ଏତେ କମ ବୟସରେ ଏତେ ବଡ ଦାୟିତ୍ୱ ସମ୍ଭାଳୁଛନ୍ତି ଅମ୍ବାନୀ ପ୍ରିନ୍ସ ଓ ପ୍ରିନ୍ସେସ ଆକାଶ,ଇଷା

ଉଦ୍ୟୋଗପତି ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓର ଡାଇରେକ୍ଟର ପଦବୀରୁ ଇସ୍ତଫା ଦେଇଛନ୍ତି । ମୁକେଶ ଅମ୍ବାନୀଙ୍କ ତରଫରୁ ଇସ୍ତଫା ଦେବା ପରେ ତାଙ୍କ ପୁଅ ଆକାଶ ଅମ୍ବାନୀ ଚେୟାର ମ୍ୟାନ ଭାବରେ ସାମନାକୁ ଆସିଛନ୍ତି । ରିଲାଏନ୍ସ ବୋର୍ଡ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଚେୟାରମ୍ୟାନ ଭାବେ ମଞ୍ଜୁରି ଦେଇଛି । ଆକାଶ ଅମ୍ବାନୀଙ୍କ ଚେୟାରମ୍ୟାନ ହେବା ଛୋଟ କଥା ନୁହେଁ କାରଣ ଆପଣ ଜାଣନ୍ତି କି ତାଙ୍କ ଉପରେ ଏବେ ୮ଲକ୍ଷ କୋଟି ଟଙ୍କାର ରିଲାଏନ୍ସ ଜିଓର ଦାୟିତ୍ୱ । ଆକାଶ ଅମ୍ବାନୀଙ୍କୁ ଏ ଦାୟିତ୍ୱ ମାତ୍ର ୩୦ବର୍ଷ ବୟସରେ ମିଳିସାରିଛି । କିନ୍ତୁ ଲମ୍ବା ସମୟ ଧରି ରିଲାଏନ୍ସ ଜିଓର ସମସ୍ତ ପଲିସିକୁ ନେଇ ବହୁ ପାଖରୁ କାମ କରୁଥିଲେ ଆକାଶ । ଯେଉଁଥିପାଇଁ ତାଙ୍କ ଉପରେ ଏତେ ବଡ ଦାୟିତ୍ୱ ଦେଇଛି କମ୍ପାନୀ ।

ଆକାଶ ଅମ୍ବାନୀଙ୍କୁ ଚେୟାରମ୍ୟାନ ଭାବେ ଜାଣିବା ପରେ ଏବେ ସେ ଚର୍ଚ୍ଚାରେ । କାରଣ ତାଙ୍କୁ ମାତ୍ର ୩୦ବର୍ଷ ବୟସରେ ଏକ ବଡ ଦାୟିତ୍ୱ ଦିଆଯାଇଛି । ଆଉ ଏସବୁ ଭିତରେ ଜାଣିବା ଆକାଶ ଅମ୍ବାନୀ ଚେୟାରମ୍ୟାନ ହେବା ପୂର୍ବରୁ କିଭଳି କମ୍ପାନୀ ସହ କାମ କରିଆସୁଥିଲେ । ଏହା ସହ ଜାଣିବା କି ଆକାଶ ଅମ୍ବାନୀଙ୍କ ସହ ଯୋଡା କିଛି କଥା ଓ ତଥ୍ୟ । କାରଣ ଅମ୍ବାନୀଙ୍କୁ ନେଇ ଯାହା ବି ସ୍‌ୂଚନା ଥାଏ ତାହା ବହୁତ ହି ମନବଳ ମଧ୍ୟ ବଢାଇଥାଏ । ଅମ୍ବାନୀ ଗ୍ରୁପ ଅଫ ଇଣ୍ଡଷ୍ଟ୍ରି ହେଉ କିମ୍ବା ରିଲାଏନ୍ସ ଜିଓ କିଭଳି ଅଗ୍ରଗତି କରିଛି ତାହା ସମସ୍ତଙ୍କୁ ଜଣା ।

କହିରଖୁଛୁ କି ରିଲାଏନ୍ସ ଜିଓର ଏଣ୍ଟରପ୍ରାଇଜ ଭାଲ୍ୟୁ ୯୯ଡଲାର ଅର୍ଥାତ ୭ଲକ୍ଷ ୮୧ହଜାର ୪୭୪କୋଟି ଟଙ୍କା । ଅର୍ଥାତ ରିଲାଏନ୍ସ ଜିଓର ବର୍ଥ ପାଖାପାଖି ୮ଲକ୍ଷ ଟଙ୍କା । ଏହି ସୂଚନା ସିଏଲଏସଏର ରିପୋର୍ଟରେ ଦିଆଯାଇଥିଲା । ଯଦି କମ୍ପାନୀର ରେଭିନ୍ୟୁ କଥା କହିବା ତେବେ ସ୍ଟାଟିଷ୍ଟାର ରିପୋର୍ଟ ହିସାବରେ ବର୍ଷ ୨୦୨୧ ରେ ଏହା ୯୦୨ବିଲିୟନ ଥିଲା । ଏହା ସହିତ ବର୍ଷ ୨୦୨୦ରେ ୬୯୬ବିଲିୟନ ରହିଥିଲା । ଆଉ ମାର୍ଚ୍ଚ ୨୦୨୨ଯାଏଁ ପାଖାପାଖି ୨୪ପ୍ରତିଶତ ବଢି ୪୧୭୩ କୋଟିରେ ପହଞ୍ଚି ଯାଇଥିଲା ।

ଅନ୍ୟ ଏକ ରିପୋର୍ଟ ହିସାବରେ ଆକାଶ ଜିଓର ଫୋର ଜିକୁ ନେଇ ଅତି ପାଖରୁ କାମ କରୁଥିଲେ । ଏକ ଖାସ ଡିଜିଟାଲ ଇକୋସିଷ୍ଟମ ବନାଇବାକୁ ନେଇ ଆକାଶଙ୍କ କାର୍ଯ୍ୟ ବେଶ ପ୍ରଭାବଶାଳୀ ଥିଲା । ୨୦୧୭ରେ ଭାରତ ସ୍ପେସିଫିକ ଫୋକସର ଜିଓଫୋନ ଲଞ୍ଚ କରିବାରେ ମଧ୍ୟ ଇଞ୍ଜିନିୟର୍ସଙ୍କ ଏକ ଟିମ ସହ କାମ କରୁଥିଲେ ସେ । ଏହା ସହିତ ସେ ବ୍ୟକ୍ତିଗତ ଭାବେ ଗତ କିଛି ବର୍ଷ ମଧ୍ୟରେ ଡିଜିଟାଲ ସ୍ପେସରେ ଜିଓ ଦ୍ୱାରା କରାଯାଇଥିବା ଅଧିଗ୍ରହଣ ଗୁଡିକର ନେତୃତ୍ୱ ନେଇଥିଲେ ଏବଂ ଏହା ସହ ଯୋଡା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ସହ ମଧ୍ୟ ଯୋଡି ହୋଇ ରହିଛନ୍ତି ମୁକେଶ ଅମ୍ବାନୀଙ୍କୁ ସୁପୁତ୍ର ଆକାଶ ଅମ୍ବାନୀ ।

ଯେମିତି ଆପଣ ଶୁଣିଲେ ଆକାଶ ଅମ୍ବାନୀଙ୍କୁ ମାତ୍ର ୩୦ବର୍ଷ । ଆକାଶ ଧିରୁବାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ପଢା ସାରି ଅର୍ଥନୀତିରେ ଅମେରିକାର ବ୍ରାଉନ ୟୁନିଭରସିଟରେ ପାଠ୍ୟକ୍ରମ ସମାପ୍ତ କରିଥିଲେ । କହିରଖୁଛି କି ବର୍ଷ ୨୦୧୫ରେ ଏକ କାର୍ଯ୍ୟକ୍ରମରେ ଆକାଶ ନିଜ ଭଉଣୀଙ୍କ ସହ ଜିଓ ସହ ଯୋଡିହୋଇଥିଲେ । କାମ କରିବା ଆରମ୍ଭ କରିବା ପରେ ପରେ ବର୍ଷ ୨୦୧୮ରେ ସେ ରିଲାଏନ୍ସ ଜିଓର ଚିଫ ଅଫ ଷ୍ଟ୍ନେଟିଜି ଭାବେ କାମ ଆରମ୍ଭ କରିଥିଲେ । ୨୦୧୯ରେ ସେ ଶ୍ଲୋକା ମେହତାଙ୍କୁ ବିବାହ କରିଥିଲେ ।

ସେପଟେ ଝିଅ ଇଷା ଅମ୍ବାନୀଙ୍କୁ ମଧ୍ୟ ବାପା ମୁକେଶ ଏକ ବଡ଼ ଦାୟିତ୍ୱ ଦେବାକୁ ଯାଉଛନ୍ତି । ତାଙ୍କୁ ରିଲାଏନ୍ସର ରିଟେଲ ୟୁନିଟ୍‌ର ଚେୟାରମ୍ୟାନ୍‌ ନିଯୁକ୍ତ କରାଯାଇ ପାରେ । ଏବେ ସେ ଏହି ୟୁନିଟ୍‌ର ନିର୍ଦ୍ଦେଶକ ଅଛନ୍ତି । କହି ରଖୁଛୁ କି ଆକଶ ଓ ଇଷା ହେଉଛନ୍ତିି ଯାଆଁଳା ଭାଇ ଭଉଣୀ । ଇଷା ୟେଲ୍‌ ବିଶ୍ୱବିଦ୍ୟାଳୟରେ ସାଇକୋଲୋଜିରେ ପାଠ ପଢ଼ି ସାରିବା ପରେ ଷ୍ଟାନଫୋର୍ଡ଼ ଗ୍ରାଜୁଏଟ୍‌ ସ୍କୁଲ ଅଫ୍‌ ବିଜନେସରୁ ଏମ୍‌ବିଏ କରିଛନ୍ତି । ସେ ଜଣାଶୁଣା ପିରାମଲ ଗ୍ରୁପ୍‌ର ଆନନ୍ଦ ପିରାମଲଙ୍କୁ ବିବାହ କରିଛନ୍ତି ।

ଆଶା କରୁଛୁ ଆକାଶଙ୍କ ବିଷୟରେ ଜାଣି ଆପଣ ନିଶ୍ଚୟ ପ୍ରେରଣା ପାଇବେ । ତାଛଡା ଏକଥା ମଧ୍ୟ କୁହାଯାଇପାରିବ କି ପରିଶ୍ରମ ନଥିଲେ ଫଳ ନଥାଏ ଆଉ ସେ ଗୋଟିଏ ଜିନିଷ ହେଉଛି ପରିଶ୍ରମ ଯାହା ଶୀର୍ଷରେ ବି ପହଞ୍ଚାଇପାରେ । ତେଣୁ ଏହା ସବୁକ୍ଷେତ୍ରରେ ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.