ଆମାଜନର ସିଇଓ ପଦରୁ ଇସ୍ତଫା ଦେବେ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌, ଜାଣନ୍ତୁ ତାଙ୍କ ସ୍ଥାନରେ କିଏ ନେବେ ଦାୟିତ୍ୱ

ଆମାଜନ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜେଫ୍‌ ବେଜୋସ୍‌ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ସେ ୨୦୨୧ର ତୃତୀୟ ତ୍ରୟମାସିକ ସିଇଓ ପଦରୁ ଇସ୍ତାଫା ଦେବେ ଓ ତା’ ପରେ ଏକ୍‌ଜିକ୍ୟୁଟିଭ୍‌ ଚେୟାରମ୍ୟାନ୍‌ ଭାବେ କାମ କରିବେ। ଷ୍ଟାର୍ଟଅପ୍‌ ଦୁନିଆରେ ସବୁଠୁ ମୂଲ୍ୟବାନ କମ୍ପାନୀ ଠିଆ କରାଇଥିବା ଜେଫ୍‌ ବେଜୋସ୍‌, ଚଳିତବର୍ଷ ଶେଷ ଭିତରେ ସିଇଓ ପଦ ଛାଡ଼ି ଦେବେ। ବେଜୋସ୍‌ ଏକ ଚିଠି ଲେଖି କର୍ମଚାରୀଙ୍କୁ ନିଜର ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି।

ମଙ୍ଗଳବାର ଲେଖିଥିବା ପତ୍ରରେ ବେଜୋସ୍‌ କହିଛନ୍ତି, ସେ କମ୍ପାନୀର ସିଇଓ ପଦ ଛାଡ଼ୁଛନ୍ତି। ତାଙ୍କ ଜାଗାରେ ଆମାଜନ୍‌ େଓ୍ଵବ୍‌ ସର୍ଭିସେଜ୍‌ର ଚିଫ୍‌ ଆଣ୍ଡି ଜେସିଙ୍କୁ ସିଇଓ ଦାୟିତ୍ୱ ଦିଆଯିବ।

ସୂଚନାଯୋଗ୍ୟ ଯେ ଜେସି ବର୍ତ୍ତମାନ ଆମାଜନ୍‌ େଓ୍ଵବ୍‌ ସର୍ଭିସର ମୁଖ୍ୟଭାବେ କାର୍ଯ୍ୟ କରୁଛନ୍ତି। ୨୦୨୦ ମସିହାର ଶେଷ ତିନି ମାସରେ କମ୍ପାନୀ ୧୦୦ ବିଲିୟନ୍‌ ଡଲାରର ବିକ୍ରି କରିଛି। ୫୭ ବର୍ଷୀୟ ଜେଫ୍‌ ବେଜୋସ୍‌ ୧୯୯୪ରେ ନିଜ ଗ୍ୟାରେଜରେ ଆମାଜନର ସ୍ଥାପନା କରିଥିଲେ ଓ ଏହାକୁ ଏକ ଏଭଳି ଭେଞ୍ଚରରେ ବିକଶିତ କରିଥିଲେ, ଯାହା ଅନ୍‌ଲାଇନ୍‌ ରିଟେଲ ଉପରେ ଭାରି ପଡ଼ିଥିଲା। ସେତେବେଳେ ସେ ଆମାଜନ୍‌ରେ ଷ୍ଟ୍ରିମିଂ ମ୍ୟୁଜିକ୍‌ ଓ ଟେଲିଭିଜନ୍‌, ଖାଦ୍ୟ ଦ୍ରବ୍ୟ, କ୍ଲାଉଡ୍‌ କମ୍ପ୍ୟୁଟିଂ, ରୋବୋଟିକ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଅନ୍ୟ ସାମଗ୍ରୀର ଡେଲିଭରି କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.