ଜବରଦସ୍ତ ଫିଚର୍ସ ସହିତ ବହୁତ ଜଲଦି ମାର୍କେଟକୁ ଆସୁଛି kia Carens MPV, ଜଲଦି କରନ୍ତୁ ବୁକିଙ୍ଗ

କିଆ ଇଣ୍ଡିଆ କିଆ ମୋଟର ଇଣ୍ଡିଆ ବହୁତ ଜଲଦି ମାର୍କେଟକୁ ନିଜର ବହୁତ ଦମଦାର କାର kia କ୍ୟାରେନ୍ସ MPV କୁ ଲଞ୍ଚ କରିବାକୁ ଯାଉଛି। ଯେଉଁଥିପାଇଁ କମ୍ପାନୀ ଆଜି ଠାରୁ ବୁକିଙ୍ଗ ଆରମ୍ଭ କରିଦେଇଛି। kia ର ଏହି ଜବରଦସ୍ତ କାରକୁ ଆପଣ ୨୫,୦୦୦ ଟଙ୍କା ଟୋକନ ରାଶି ଦେଇ ବୁକ କରିପାରିବେ। ଆଉ ଆଗାମୀ କିଛି ଦିନ ଭିତରେ କମ୍ପାନୀ ଏହି କାରକୁ ଭାରତରେ ଲଞ୍ଚ କରିବ। ଜବରଦସ୍ତ ଫିଚର ଥିବା ଏହି କାରରେ ୬ ଏବଂ ୭ ସିଟର ବ୍ୟବସ୍ଥା ରହିଛି। ଏହି କାରର ଆନୁମାନିକ ମୂଲ୍ୟ ୧୬-୧୮ ଲକ୍ଷ। କିଆ କ୍ୟାରେନ୍ସକୁ ପଇସା ବସୁଲ ଗାଡି ବନାଇବା ପାଇଁ କମ୍ପାନୀ ଏଥିରେ ବହୁତ ବଢିଆ ବଢିଆ ଫିଚର୍ସ ଦିଆଯାଇଛି। ଯେଉଁଥିରେ ଏହି MPV ଏକ ଦମଦାର ବିକଳ୍ପ ସାଜି ସାମ୍ନାକୁ ଆସିବ। ତେବେ ଆସନ୍ତୁ ଜାଣିବା କିଆ କ୍ୟାରେନ୍ସ ର ସାନଦାର ଫିଚର୍ସ ବିଷୟରେ।

ସିଙ୍ଗଲ-ପେନ ସନରୁଫ ଏବଂ ଛାତରେ ଲାଗିଛି ଏସି ୱେଣ୍ଟ୍ସ

ଏବେ ପ୍ରାୟ ସବୁ କାରରେ ପ୍ୟାନରମିକ ସନରୁଫ ଦିଆଯାଇଛି। କିଆ ନିଜର ନୂଆ କ୍ୟାରେନ୍ସ କାରରେ ସିଙ୍ଗଲ-ପେନ ସନରୁଫ ଦିଆଯାଇଛି। ଏହାର କାରଣ ହେଉଛି ଏହାର ଛାତ ଉପରେ ସେକେଣ୍ଡ ଏବଂ ଥାର୍ଡ ସିଟରେ ବସିଥିବା ଯାତ୍ରୀଙ୍କ ପାଇଁ ଛାତରେ ଏସି ୱେଣ୍ଟସ ଲଗାଯାଇଛି। kia ଜଣାଇଛି ଯେ ଏସି ୱେଣ୍ଟସ ପଛ ସିଟରେ ବସିଥିବା ବହୁତ ଭଲ କୁଲିଙ୍ଗ ଦେବ।

କିଆ କ୍ୟାରେନ୍ସ ସହିତ ମିଳୁଥିବା ତିନି ଇଞ୍ଜିନ ବିକଳ୍ପରେ ସବୁଠୁ ଦମଦାର ୧.୪ ଲିଟର ଚାରି-ସିଲିଣ୍ଡର ଟରବୋ-ପେଟ୍ରୋଲ ଇଞ୍ଜିନ ରହିଛି ଯାହା ୧୪୦ ହର୍ଷପାୱାର ବନାଇଥାଏ। ୬ ସ୍ପୀଡ଼ ମନୁଆଲ ସହିତ ୭ ସ୍ପୀଡ଼ ଡିସିଟି ଗୀୟରବକ୍ସ ସହ ଲେସ ରହିଛି। ଡିସିଟି ଭାରିଏଣ୍ଟ ପ୍ୟାଡଲ ସିଫଟର୍ସ ସହିତ ଆସିଥାଏ। ମୁକାବିଲାରେ ଏହି ଫିଚର କେବଳ ମହିନ୍ଦ୍ରା ମରଜୋ ଡିଜେଲ ଭାରିଏଣ୍ଟକୁ ମିଳିଛି। ସେହିପରି ଆର୍ଟିଗା ଏବଂ ଏକ୍ସଏଲ୬ ପେଟ୍ରୋଲ ଭାରିଏଣ୍ଟ ପ୍ୟାଡଲ ସିଫଟର୍ସ ସହିତ ଆସୁଛି।

କିଆ କ୍ୟାରେନ୍ସର ସେକେଣ୍ଡ ରୋ କୁ ଅଟୋମେଟିକ ଫୋଲଡ଼ କରାଯାଇପାରିବ, ତାହା ପୁଣି ଗୋଟେ ବଟନ ଦବାଇ। ଏହାର କେବିନରେ ଦୁଇଟି ଡିଜିଟାଲ ଡିସପ୍ଲେ ରହିଛି ଯେଉଁଥିରେ ୧୦.୨୫ ଇଞ୍ଚର ଟଚସ୍କ୍ରିନ ଏମ୍ଫୋଟେନମେଣ୍ଟ ସିଷ୍ଟମ ସାମିଲ ରହିଛି। ସବୁଠୁ ଖାସ କଥା ହଉଚି କନେକଟେଡ଼ କାର ଫିଚର୍ସ ବି kia କ୍ୟାରେନ୍ସରେ ଦିଆଯାଇଛି। ଏଥିରେ ୧୨.୫ ଇଞ୍ଚ ଏଲସିଡି ଡିଜିଟାଲ କ୍ଲାଷ୍ଟର ଦ୍ୱିତୀୟ ନମ୍ବରରେ ଆସୁଛି ଯାହା ଆକାରରେ ବୋଧହୁଏ ସବୁଠାରୁ ବଡ।

Leave A Reply

Your email address will not be published.