇଲଟ ଏବଂ କ୍ରୁ ମେମ୍ବର ସଦସ୍ୟ ରହିବେ । କମ୍ପାନୀ ଅଧିକ ବିମାନ ଚଳାଚଳ ପାଇଁ ଯୋଜନା ରଖିଛି । ପାଖାପାଖି ୭ ମାସ ପୂର୍ବରୁ ଆରମ୍ଭ ହୋଇଥିବା ଆକାଶ ଏୟାର ବର୍ଷ ଶେଷ ବେଳକୁ ଇଣ୍ଟରନ୍ୟାସନାଲ ଉଡାଣ ଆରମ୍ଭ କରିବ ।

ଆକାଶ ଏୟାରର ସଂସ୍ଥାପକ ତଥା ସିଇଓ ଦୁବେ ଆହୁରି ମଧ୍ୟ କହିଛନ୍ତି, କମ୍ପାନୀ ବର୍ଷ ଶେଷ ବେଳକୁ ୧୦୦ରୁ ଅଧିକ ବିମାନ ଅର୍ଡର ଦେବ । ଆକାଶ ଏୟାର ୭୨ ବୋଇଂ ୭୩୭ ମ୍ୟାକ୍ସ ବିମାନର ଅର୍ଡର ଦେଇଥିଲା। ଏଥିରେ ୧୯ଟି ବଡ ବିମାନ ସାମିଲ ରହିଥିଲା। ୨୦ ତମ ବିମାନ ଏପ୍ରିଲରେ କମ୍ପାନୀରେ ସାମିଲ ହେବ । ଏହାପରେ କମ୍ପାନୀର ବିମାନ ଇଣ୍ଟରନ୍ୟାସନାଲ ଉଡାଣ ଭରିବା ପାଇଁ ଯୋଗ୍ୟ ହୋଇଯିବ । କମ୍ପାନୀ ପ୍ରତିଦିନ ୧୧୦ ଉଡାଣ ଭରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.