ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଆମାଜନ ଫାଉଣ୍ଡର ଜେଫ ବେଜୋସ, ଗର୍ଲଫ୍ରେଣ୍ଡ ଲରେନଙ୍କ ସହିତ କଲେ ନିର୍ବନ୍ଧ
ଜୀବନ ସାଥି ବାଛିନେଲେ ଆମାଜନ ଫାଉଣ୍ଡର ଜେଫ ବେଜୋସ । ୫୯ ବର୍ଷ ବୟସରେ ଗର୍ଲଫ୍ରେଣ୍ଡ ଲରେନଙ୍କୁ ନିର୍ବନ୍ଧ କଲେ । ଖୁବଶ୍ରୀଘ ବାହାଘର ହେବା ନେଇ ଚର୍ଚ୍ଚା ହେଉଛି ।
୫୯ ବର୍ଷ ବୟସରେ ନିର୍ବନ୍ଧ କଲେ ଆମାଜନ ଫାଉଣ୍ଡର ଜେଫ ବେଜୋସ । ଗର୍ଲଫ୍ରେଣ୍ଡ ଲରେନ ସାନଚେଜଙ୍କ ସହିତ ୫ ବର୍ଷ ରିଲେସନସିପରେ ରହିବା ପରେ ନିର୍ବନ୍ଧ କରିଛନ୍ତି । ଲରେନଙ୍କ ହାତରେ ଏକ ବଡ ହାର୍ଟ ସେପର ମୁଦି ନଜର ଆସିଛି । ଯାହାର ଫଟୋ ଭାଇରଲ ହେବାରେ ଲାଗିଛି । ଆଉ ଖୁବଶୀଘ୍ର ବିବାହ କରିବେ ବୋଲି ଖବର ମିଳିଛି ।
୫୦୦ ମିଲିୟନ ଡଲାରର ସୁପର ୟାଚ୍ରେ ଗର୍ଲଫ୍ରେଣ୍ଡକୁ ପ୍ରପୋଜ କରିଛନ୍ତି ବେଜୋସ । ଏହି ୟାଚ୍ ବିଶ୍ୱରୁ ସବୁଠୁ ମହଙ୍ଗା ସୁପରବୋଟ୍ ମଧ୍ୟରୁ ଗୋଟିଏ । ଏଥିରେ ଲରେନଙ୍କ ପ୍ରତିମା ମଧ୍ୟ ରହିଛି ।
Amazon founder Jeff Bezos and his partner Lauren Sánchez are engaged, a source close to the couple tells CNN https://t.co/ewAFcKqMdQ pic.twitter.com/J9O1Ui0oVn
— CNN (@CNN) May 22, 2023
୨୦୧୮ରୁ ଉଭୟେ ପରସ୍ପରକୁ ଡେଟ୍ କରୁଛନ୍ତି। ଜୁଲାଇ ୧୪ ୨୦୧୯ରେ ଦୁହେଁ ରିଲେସନସିପ୍ରେ ଥିବା ଖୁଲାସା କରିଥିଲେ । ଜେଫ ବେଜୋସ ବିବାହର ୨୫ ବର୍ଷ ପରେ ନିଜ ପତ୍ନୀଙ୍କୁ ଠାରୁ ଡିଭୋର୍ସ ନେଇଥିଲେ। ତାଙ୍କର ୪ଟି ସନ୍ତାନ ମଧ୍ୟ ଅଛନ୍ତି । ବିବାହ ବିଚ୍ଛେଦ ପରେ ଲରେନଙ୍କୁ ଡେଟ୍ କରିଥିଲେ ବେଜୋସ ।
Amazon founder Jeff Bezos engaged to girlfriend Lauren Sanchez: Report
Read @ANI Story | https://t.co/8dlbASBezj#JeffBezos #LaurenSanchez #Amazon pic.twitter.com/CJvq1P2HHA
— ANI Digital (@ani_digital) May 22, 2023
ଲରେନ୍ ଜଣେ ନ୍ୟୁଜ ରିପୋର୍ଟର ଓ ନ୍ୟୁଜ ଆଙ୍କର । ତାଙ୍କର ମଧ୍ୟ ୨ଟି ସନ୍ତାନ ରହିଛନ୍ତି । ନଭେମ୍ବର ୨୦୨୨ରେ ଲରେନ କହିଥିଲେ, ସେ ବେଜୋସଙ୍କୁ ନିଜର ଆଦର୍ଶ ବୋଲି ମାନନ୍ତି । ଆଉ ମହାକାଶକୁ ଯିବାକୁ ପାଇଁ ଖୁବଶୀଘ୍ର ଯୋଜନା କରୁଛନ୍ତି ।